Home / ମୁଖ୍ୟ ଖବର / ଲଷ୍ମୀ ବଜାର ରେ ପୂଜା ପାଉଛନ୍ତି ଧନ ଲକ୍ଷ୍ମୀ

ଲଷ୍ମୀ ବଜାର ରେ ପୂଜା ପାଉଛନ୍ତି ଧନ ଲକ୍ଷ୍ମୀ

laxmi

କାକଟପୁର:୧୭/୧୦/୨୦୨୪
ରିପୋର୍ଟ୍ : ତୁଷାର ଦୀକ୍ଷିତ
କାକଟପୁର ମୁଖ୍ୟ ବଜାରରେ ବହୁ ଧୁମଧାମ ରେ ପୂଜା ପାଉଛନ୍ତି ଅନ୍ନଦାତ୍ରୀ ମା ଲକ୍ଷ୍ମୀ l ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବଜାରରେ ସୁସଜ୍ଜିତ ଆଲୋକ ମାଳା ସହିତ ଲକ୍ଷ୍ମୀ ବଜାରର ସମସ୍ତ ଵେବସାୟୀ ବନ୍ଧୁ ମାନଙ୍କ ସାହାର୍ଯ୍ୟ ଓ ସହଯୋଗ ରେ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ପାଇଁ ଦେୟ ମୁକ୍ତ ଠାକୁରାଣୀ ଙ୍କ ପ୍ରସାଦ ଖେଚୁଡ଼ି ଭୋଗ ସାଙ୍ଗକୁ ଅନ୍ନ, ଡାଲମା, ଖଟା ଖିରି, କରାଯାଇ ସବୁ ବଜାର ର ବ୍ୟବସାୟୀ ଭାଇ ଓ ମା ମଙ୍ଗଳା ଙ୍କ ମନ୍ଦିର କୁ ଆସୁଥିବା ଭକ୍ତ ମାନେ ଏହି ପ୍ରସାଦ ପାଇ ଥିଲେ, ପ୍ରାୟ ୮୦୦ ରୁ ୧୦୦୦ ଲୋକଙ୍କ ପାଇଁ ଏହି ପ୍ରସାଦ ତିଆରି କରାଯାଇଥିଲା ବୋଲି କୁହନ୍ତି ଲକ୍ଷ୍ମୀ ବଜାର ର ବରିଷ୍ଠ ସଦସ୍ୟ ସୁଧାଂଶୁ ଭୂଷଣ ଦୀକ୍ଷିତ l ଏହି କାର୍ଯ୍ୟ କ୍ରମ କୁ ସୁଚାରୁ ରୂପେ ପରିଚାଳନା କରିବାକୁ ଲକ୍ଷ୍ମୀ ବଜାର ସଭାପତି ରତିକାନ୍ତ ବେହେରା ଉପସଭାପତି ହିମାଂଶୁ ଭୂଷଣ ଦୀକ୍ଷିତ, ସମ୍ପାଦକ ସରୋଜ ସାମଲ, ଅଜୟ ନାୟକ, ଶ୍ୟାମ ସୁନ୍ଦର ରଣା, ବିପିନ ସାହୂ, ପ୍ରିତମ ନାୟକ ପ୍ରମୁଖ ସହଯୋଗ କରିଥିବା ବେଳେ ମା ଙ୍କ ପ୍ରମୁଖ ସେବକ ଯାହାର ସେବା କରି ଆଜି ମୁଁ ଗର୍ବିତ ସେ ହେଉଛନ୍ତି ମଙ୍ଗଳା ଲଜ ର ସତ୍ୱାଧିକାରୀ ପ୍ରସନ୍ନ କୁମାର ନାୟକ କର୍ତା ହୋଇଥିବା ବେଳେ ସହିତ ତାଙ୍କ ଶହ ଧର୍ମିଣୀ କୈଲାଣି ନାୟକ କର୍ତ୍ତୀ ଭାବେ ଏହି କାର୍ଯ୍ୟ ସମ୍ପାଦନ କରିଛନ୍ତି, ଲକ୍ଷ୍ମୀ ବଜାର ରେ ସମସ୍ତ ବ୍ୟବସାୟୀ ମାନେ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l

SPREAD YOUR LOVE WITH YOUR FRIENDS AND FAMILY