Home / ମୁଖ୍ୟ ଖବର / ଅନ୍ତର୍ଜାତୀୟ କୋଚ୍ ରାଜକିଶୋର ଙ୍କୁ ପୁରୀରେ ସ୍ଵାଗତ

ଅନ୍ତର୍ଜାତୀୟ କୋଚ୍ ରାଜକିଶୋର ଙ୍କୁ ପୁରୀରେ ସ୍ଵାଗତ

img 20241021 wa0004

ପୁରୀ: ତା ୨୧.୧୦.୨୪

ଶାଶ୍ଵତ ଟିଭି

ସୁଦୂର ତାଇୱାନ ର ତାଇଚୁଙ୍ଗ ତାଇପେଇ ସହର ଠାରେ ଏସିଆନ ୟୁନିଭରସିଟି ମହିଳା ସଫ୍ଟବଲ ଏସିଆ କପ ଅନୁଷ୍ଠିତ ହୋଇଥିବା ବେଳେ ଏହି ପ୍ରତିଯୋଗିତାରେ ପୁରୀର ରାଜ କିଶୋର ପଟ୍ଟନାୟକ ଭାରତୀୟ ଦଳର କୋଚ ଭାବେ ଯୋଗଦାନ କରି ଆଜି ପ୍ରତ୍ୟାବର୍ତ୍ତନ କରିଛନ୍ତି। ଗତ ଅକ୍ଟୋବର ୧୫ ତାରିଖ ରୁ ଅକ୍ଟୋବର ୧୯ ତାରିଖ ପର୍ଯ୍ୟନ୍ତ ତାଇୱାନ ଥରେ ଆୟୋଜିତ ଏସିଆ କପ ଟୁର୍ଣ୍ଣାମେଂଟ ରେ ଦଳ ଉଚ୍ଚ କୋଟିର ପ୍ରଦର୍ଶନ କରିଥିବା ସତ୍ୱେ ପଦକ ପାଇବାରୁ ବଞ୍ଚିତ ହୋଇଥିଲା।ତେବେ ଭାରତୀୟ ମହିଳା ସଫ୍ଟବଲ ଟିମର କୋଚ ଭାବେ ପୁରୀ ର ରାଜକିଶୋର ପଟ୍ଟନାୟକ ଙ୍କ ପ୍ରତ୍ୟେକ୍ଷ ତତ୍ୱବାଧାନରେ ଦଳ ଭଲ ଖେଳ ପ୍ରଦର୍ଶନ କରିବାରେ ସମର୍ଥ ହୋଇଥିଲା।ଆଜି ସେ ପୁରୀ ଫେରିଥିବା ବେଳେ ରେଳ ଷ୍ଟେସନ ଠାରେ ତାଙ୍କୁ ସ୍ବାଗତ କରାଯାଇଥିଲା।ପୁରୀ ସଫ୍ଟବଲ ସଂଘ ର ବହୁ ବରିଷ୍ଠ ଓ କନିଷ୍ଠ ଖେଳାଳି ମାନେ ଉପସ୍ଥିତ ରହି ଫୁଲ ମାଳ ପ୍ରଦାନ କରି ରାଜକିଶୋର ଙ୍କୁ ସ୍ୱାଗତ କରିଥିଲେ। ଭାରତୀୟ ସଫ୍ଟବଲ ଦଳ ତାଇୱାନ ରେ ଜାପାନ, ସିଙ୍ଗାପୁର,ଚାଇନା, ଫିଲିପାଇନ୍ସ, କୋରିଆ ଦଳ ସହ ଖେଳିଥିବା ବେଳେ ମୁଖ୍ୟ କୋଚର ଦାଇତ୍ୱ ରାଜକିଶୋର ସୁଫଳ ଭାବେ ତୁଲାଇ ଥିଲେ।ଏଠାରେ ସୂଚନା ଯୋଗ୍ୟ କି ପୂର୍ବରୁ ରାଜକିଶୋର 2014 ମସିହାରେ ମଧ୍ୟ ଭାରତୀୟ ପୁରୁଷ ଦଳର କୋଚ ଭାବେ ସିଙ୍ଗାପୁର ଯାଇଥିଲେ।ପୁରୀ ସଫ୍ଟବଲ ଆସୋସିଏସନ ର ରାଜକିଶୋର ଜଣେ ପରିଚିତ ଓ ପରିଶ୍ରମୀ ଖେଳାଳୀ ସହ ଜାତୀୟ ସ୍ଥରର ସଫ୍ଟବଲ ରେଫ୍ରି।ରେଳ ଷ୍ଟେସନ ଠାରେ ଜିଲ୍ଲା ସଫ୍ଟବଲ ସଙ୍ଘ ର ସମ୍ପାଦକ ରଞ୍ଜନ ରଥ,ଅଶୋକ ମହାନ୍ତି,ବିରଞ୍ଚି ନାରାୟଣ ପଟ୍ଟନାୟକ,ଅମୀୟ ପ୍ରସାଦ ନାଗ,ମନୋଜ ପ୍ରଧାନ,ସୌରଭ ରଥ,ସୁଚାରିତ ପଟ୍ଟନାୟକ,ଜ୍ୟୋତି ଦାସ ପ୍ରମୁଖ ଉପସ୍ଥିତ ଥିଲେ।

SPREAD YOUR LOVE WITH YOUR FRIENDS AND FAMILY