Home / ଶୋକ / ଖ୍ୟାତନାମା ତବ୍ଲା ଶିଳ୍ପୀ ଜାକିର ହୁସେନଙ୍କର ପରଲୋକ

ଖ୍ୟାତନାମା ତବ୍ଲା ଶିଳ୍ପୀ ଜାକିର ହୁସେନଙ୍କର ପରଲୋକ

images

ଖ୍ୟାତନାମା ତବ୍ଲା ଶିଳ୍ପୀ ଜାକିର ହୁସେନଙ୍କର ରବିବାର ଆମେରିକାର ସାନ୍ ଫ୍ରାନ୍ସିସ୍କୋରେ ଥିବା ଏକ ହସ୍ପିଟାଲରେ ପରଲୋକ ହୋଇଯାଇଛି । ସେ ୭୩ ବର୍ଷ ବୟସ୍କ ଥିଲେ। ପରିବାର ତରଫରୁ ଜଣାପଡ଼ିଛି ଯେ, ସେ ଇଡିଓପାଥିକ ପାଲ୍ମୋନାରି ଫାଇବ୍ରୋସିସ୍‌ ନାମକ ରୋଗରେ ପୀଡ଼ିତ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସେ ପାର୍ଥିବ ଶରୀର ତ୍ରଗ କରିଛନ୍ତି। ଗତ ଦୁଇ ସପ୍ତାହ ଧରି ସେ ହସ୍ପିଟାଲରେ ଭର୍ତ୍ତି ଥିଲେ । ଏବଂ ତାଙ୍କ ଅବସ୍ଥା ଅଧିକ ଗୁରୁତର ହେବା ପରେ ଆଇସିଇଉ କୁ ସ୍ଥାନାନ୍ତରିତ କରାଯାଇଥିଲା।

ତାଙ୍କର ଜେଷ୍ଠା ଭଉଣୀ ଖୁର୍ଶିଦ ଆଉଲିଆ କହିଛନ୍ତି, “ସେ ବହୁତ ଶାନ୍ତି ର ସହିତ ପରଲୋକ ସିଧାରିଛନ୍ତି । ଭେଣ୍ଟିଲେଟର ମେସିନ୍ ବନ୍ଦ କରାଯାଇବା ପରେ ସାନ୍ ଫ୍ରାନ୍ସିସ୍କୋ ସମୟ ଅନୁସାରେ ସନ୍ଧ୍ୟା ୪ଟାରେ ସେ ପରିତ୍ୟାଗ କଲେ।”

୧୯୫୧ ମାର୍ଚ୍ଚ ୯ରେ ଜନ୍ମ ହୋଇଥିବା ଜାକିର ହୁସେନ ଖ୍ୟାତିଶୀର୍ଷ ତବ୍ଲା ଶିଳ୍ପୀ ଉସ୍ତାଦ ଆଲା ରାକ୍‌ହାଙ୍କ ପୁତ୍ର ଥିଲେ। ଛଅ ଦଶକ ଧରି ଚାଲିଥିବା ତାଙ୍କ ଜୀବନରେ ସେ ସାଙ୍ଗୀତିକ ଜଗତରେ ଏକ ଅମିଟ ଛାପ ଛାଡ଼ି ଗଲେ, ଯାହା ସମ୍ପୂର୍ଣ୍ଣ ଜଗତର ସଙ୍ଗୀତ ପ୍ରେମୀମାନଙ୍କ ପାଇଁ ଏକ ଅମୂଲ୍ୟ ସମ୍ପତ୍ତି।

SPREAD YOUR LOVE WITH YOUR FRIENDS AND FAMILY