Home / ଶୋକ / ଯୁବକ ଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ତ୍ରୀ ଓ ସନ୍ଦିଗ୍ଧ ଯୁବକ ଙ୍କ ନାମ ରେ ଏତଲା

ଯୁବକ ଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ତ୍ରୀ ଓ ସନ୍ଦିଗ୍ଧ ଯୁବକ ଙ୍କ ନାମ ରେ ଏତଲା

whatsapp image 2024 12 05 at 19.02.37 7a81fb0e

କାକଟପୁର ୫/୧୨
( ତୁଷାର ଦୀକ୍ଷିତ )
କାକଟପୁର ବ୍ଲକ କୁଣ୍ଢେଇ ପଞ୍ଚାୟତ ପାଟପୁର ଗ୍ରାମ ରେ ଘଟିଯାଇଛି ଏକ ଅଭାବନୀୟ ଘଟଣା, ଉକ୍ତ ଗ୍ରାମ ର ଯୁବକ ରଞ୍ଜିତ ନାୟକ (ସୋଲା ) ପନିମାଳ ସ୍ଥିତ କବିତା ନାୟକ ଙ୍କୁ ୨୦ ବର୍ଷ ତଳେ ବୈଦିକ ରୀତିନୀତି ରେ ବିବାହ କରିଥିଲେ, ରଞ୍ଜିତ ଙ୍କର ଦୁଇ ଗୋଟି ସନ୍ତାନ ରହିଛନ୍ତି, ପୁଅ ର ବୟସ ୧୭ ବର୍ଷ ଓ ଝିଅ କୁ ପାଖାପାଖି ୧୬ ବର୍ଷ ବୟସ ହେବ ଓ ଉଭୟ ମେଧାବୀ ଛାତ୍ରଛାତ୍ରୀ, ହଟାତ ୫ ତାରିଖ ଗୁରୁବାର ଦିନ ରଞ୍ଜିତ ଙ୍କ ସ୍ତ୍ରୀ କବିତା ପୋଲିସ କୁ ସୂଚନା ଦେଇଥିଲେ ତାଙ୍କ ସ୍ୱାମୀ ବେକ ରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ରୂପେ ରଂଜିତ ଙ୍କ ପରିବାର ଲୋକ ଓ ଗ୍ରାମବାସି ଖଣ୍ଡନ କରିଛନ୍ତି l ଉଭୟ ଙ୍କ କହିବା ମୁତାବକ ଏହା ପୂର୍ବରୁ ସ୍ୱାମୀ ସ୍ତ୍ରୀ ଙ୍କ ଦାମ୍ପତ୍ୟ ଜୀବନ ରେ ସଦାସର୍ବଦା କଳିଝଗଡା ଲାଗୁଥିଲା, ରଞ୍ଜିତ ଅସ୍ତରଙ୍ଗ ରୁ ଭୁବନେଶ୍ୱର ଯାଉଥିବା ବିଶ୍ୱାଳ ନାମକ ଘରୋଇ ବସ ରେ ଡ୍ରାଇଭର ଥିଲେ, ରଞ୍ଜିତ ଆଗରୁ ଦୁଇ ଥର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି କିନ୍ତୁ କଣ ପାଇଁ ଉଭୟ ଙ୍କ ଭିତରେ ଏହିଭଳି ଘଟଣା ଘଟେ ତାହା ସମ୍ପୂର୍ଣ୍ଣ ସନ୍ଦେହ ଘେର ରେ l ଏହି ଘଟଣା ଘଟିବା ପରେ ପାଟପୁର ଗ୍ରାମ ରେ ଏକ ପ୍ରକାର ଶୋକର ପରିବେଶ ସୃଷ୍ଟି ହୋଇଥିଲା, ରଞ୍ଜିତ ଙ୍କ ବନ୍ଧୁ ବାନ୍ଧବ ଓ ପରିବାର ଲୋକ ଗ୍ରାମ ରେ ରୁଣ୍ଡ ହୋଇଥିଲେ ଆଉ ସଭିଙ୍କ ମୁହଁ ରେ କେବଳ ଗୋଟେ ଅଭିଯୋଗ ରଞ୍ଜିତ ର ଏ ଘଟଣା ପାଇଁ କେବଳ ତାଙ୍କ ସ୍ତ୍ରୀ ହି ଦାୟୀ l ଘଟଣା ସ୍ଥଳରେ କାକଟପୁର ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ବେଳେ ବରୁଣେଇ ପାଟପୁର ର ରଞ୍ଜିତ ଙ୍କ ଭଉଣୀ ଲୋଭା ରାଉତ ତାଙ୍କ ଭାଉଜ ଯଥା ରଞ୍ଜିତ ଙ୍କ ସ୍ତ୍ରୀ କବିତା ନାୟକ ଓ ଅନ୍ୟ ଜଣେ ସନ୍ଦିଗ୍ଧ ପୁରୁଷ ଙ୍କ ନାମରେ କାକଟପୁର ଥାନା ରେ ହତ୍ୟା ଅଭିଯୋଗ କରିଛନ୍ତି l ମିଳିଥିବା ଏତଲା କୁ ଭିତ୍ତି କରି କେଶ ନମ୍ବର ୨୪୦/୨୪ ରେ କେଶ ପଞ୍ଜିକରଣ କରାଯାଇ ଏହା ହତ୍ୟା କି ଆତ୍ମହତ୍ୟା ତାହାର ତଦନ୍ତ ଆରମ୍ଭ କରାଯାଇଛି, ଏତଲାକାରୀ ଙ୍କ ରିପୋର୍ଟ ଆଧାର ରେ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତ ରେ କାକଟପୁର ପୋଲିସ ପଞ୍ଚନାମା କରାଇ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଶବ ବ୍ୟବଛେଦ ପାଇଁ ପଠାଇଛନ୍ତି, ଗ୍ରାମବାସି ଓ ପରିବାର ଦାବୀ କରିଛନ୍ତି ଉପଯୁକ୍ତ ତଦନ୍ତ କରାଯାଇ ଦୋଷୀ ଙ୍କୁ ଦଣ୍ଡ ବିଧାନ କରାଯାଉ, ନଚେତ ଆଗାମୀ ଦିନ ରେ କାକଟପୁର ଥାନା ସାମ୍ନା ରେ ଧାରଣା ଦିଆଯିବ, କିନ୍ତୁ କାକଟପୁର ଥାନା ଅଧିକାରୀ ଉମେଶ ସାହୁ ପ୍ରତୀକ୍ରିୟା ଦେଇଛନ୍ତି ଏହାକୁ ତଦନ୍ତ କରାଯାଇ ଖୁବ ଶୀଘ୍ର ଘଟଣା ର ସତ୍ୟାସତ୍ୟ ସାମ୍ନା କୁ ଅଣାଯିବ l

SPREAD YOUR LOVE WITH YOUR FRIENDS AND FAMILY