Home / ସାମାଜିକ / ପାଳିତ ହେଲା ଶିଶୁ ସୂରକ୍ଷା ବାହିନୀର ବାର୍ଷିକ ଉତ୍ସବ

ପାଳିତ ହେଲା ଶିଶୁ ସୂରକ୍ଷା ବାହିନୀର ବାର୍ଷିକ ଉତ୍ସବ

sishu

ଡ଼େଲାଙ୍ଗ: ତା ୧୫/୧୨/୨୦୨୪
ଶିଶୁ ସୁରକ୍ଷା ବାହିନୀ ଓ ନ୍ୟୁ ଓଡ଼ିଶା ନ୍ୟୁଜ୍‌ ଲାଇଭ୍‌ଙ୍କ ମିଳିତ ଉଦ୍ୟମରେ ଡେଲାଙ୍ଗ ବ୍ଲକ୍‌ ଅନ୍ତର୍ଗତ ଅରିଶଲ ଛକ ସ୍ଥିତ “ସାଇ ଅମୃତସଭା ମଣ୍ଡପରେ” ରବିବାର ବାର୍ଷିକ ଉତ୍ସବ ଓ ସେବା ସମ୍ମାନ ପ୍ରଦାନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ପୁରୀ, ଖୋର୍ଦ୍ଧା , ନୟାଗଡ଼, ଭୁବନେଶ୍ବର, ଢେଙ୍କାନାଳ, ଯାଜପୁର ,ଆଦି ଜିଲା ର ଶିଶୁ ସୂରକ୍ଷା ବାହିନୀର ଶତାଧିକ କର୍ମୀ ଏହି ସମାବେଶରେ ଯୋଗ ଦେଇ ଶିଶୁ ଅଧିକାର ଅଭିଯାନ ଏକ ଆହ୍ବାନ ସମ୍ପର୍କରେ ଆଲୋକପାତ କରିଥିଲେ। ସୁରକ୍ଷା ବାହିନୀର ମୁଖ୍ୟ ସଂଗଠକ ତଥା ପ୍ରତିଷ୍ଠାତା ରାଜକିଶୋର ମହାନ୍ତିଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସମାବେଶରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ହିମାଳୟ ଶତପଥୀ, ଅଧ୍ୟାପକ ଶିଶିର ମହାପାତ୍ର, ଶୁଭଲକ୍ଷ୍ମୀ ସାମନ୍ତରାୟ, ଶ୍ଵେତପଦ୍ମା ମିଶ୍ର ମମତା ରଥ, ଜୟଶ୍ରୀ ପାତ୍ର, ବରିଷ୍ଠ ଖବରଦାତା ପ୍ରସନ୍ନ ତ୍ରିପାଠୀ ପ୍ରମୁଖ ସାମାଜିକ କର୍ମୀ ଓ ସାମ୍ବାଦିକତାର ବିଭିନ୍ନ ଦିଗ ସମ୍ପକରେ ଆଲୋକପାତ କରିଥିଲେ । କାର୍ଯ୍ୟକାରୀ ସଭାପତି ବାସୁଦେବ ସେଠୀ ସଭାମଞ୍ଚ ସଂଯୋଜନା କରିଥିଲେ। ଏହି ଅବସରରେ ଶିଶୁ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ସମ୍ପୃକ୍ତି ରଖିଥିବା ସାମାଜିକ କର୍ମୀ ଓ ଖବରଦାତାଙ୍କୁ ମାନପତ୍ର, ଉତ୍ତରୀୟ ଓ ସ୍ମାରକୀ ଫଳକ ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଦୀପ୍ତରଞ୍ଜନ ମହାନ୍ତି, ହିମାଂଶୁ ମହାପାତ୍ର, ଶୁଭଲକ୍ଷ୍ମୀ ସେନାପତି ପ୍ରମୁଖ ମଞ୍ଚ ପରିଚାଳନାରେ ସହଯୋଗ କରିଥଲେ।

SPREAD YOUR LOVE WITH YOUR FRIENDS AND FAMILY