Home / ସାମାଜିକ / ଓୟୁଡବ୍ଲୁଯେର କାର୍ଯ୍ୟକାରିଣୀ ବୈଠକ କର୍ମକର୍ତ୍ତା ଚୟନ ଅନୁଷ୍ଠିତ

ଓୟୁଡବ୍ଲୁଯେର କାର୍ଯ୍ୟକାରିଣୀ ବୈଠକ କର୍ମକର୍ତ୍ତା ଚୟନ ଅନୁଷ୍ଠିତ

dfg

କାକଟପୁର (୨୭/୧୧)
( ତୁଷାର ଦୀକ୍ଷିତ )
ଆଜି ଅସ୍ତରଙ୍ଗ ପୀର ଜାହାନିଆଁ ପୀଠ ଠାରେ ଓଡ଼ିଶା କର୍ମଜୀବି ସାମ୍ବାଦିକ ସଂଘ (ଓୟୁଡବ୍ଲୁଯେ) ପୁରୀ ଜିଲ୍ଲା ଶାଖା ର କାର୍ଯ୍ୟକାରିଣୀ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ଶରତ ପରିଡ଼ାଙ୍କ ସଭାପତିତ୍ବ କରିଥିବା ବେଳେ ଉଦଘାଟକ୍ ଭାବେ ମୁଖ୍ୟ ଅତିଥି ଓୟୁଡବ୍ଲୁଯେର ରାଜ୍ୟ ସଭାପତି ସୁଜ୍ଞାନ ଚୌଧୁରୀ, ସମ୍ମାନିତ ଅତିଥି ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ କୈଳାସ ନାୟକ, ସୂଚନା ଲୋକସଂପର୍କ ଅଧିକାରୀ ଉପନିର୍ଦେଶକ ସନ୍ତୋଷ ସେଠୀ, ମୁଖ୍ୟ ଅତିଥି ପ୍ରତାପ ପରିଡ଼ା, କ୍ଷୀରୋଦ ସେଠୀ ସରପଞ୍ଚ ଛୁରୀଆନା ଯୋଗଦେଇ ଗଣମାଧ୍ୟମ ସୁରକ୍ଷାରେ ଗଣମାଧ୍ୟମ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମନ୍ତବ୍ୟକ୍ତ ପ୍ରକାଶ କରିଥିଲେ। ଆୟୋଜିତ କାର୍ଯ୍ୟକାରିଣୀ ବୈଠକ ରେ ବେଳାଭୂମି ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସ୍ବାଗତ ସଂଗୀତ ଓ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରାଯାଇଥିବା ବେଳେ ସବୁ ବ୍ଲକରୁ ଆସିଥିବା ଶତାଧିକ ସାମ୍ବାଦିକ ମାନେ ଯୋଗଦେଇଥିଲେ। ଚଳିତ ବର୍ଷ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିବିଶେଷଙ୍କୁ ସୁରେନ୍ଦ୍ର ନାଥ ସ୍ମୃତି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ଅସ୍ତରଙ୍ଗ ବ୍ଲକର ପ୍ରଶାସନିକ ଅଧିକାରୀ ଭାବରେ ଚଳିତ ବର୍ଷ ଯୋଗ୍ୟତା ହାସଲ କରିଥିବା ଶ୍ରୀମାନ ଚିରଞ୍ଜୀବି ସାହୁ, ମାଟ୍ରିକ ଟପ୍ପର ଦୁଇ ଜଣ ସଫଳ ଛାତ୍ର, ଦୁଇ ଜଣ ମହିୟଶୀ ମହିଳା,ଜଣେ ସମାଜସେବୀ,ଜଣେ ଆଦର୍ଶ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସର୍ବସମ୍ମତିକ୍ରମେ କ୍ରମେ ସଭାପତି ଶରତ ପରିଡ଼ା, ଉପସଭାପତି ସଞ୍ଜୟ ପ୍ରଧାନ, ଆଇନ୍ ପରାମର୍ଶ ଦାତା ଅକ୍ଷୟ କୁମାର ମହାନ୍ତି, ସଂପାଦକ ତ୍ରିଲୋଚନ ମିଶ୍ର, ସଂଗଠନ ସଂପାଦକ ଅକ୍ଷୟ ପ୍ରସାଦ ମହାନ୍ତି, କାର୍ଯ୍ୟାଳୟ ସଂପାଦକ ବୃନ୍ଦାବନ ବିଶ୍ବାଳ, ଗଣମାଧ୍ୟମ ସଂଯୋଜକ ଅଲେଖ ବିଶ୍ଵାଳ କର୍ମକର୍ତ୍ତା ଚୟନ କରାଯାଇଥିଲା। ପରିଶେଷରେ ଶୋଭା କର ବେହେରା ସଭାକୁ ପରିଚାଳନା କରିଥିବାବେଳେ ସମାଜସେବୀ ନିରଞ୍ଜନ ବିଶ୍ୱାଳ ସହଯୋଗ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY