କାକଟପୁର ୨୨/୧୨/୨୦୨୪ (ତୁଷାର ଦୀକ୍ଷିତ ) ଆଜି କାକଟପୁର ପ୍ରେସ କ୍ଳବ ସଭାପତି ତଥା ମଙ୍ଗଳା ମନ୍ଦିର ଉପଦେଷ୍ଟା କମିଟି ସଦସ୍ୟ, ସେବକ ସମିତି ର ଉପସଭାପତି କମଳ ଲୋଚନ ଦୀକ୍ଷିତ ପଚାଶ ବର୍ଷ ରେ ପଦାର୍ପଣ କରିଛନ୍ତି, ପ୍ରଥମେ ସେବାୟତ ହିସାବରେ ମା ମଙ୍ଗଳା ଙ୍କୁ ଦର୍ଶନ କରିବା ପରେ ଗୁରୁଜନ ମାନଙ୍କ ଠାରୁ ଆଶିଷ ଭିକ୍ଷା କରିଥିଲେ, ଦୀର୍ଘ ପଚାଶ ବର୍ଷ ଭିତରେ ବିଭିନ୍ନ ଅନୁଷ୍ଠାନ ସହିତ ଜଡିତ ରହି ଅନୁଷ୍ଠାନ ପାଇଁ ସ୍ଵଛ ଓ ନିର୍ମଳ ପରିଚାଳନା ଉପରେ ସବୁବେଳେ ସେ ଗୁରୁତ୍ୱ ଦେଇ ଆସିଛନ୍ତି, ଉପଦେଷ୍ଟା ସଦସ୍ୟ ହିସାବରେ ମଙ୍ଗଳା ମନ୍ଦିରରେ ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦେଇ ଆଲୋଚନା ମାଧ୍ୟମରେ ସଠିକ ରୂପେ ପରିଚାଳନା କରି କାମକୁ ସରସ ସୁନ୍ଦର କରିଛନ୍ତି, କାକଟପୁର ପ୍ରେସ କ୍ଳବ ର ସଭାପତି ହିସାବରେ ସରକାର ଙ୍କ ପାଖରେ ସମସ୍ତ ସାମ୍ବାଦିକ ମାନଙ୍କ ଅସୁବିଧା ବାବଦରେ ସଂଘୀୟ ଵେବସ୍ଥା ରେ ନିଜକୁ ସାମିଲ କରି ସରକାର ଙ୍କ ଦୃଷ୍ଟି କୁ ଆଣିଛନ୍ତି , ସେବକ ସମିତି ର ଉପସଭାପତି ପଦ ରେ ରହି ବିଭିନ୍ନ ଗଠନ ମୂଳକ କାର୍ଯ୍ୟ ରେ ନିଜକୁ ପ୍ରତ୍ୟକ କାମରେ ସାମିଲ କରି ସ୍ୱମେଶ୍ୱର ମହାଦେବ ଙ୍କ ପାଖରେ ବହୁ ଉର୍ନ୍ନତି ମୂଳକ କାର୍ଯ୍ୟ ହୋଇଛି, ଆଜି ତାଙ୍କର ପଚାଶ ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ ସଂଗଠନ ତରଫରୁ ତାଙ୍କୁ ସୂବେଚ୍ଛା ବାର୍ତା ରାଜ୍ୟ ସଙ୍ଘ ଠାରୁ ଆରମ୍ଭ କରି ତାଙ୍କ ଶହ ଯୋଡି ହୋଇଥିବା ବନ୍ଧୁ ମାନେ ତାଙ୍କୁ ଦେଇଥିବା ବ୍ୟକ୍ତି ବିଶେଷ ମାନଙ୍କୁ କମଳ ଲୋଚନ ଦୀକ୍ଷିତ ସାଧୁବାଦ ଜଣାଇଛନ୍ତି, ସେ କହିଛନ୍ତି ମା ମଙ୍ଗଳା ଙ୍କ ଆଶୀର୍ବାଦ ଓ ସୂବେଛୁ ମାନଙ୍କର ଭଲ ପାଇବା ସଦା ସର୍ବଦା ଏମିତି ମୋରି ଉପରେ ଥାଉ, ମା ମଙ୍ଗଳା ମୋତେ ଶକ୍ତି ଦିଅନ୍ତୁ ମୁଁ ଶେଷ ଜୀବନ ପର୍ଯ୍ୟନ୍ତ ଏମିତି ସମାଜ ସେବା ରେ ନିଜକୁ ନିୟୋଜିତ କରି ଚାଲୁଥାଏ,
Social Icons
Featured Posts











