Home / ସାମାଜିକ / ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ଉଦ୍ଘାଟନ ହେଲା ନବନିର୍ମିତ ଅସ୍ତରଙ୍ଗ ଥାନା

ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ଉଦ୍ଘାଟନ ହେଲା ନବନିର୍ମିତ ଅସ୍ତରଙ୍ଗ ଥାନା

whatsapp image 2024 12 16 at 18.50.55 74a69cc7

କାକଟପୁର ୧୬/୧୨,
( ତୁଷାର ଦୀକ୍ଷିତ )
ଆଜି ଅପରାହ୍ନ ୫:୩୦ ମିନିଟ ସମୟ ରେ ଓଡିଶା ରାଜ୍ୟ ପୋଲିସ ମୁଖ୍ୟାଳୟ ରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କ ଦ୍ୱାରା ଅସ୍ତରଙ୍ଗ ର ନୂତନ ଥାନା ଭରଚୁଆଲ ମାଧ୍ୟମ ରେ ଉଦ୍ଘାଟନ କରାଯାଇଛି l ଦୀର୍ଘ ଦିନ ହେବ ଅସ୍ତରଙ୍ଗ ଭଳି ଏକ ସମ୍ବେଦନଶିଳ ଅଞ୍ଚଳ ରେ ଏକ ସ୍ୱତନ୍ତ୍ର ଥାନା ନଥିବାରୁ ଏଠି ବିଭିନ୍ନ ସମୟ ରେ ସାଧାରଣ ବୁଦ୍ଧିଜୀବୀ ଙ୍କ ସମେତ ପୋଲିସ ମଧ୍ୟ ଭିନ୍ନ ଭିନ୍ନ ସମସ୍ୟା ର ସମ୍ମୁଖୀନ ହୋଇଛନ୍ତି, ମାତ୍ର ପୂର୍ବତନ ସରକାର ଙ୍କ ସମୟ ରେ ନୂତନ ଥାନା ନିର୍ମାଣ ପ୍ରକଳ୍ପ ରେ ଅସ୍ତରଙ୍ଗ ସ୍ଥାନ ପାଇଥିଲା ଆଉ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇ ପରିଶେଷରେ ଉଦଘାଟିତ ହୋଇଯାଇଛି l ଅସ୍ତରଙ୍ଗ ଅଞ୍ଚଳ ରେ ୧୫ ଗୋଟି ପଞ୍ଚାୟତ ଭିତରୁ ୧୩ ଗୋଟି ପଞ୍ଚାୟତ ର ୧୦୩ ଗୋଟି ରାଜ୍ୱସ ଗ୍ରାମ ଏହି ଥାନା ଉପରେ ନିର୍ଭର କରନ୍ତି, ୧୫୬ ବର୍ଗ ମିଟର ପରିଧି ଭିତରେ ୨କୋଟି ୨୮ ଲକ୍ଷ ୧୩ ହଜାର ଟଙ୍କା ର ପ୍ରକଳ୍ପ ଆଜି ଉଦ୍ଘାଟନ ହୋଇଛି, ଏଥିରେ ଥାନା ଅଧିକାରୀ ଙ୍କ କକ୍ଷ, ଶିଶୁ ଓ ମହିଳା ଡେସ୍କ, ପ୍ରତୀକ୍ଷାଳୟ,ଅତ୍ୟାଧୁନିକ ଅଫିସ, ମହିଳା ଓ ପୁରୁଷ ହାଜତ, ଅସ୍ତ୍ରଶସ୍ତ୍ର ପାଇଁ ସୁରକ୍ଷିତ କକ୍ଷ, ରେକର୍ଡ ରୁମ୍, ପାର୍କିଂ ବ୍ୟବସ୍ଥା ରହିଅଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଜଗତସିଂହପୁର ସାଂସଦ ଡ଼ଃ ବିଭୁ ପ୍ରସାଦ ତରାଇ ଓ ଅନ୍ୟ ଅତିଥି ଭାବେ କାକଟପୁର ବିଧାୟକ ଶ୍ରୀଯୁକ୍ତ ତୁଷାର କାନ୍ତି ବେହେରା, ପୁରୀ ଜିଲ୍ଲା ଅତିରିକ୍ତ ଏସ. ପି ବିଷ୍ଣୁପ୍ରସାଦ ପତ୍ତି, ଅସ୍ତରଙ୍ଗ ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ ପତ୍ତି, ପଞ୍ଚାୟତ ସମିତି ଅଧକ୍ଷା ଶ୍ରୀମତୀ ଆରତୀ ନାୟକ,ବିଡ଼ିଓ ସସ୍ମିତା ବେହେରା, ନିମାପଡା ଏସଡିପିଓ ପ୍ରଭାତ ମଲ୍କିକ ଉପସ୍ଥିତ ରହିଥିଲେ l ପ୍ରଦୀପ ପ୍ରଜ୍ଜଳନ କରାଯିବା ପରେ ରାଷ୍ଟ୍ରୀୟ ସଙ୍ଗୀତ ଗାନ କରାଯିବା ପରେ ଉପସ୍ଥିତ ଅତିଥି ମାନେ ନିଜ ନିଜ ର ଅଭିଭାଷଣ ରଖିଥିଲେ, ଅସ୍ତରଙ୍ଗ ରେ ନୂତନ ଥାନା ଉଦ୍ଘାଟନ ହେବା ସମୟ ପର୍ଯ୍ୟନ୍ତ ସମୁଦାୟ ପୁରୁଣା ଥାନା ରେ ୨୪୮ ଗୋଟି ଅପରାଧିକ ମାମଲା ପଞ୍ଜିକୃତ ହୋଇଥିବା ପୋଲିସ ପକ୍ଷ ରୁ ସୂଚନା ଦିଆଯାଇଛି, ପିର ଜାହାନିଆ ବେଳାଭୂମି, ଗଙ୍ଗାଦେବୀ, ମ୍ୟାନଗ୍ରୋଭ ଈକୋ ଟୁରୁଯିମ ଭଳି ପର୍ଯ୍ୟଟନ ସ୍ଥଳୀ ରେ ପ୍ରତ୍ୟେକ ବର୍ଷ ଏଠି ହଜାର ହଜାର ପର୍ଯ୍ୟଟକ ଙ୍କ ଗହଳି ଜମିଥାଏ, ଏହିଭଳି ସ୍ଥାନ ରେ ଆଇନ ଶୃଙ୍ଖଳା ପରିସ୍ଥିତି କିପରି ଠିକ ରୂପେ କାର୍ଯ୍ୟକ୍ଷମ ହେବ ସେ ବାବଦରେ ଉପସ୍ଥିତ ଅତିଥି ସଂକ୍ଷପ ରେ କହିଥିଲେ, ଆଜିର ଉଦ୍ଘାଟନୀ ସନ୍ଧ୍ୟା ରେ ଅସ୍ତରଙ୍ଗ ଅଞ୍ଚଳ ର ବିଭିନ୍ନ ପଞ୍ଚାୟତ ର ସରପଞ୍ଚ, ନୋମିନି, ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠି, ରବୀନ୍ଦ୍ର ମଲ୍ଲିକ, ବାଇଧର ମଲ୍ଲିକ, ଯୁବ ବିଜେପି ନେତା ଦିବାକର ଛାଟୋଇ ଙ୍କ ସମେତ ୩୦୦ ବୁଦ୍ଧିଜୀବୀ ଉପସ୍ଥିତ ରହିଥିଲେ l

SPREAD YOUR LOVE WITH YOUR FRIENDS AND FAMILY