୨୬/୦୯/୨୦୨୫ – ଶ୍ରୀମନ୍ଦିରର୍ ବରିଷ୍ଠ ସେବାୟତ ତଥା ପ୍ରଧାନୀ ନିଯୋଗ, ବିମାନବଡୁ ନିଯୋଗ, ଭଗବତୀ କୋଟ ଆଖଡା ର୍ ପୂର୍ବତନ ସଭାପତି ବୟୋଜ୍ଯେଷ୍ଠ ସେବାୟତ ଶ୍ରୀଧର ପ୍ରଧାନୀ ଇହଲୀଳା ସମ୍ବରଣ କରିଛନ୍ତି। ଆଜି ସକଲ ୯ଘଟିକା ସମୟରେ ବିମାନବଡୁ ସାହି ନିଜସ୍ଵ ବାସଭବନ ରେ ଶେଷ ନିଶ୍ୱାସ ତ୍ୟାଗ କରିବା ସହିତ ଡିକ୍ଟର ଦ୍ଵାରା ମୃତୁ ଘୋଷଣା କରାଯାଇଥିଲା। ମୃତୁ ସମୟକୁ ତାଙ୍କୁ ୮୪ବର୍ଷ ହେବା ଜଣା ପଡ଼ିଅଛି। ଶ୍ରୀଧର ପ୍ରଧାନୀ ଙ୍କ ମୃତ୍ୟୁ ସମୟରେ ତାଙ୍କ ଦୁଇ ପୁତ୍ର ବୋହୂ, ତିନି କନ୍ୟା, ସମସ୍ତ ନାତି ନାତୁଣୀ ଓ ସ୍ଵର୍ଗତ ପ୍ରଧାନୀ ଙ୍କ ତିନି ଭାଇ ଦାମଦର ପ୍ରଧାନୀ, ଗଙ୍ଗାଧର ପ୍ରଧାନୀ ଗଦାଧର ପ୍ରଧାନୀ ଆସି ତାଙ୍କ ବାସଭବନରେ ପହଁଞ୍ଚିବା ସହ ଶେଷ ଦର୍ଶନ କରିଅଛନ୍ତି. ସ୍ଵର୍ଗତ ପ୍ରଧାନୀ ଜଣେ ସମାତ ସେବକ, ରାଜନୈତିକ, ଧାର୍ମିକ ପରାୟଣ ଓ ଶ୍ରୀମନ୍ଦିର ବିଭିନ୍ନ ସମୟ ରେ ଉପୁଜୁଥିବା ସମସ୍ୟା କୁ ନେଇ ଗଜପତି ମହାରାଜା ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନକୁ ମାର୍ଗ ଦର୍ଶନ କରାଇବା ସହିତ ମୁକ୍ତି ମଣ୍ଡପ ବିଭିନ୍ନ ସମସ୍ୟା କୁ ସମାଧାନ କରିବା ପାଇଁ ମାର୍ଗ ଦର୍ଶନ କରିଥାନ୍ତି. ବିଗତ ୬୦ବର୍ଷ ରୁ ଉର୍ଦ୍ଧ ଶ୍ରୀ ମନ୍ଦିର ରେ ପ୍ରଭୁଙ୍କ ଦୈନିକ ସେବା କରି ଆସିଛନ୍ତି.
ସ୍ଵର୍ଗତ ପ୍ରଧାନୀ ଶେଷକୃତ୍ୟ ପୁରୀ ସ୍ଵର୍ଗଦ୍ଵାର ଠାରେ ଅନୁଷ୍ଠିତ ହୋଇଥିବା ବେଲେ ପୁର୍ବତନ ନଗର୍ ପାଳ ଗୌରହରି ପ୍ରଧାନ କାଉନସିଲ ରବିନାରାୟଣ ଦାସ ଓ ଶ୍ରୀମନ୍ଦିର ର୍ ବରିଷ୍ଠ ସେବାୟତ ମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଅଛନ୍ତି. ମୁଖାଗ୍ନି ଦେଇଥିଲେ ଜ୍ଯେଷ୍ଠ ପୁତ୍ର ସତ୍ୟନାରାୟଣ ପ୍ରଧାନୀ










