Home / କ୍ରୀଡା / ବୁଦ୍ଧିଷ୍ଟ ଟାଏକୋଣ୍ଡୋ ଏକାଡେମୀ ପକ୍ଷରୁ ରାଜ୍ୟସ୍ତରୀୟ ପ୍ରତିଯୋଗିତା ର ସାର୍ଟିଫିକେଟ୍ ଓ ନୂତନ ବେଲଟ୍ ବିତରଣ କାର୍ଯ୍ୟକ୍ରମ ଆୟୋଜିତ।

ବୁଦ୍ଧିଷ୍ଟ ଟାଏକୋଣ୍ଡୋ ଏକାଡେମୀ ପକ୍ଷରୁ ରାଜ୍ୟସ୍ତରୀୟ ପ୍ରତିଯୋଗିତା ର ସାର୍ଟିଫିକେଟ୍ ଓ ନୂତନ ବେଲଟ୍ ବିତରଣ କାର୍ଯ୍ୟକ୍ରମ ଆୟୋଜିତ।

whatsapp image 2024 11 20 at 20.13.32 198c71b2

କଟକ:୨୦/୨୪/୨୦୨୪

ଚଳିତ ବର୍ଷ ଓଡ଼ିଶା ଟାଏକୋଣ୍ଡୋ ଆସୋସିଏସନ୍ ଆନୁକୁଲ୍ୟରେ ୩୦ ଅଗଷ୍ଟ ୨୦୨୪ ରୁ ୦୧ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ ୩ଦିନ ଧରି କଟକ ଜବାହରଲାଲ ନେହେରୁ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ଚାଲି ରହିଥିଲା।

ଏହି ରାଜ୍ୟସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତାରେ ପ୍ରାୟ ଆଠ ଶହ ରୁ ଉର୍ଦ୍ଧ ବାଳକ ଓ ବାଳିକା ଉଭୟ କିରୋଗୀ ଓ ପୁମ୍-ସେ ଇଭେଣ୍ଟ ରେ ଅଂଶ ଗ୍ରହଣ କରିଥିଲେ।

ଏହି ପ୍ରତିଯୋଗିତାରେ ପୁରୀ ରୁ ପ୍ରାୟ ଦୁଇଶହ ରୁ ଉର୍ଦ୍ଧ ପ୍ରତିଯୋଗୀ ଅଂଶ ଗ୍ରହଣ କରିବା ବେଳେ, ବୁଦ୍ଧିଷ୍ଟ ଟାଏକୋଣ୍ଡୋ ଏକାଡେମୀ ପକ୍ଷରୁ ପ୍ରାୟ ୬୦ ରୁ ଉର୍ଦ୍ଧ ବାଳକ ବାଳିକା ଅଂଶ ଗ୍ରହଣ କରିଥିଲେ।

ଏହି ପ୍ରତିଯୋଗିତାରେ ବୁଦ୍ଧିଷ୍ଟ ଟାଏକୋଣ୍ଡୋ ଏକାଡେମୀ ର କ୍ରୀଡାବିତ୍ ମାନେ ଉନ୍ନତ ମାନର ପ୍ରଦର୍ଶନ କରି ନିଜ ଏକାଡେମୀ ତଥା ପୁରୀ ଜିଲ୍ଲା ପାଇଁ ସୁନାମ ଓ ଗୌରବ ଅର୍ଜନ କରିଥିଲେ।

ଏଣୁ ଆଜି ତା- ୧୯ ନଭେମ୍ବର ୨୦୨୪ ସନ୍ଧ୍ୟା ରେ ପୂର୍ବତନ କୁସ୍ତି ଯୋଦ୍ଧା ତଥା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସେବକ ଶ୍ରୀ ଭଗଵାନ ସୂପକାର ମୁଖ୍ୟ ଅତିଥି ରୂପେ ଆମନ୍ତ୍ରିତ କରାଯିବା ସହ, ରାଜ୍ୟ ବିଜୁ ଯୁବ ଜନତା ଦଳର ସମ୍ପାଦକ ଶ୍ରୀ ଷ୍ଟାଲିନ୍ ପରିଜା ସମ୍ମାନ ଅତିଥି ରୂପେ ଆମନ୍ତ୍ରିତ ହୋଇଥିଲେ। ଏବଂ ଓଡ଼ିଶା ଟାଏକୋଣ୍ଡୋ ସଂଘ ର ସାଧାରଣ ସମ୍ପାଦକ ଶ୍ରୀ ମନମୋହନ ଭଞ୍ଜ ଓ ସଭାପତି ଶ୍ରୀ ବ୍ୟୋମକେଶ ଅଭିଳାଷ ପ୍ରସାଦ ଏହି ସମ୍ବର୍ଦ୍ଧନା ଉତ୍ସବ ମଧ୍ୟ ଆମନ୍ତ୍ରିତ ହୋଇଥିଲେ।

ଏହି ସମ୍ବର୍ଧନା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ତଥା ସମ୍ମାନ ଅତିଥି ଙ୍କ ଦ୍ଵାରା ବୁଦ୍ଧିଷ୍ଟ ଟାଏକୋଣ୍ଡୋ ଏକାଡେମୀ ର ରାଜ୍ୟ ସ୍ତରୀୟ ପ୍ରତିଯୋଗୀ ଓ ଅନ୍ୟ କ୍ରୀଡାବିତ୍ ମାନେ ସାର୍ଟିଫିକେଟ ଓ ନୂତନ ବେଲଟ୍ ଦ୍ଵାରା ସମ୍ମାନିତ ଓ ସମ୍ବର୍ଦ୍ଧିତ ହୋଇଥିଲେ

ଏବଂ ଏହି କାର୍ଯ୍ୟକ୍ରମ ରେ ସମସ୍ତ କ୍ରୀଡାବିତ୍ ମାନେ ଆହୁରି ଉତ୍ସାହିତ ଓ ପ୍ରେରିତ ହେବାର ସୂଚନା ଏକାଡେମୀ ର ମୁଖ୍ୟ ପ୍ରଶିକ୍ଷକ ଶ୍ରୀ ବିଶ୍ଵନାଥ ନାୟକଙ୍କ ଦ୍ଵାରା ମତବ୍ୟକ୍ତ ହୋଇଛି

SPREAD YOUR LOVE WITH YOUR FRIENDS AND FAMILY