Home / ମୁଖ୍ୟ ଖବର / ଖୋଲିଲା ମଙ୍ଗଳା ମନ୍ଦିର ହୁଣ୍ଡି

ଖୋଲିଲା ମଙ୍ଗଳା ମନ୍ଦିର ହୁଣ୍ଡି

maa hundi

କାକଟପୁର : ୮/୧୧
ତୁଷାର ଦୀକ୍ଷିତ
ଆଜି କାକଟପୁର ବାସିନୀ ମା ମଙ୍ଗଳା ମନ୍ଦିରରେ ଥିବା ୨ ଗୋଟି ହୁଣ୍ଡିରୁ ଗୋଟିଏ ହୁଣ୍ଡୀ ଖୋଲାଯାଇଛି l ମଙ୍ଗଳା ମନ୍ଦିର ଟ୍ରଷ୍ଟି ତଥା ସ୍ଥାନୀୟ ତହସିଲଦାର ଅଙ୍କିତା ଅନନ୍ଦିତା, ଅସ୍ତରଙ୍ଗ ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ ପତି, କାକଟପୁର ଥାନା ଆଇଆଇସି ବିଜୟ କେତନ ବେହେରା, ମଙ୍ଗଳା ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାସ, ସେବକ ସମିତି ସଭାପତି ମନୋରଞ୍ଜନ ପଣ୍ଡା, ପ୍ରଦୀପ୍ତ ଦୀକ୍ଷିତ, ତୁଷାର ରଞ୍ଜନ ଦୀକ୍ଷିତ, କମଳ ଲୋଚନ ଦୀକ୍ଷିତ,ଅଞ୍ଜନ କୁମାର ଦୀକ୍ଷିତ ଏବଂ ମନ୍ଦିର କର୍ମଚାରୀ ଓ ମନ୍ଦିର ସୁରକ୍ଷା କର୍ମୀ ଙ୍କ ଉପସ୍ଥିତ ରେ ମନ୍ଦିର ବେଢା ଭିତରେ ଥିବା ପ୍ରଥମ ହୁଣ୍ଡୀ ଖୋଲା ଯାଇଛି l ସମସ୍ତ ଅଧିକାରୀ ଙ୍କ ଉପସ୍ଥିତିରେ ହୁଣ୍ଡୀ ଖୋଲାଯିବା ପରେ ମଙ୍ଗଳା ମନ୍ଦିର କାର୍ଯ୍ୟାଳୟ ମଧ୍ୟରେ ସେବକ ସମିତି ସଦସ୍ୟ, ୟୁକୋ ବ୍ୟାଙ୍କ କର୍ମଚାରୀଙ୍କ ସମେତ ତହସିଲ ଅଫିସ ର ୨ ବରିଷ୍ଠ କର୍ମଚାରୀ ଓ ମନ୍ଦିର କର୍ମଚାରୀ ମିଶି ଉକ୍ତ ଦାନ ରାଶିକୁ କଡା ସୁରକ୍ଷା ବଳୟ ଭିତରେ ଗଣା ଯାଇଥିଲା l ଦିନ 10 ଘଟିକାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ରାତ୍ର 7.30 ମିନିଟ ରେ ସମାପନ ହୋଇଥିଲା l ଗୋଟିଏ ହୁଣ୍ଡିରୁ ୨୧ ଲକ୍ଷ ୨ ହଜାର ୩ ଶହ ୬୮ ଟଙ୍କା ଦାନ ରାଶି ବାହାର କରାଯାଇଥିଲା ବୋଲି ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାସ ସୂଚନା ଦେଇଛନ୍ତି ଏବଂ ରାତ୍ର ଅଧିକ ହେବାରୁ ଆଉ ରେଜା ପଇସା ଗଣା ହୋଇ ପାରିଲା ନାହିଁ,ଆଗାମୀ ଦିନରେ ଏହି ରେଜା ପଇସା ଗଣା ଯିବ ବୋଲି ଶ୍ରୀ ଦାସ କହିଥିବା ବେଳେ ଉକ୍ତ ରାଶିକୁ ସୁରକ୍ଷା ବଳୟ ଭିତରେ ସ୍ଥାନୀୟ ୟୁକୋ ବ୍ୟାଙ୍କରେ ଥିବା ମନ୍ଦିର ଜମା ଖାତାରେ ଡିପୋଜିଟ ହେବ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ମିଳିଛି l

SPREAD YOUR LOVE WITH YOUR FRIENDS AND FAMILY