Home / ସାମାଜିକ / ପ୍ରଶାସନର ତାଗିଦ ଫୁ କଲେ ପରିବା ବେପାରୀ,କମିଲାନି ଆଳୁ ପନିପରିବା ଦର, ବାତ୍ୟା କୁ ଆଖିରେ ରଖି ପରିବା ଦର ଅହେତୁକ ବୃଦ୍ଧି

ପ୍ରଶାସନର ତାଗିଦ ଫୁ କଲେ ପରିବା ବେପାରୀ,କମିଲାନି ଆଳୁ ପନିପରିବା ଦର, ବାତ୍ୟା କୁ ଆଖିରେ ରଖି ପରିବା ଦର ଅହେତୁକ ବୃଦ୍ଧି

img 20241022 wa0007

କାକଟପୁର :୨୨/୧୦

ରିପୋର୍ଟ୍: ତୁଷାର ଦୀକ୍ଷିତ

ସମ୍ଭାବ୍ୟ ବାତ୍ୟା ଦାନା କୁ ନେଇ ଯେତେବେଳେ ଉପକୂଳ ଓଡ଼ିଶା ର ଲୋକ ଭୟଭୀତ ଅବସ୍ଥା ରେ ଅଛନ୍ତି ସେତିକିବେଳେ ବେଡି ଉପରେ କୋରଡ଼ା ପରି ବେପାରୀ ଙ୍କ ମନମୁଖୀ ପାଇଁ ଆଳୁ ଏବଂ ପରିବା ଦର ଅହେତୁକ ଭାବରେ ବଢ଼ି ଯାଇଚି। ଏହି ବର୍ଦ୍ଧିତ ଦର କୁ ନିୟନ୍ତ୍ରଣ କରିବା ପାଇଁ ମଙ୍ଗଳବାର ଅସ୍ତରଙ୍ଗସମେତ କାକଟପୁରର ପ୍ରଶାସନ ହାଟ ବଜାର କୁ ଆସି ବ୍ୟବସାୟୀ ଙ୍କୁ ଉଚ୍ଚା ଦର ରେ ଆଳୁ, ପନିପରିବା ନବିକିବା ପାଇଁ ତାଗିଦ କରିବା ସହ ରେଟ୍ ଚାର୍ଟ ମାରିବାକୁ ପରାମର୍ଶ ଦେଇଥିଲେ କିନ୍ତୁ ସେ ପରାମର୍ଶର ମୂଲ୍ୟ ଅସ୍ତରଙ୍ଗ ଓ କାକଟପୁର ବଜାର ରେ କିଛି ରହିଲାନି ଯାହାକୁ ନେଇ ଗ୍ରାହକ ଅସନ୍ତୋଷ ପ୍ରକାଶ କରିବା ସହିତ ଠକାମିର ଶିକାର ହୋଇଛନ୍ତି।ବାତ୍ୟା ଦାନା ଅସ୍ତରଙ୍ଗ ଓ କାକଟପୁର ର ଲୋକ ମାନଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଚି ସେହି ସମୟ ରେ କିଛି ବ୍ୟବସାୟୀ କଳାବଜାରୀ କରି ଗ୍ରାହକ ମାନଙ୍କୁ ଶୋଷଣ କରିବାରେ ଲାଗିପଡିଛନ୍ତି ଏହାକୁ ବନ୍ଦ କରିବା ପାଇଁ ଅସ୍ତରଙ୍ଗ ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ ପତି ଙ୍କ ନେତୃତ୍ୱ ରେ ଅସ୍ତରଙ୍ଗ ପୋଲିସ ଓ ଯୋଗାଣ ବିଭାଗ ଅସ୍ତରଙ୍ଗ ପରିବା ବଜାର ରେ ଚଢ଼ାଉ କରି ସମସ୍ତ ବ୍ୟବସାୟୀ ଙ୍କୁ ଆଳୁ କୁ ପୁରୁଣା ଦର ରେ ବିକ୍ରି କରିବା ପାଇଁ ନିର୍ଦ୍ଧେଶ କରିଥିଲା କିନ୍ତୁ ତାହା କୁ ବ୍ୟବସାୟୀ ମାନେ ଫୁ କରି ଉଡାଇ ଦେଇଛନ୍ତି।ପୂର୍ବ ରୁ ଆଳୁ ଦର କିଲୋ ପ୍ରତି ୩୦ ଟଙ୍କା ରୁ ୩୫ ଟଙ୍କା ଥିଲା, କିନ୍ତୁ ବାତ୍ୟା କୁ ଆଖି ଆଗରେ ରଖି ଗ୍ରାହକ ମାନେ ଆଳୁ, ପିଆଜ, ପରିବା ନେବା ପାଇଁ ବଜାର କୁ ଆସି ଚଢ଼ା ଦର ର ଶିକାର ହୋଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ ଅସ୍ତରଙ୍ଗ ପରିବା ହାଟ ରେ ସ୍ଥାନୀୟ ପ୍ରଶାସନ ର ତାଗିଦ କାମ ଦେଲାନାହିଁ ବୋଲି ଯାହା ଲୋକେ କହୁଛନ୍ତି, ପ୍ରଶାସନ ର ନିର୍ଦ୍ଧେଶ ପରେ କୌଣସି ବ୍ୟବସାୟୀ ଲଗାଇଲେ ନାହିଁ ରେଟ୍ ଚାର୍ଟ l ଯେଉଁ ଗ୍ରାହକ ମାନେ ୩ ରୁ ୫ କିଲୋ ଆଳୁ ନେଉଥିଲେ ସେ ଏବେ ୧ ରୁ ୨ କିଲୋ ଆଳୁ କିଣିବାକୁ ବାଧ୍ୟ ହୋଇଛନ୍ତ, ସେହିପରି ଆଜି ବି କାକଟପୁର ବଜାର ରେ ପାରିବା ହାଟରେ ଯୋଗାଣ ଅଧିକାରୀ ନିଜେ ଦୋକାନୀ ମାନଙ୍କୁ ତାଗିଦ କରିବା ପରେ ଦୋକାନୀ ମାନେ ନିଜ ଦୋକାନ ଆଗରେ ରେଟ ଚାର୍ଟ ମାଇଥିଲେ ଏବଂ ନିର୍ଦ୍ଧାରିତ ମୂଲ୍ୟ ରେ ଲୋକମାନେ ଜିନିଷ କିଣିଥିଲେ, ଏବଂ ଯେହେତୁ ଗଣେଶ ବଜାର ରେ ପରିବା ମାର୍କେଟ ଗଣେଶ ବଜାର ର ସଭାପତି କମଳ ଲୋଚନ ଦୀକ୍ଷିତ, ସମ୍ପାଦକ ମାନୁଷ କୁମାର ଦୀକ୍ଷିତ, ବିଦୁ ଭୂଷଣ ଦାସ, ବାଦଲ ସାହୂ, ନକୁଳ ସାହୂ, ବାଇଧର ସାହୂ, ପିଣ୍ଟୁ ଚାନ୍ଦ ପ୍ରମୁଖ ବଜାର ରେ ବୁଲି ସମସ୍ତ ଗ୍ରାହକ ମାନଙ୍କ ଠାରୁ ଉଚିତ ଦାମ ନେବାକୁ କହିଥିଲେ ତତ ସହିତ ଗ୍ରାହକ ମାନଙ୍କୁ ପଚାରି ବୁଝୁଥିଲେ ଯେପରି ଗ୍ରାହକ ଶୋଷଣ ର ଶିକାର ନ ହୁଅନ୍ତି ସେଥିପାଇଁ ଗଣେଶ ବଜାର ସଭାପତି ତୀକ୍ଷ୍ଣ ଦୃଷ୍ଟି ରଖିଥିବା କହିଛନ୍ତି

SPREAD YOUR LOVE WITH YOUR FRIENDS AND FAMILY