Home / ଶୋକ / ​ବଜ୍ରପାତରେ ଗାଈ ମୃତ: ସରକାରୀ ସହାୟତା ପାଇଁ ନିବେଦନ।

​ବଜ୍ରପାତରେ ଗାଈ ମୃତ: ସରକାରୀ ସହାୟତା ପାଇଁ ନିବେଦନ।

​କାକଟପୁର ୨୭/୦୭ (ତୁଷାର ଦୀକ୍ଷିତ ): କାକଟପୁର ବ୍ଲକ ଜଳେଶ୍ୱରପଡା ଗ୍ରାମପଞ୍ଚାୟତ ଅଧିନସ୍ତ କଜଳ ପାତିଆ ଗ୍ରାମରେ ବଜ୍ରପାତ ଘଟି ଏକ ଗାଈର ମୃତ୍ୟୁ ଘଟିଥିବା ମିଳିଥିବା ସୂଚନା ମୁତାବକ, ଗତ ta୨୭/୦୭ ରିଖ ସୋମବାର ଅପରାହ୍ନ ୪:୩୦ ରେ ଅଚାନକ ବର୍ଷା ଓ ଘଡ଼ଘଡ଼ି ସହ ବଜ୍ରପାତ ହୋଇଥିଲା। ଏହି ସମୟରେ କଜଳ ପାତିଆ ଗ୍ରାମର ତ୍ରିଲୋଚନ ବେହେରା ପିତା ସୁଦର୍ଶନ ବେହେରା ଙ୍କ ଗାଈଟି ବାହାରେ ଚରୁଥିବା ବେଳେ ସିଧାସଳଖ ବଜ୍ରପାତର ଶିକାର ହୋଇଥିଲା। ଘଟଣାସ୍ଥଳରେ ହିଁ ଗାଈଟିର ମୃତ୍ୟୁ ଘଟିଥିଲା।
​ଏହି ଦୁର୍ଘଟଣା ଯୋଗୁଁ ଗାଈ ମାଲିକଙ୍କର ଆର୍ଥିକ ସମ୍ବଳର ମୁଖ୍ୟ ସ୍ରୋତ ର ମାଧ୍ୟମ ନଷ୍ଟ ହୋଇଯାଇଥିବାରୁ ସେ ଗଭୀର ମାନସିକ ଓ ଆର୍ଥିକ ସଙ୍କଟରେ ପଡ଼ିଛନ୍ତି। ଖବର ପାଇ ସ୍ଥାନୀୟ ପ୍ରାଣୀଚିକିତ୍ସକ ଓ ରାଜସ୍ୱ ନିରୀକ୍ଷକ (RI) ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଗରିବ ପରିବାରଟିକୁ ତୁରନ୍ତ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସ ଡି ଆର ଏଫ ) ନିୟମାନୁସାରେ ସରକାରୀ କ୍ଷତିପୂରଣ ଓ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଏବଂ ପରିବାର ପକ୍ଷରୁ ଜିଲ୍ଲା ପ୍ରଶାସନ ଓ କାକଟପୁର ତହସିଲଦାରଙ୍କ ନିକଟରେ ଅନୁରୋଧ କରାଯାଇଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply