Home / ଜନ୍ମଦିନ / ପ୍ରେସ କ୍ଳବ ସମ୍ପାଦକ ଙ୍କ ୪୫ ତମ ଜନ୍ମଦିନ ପାଳିତ ଖୁସି ମନାଇଲେ ସଦସ୍ୟ

ପ୍ରେସ କ୍ଳବ ସମ୍ପାଦକ ଙ୍କ ୪୫ ତମ ଜନ୍ମଦିନ ପାଳିତ ଖୁସି ମନାଇଲେ ସଦସ୍ୟ

img 20240615 wa0014

କାକଟପୁର ୧୫/୦୬/୨୦୨୪ ଆଜି କାକଟପୁର ପ୍ରେସ କ୍ଳବ ର ସମ୍ପାଦକ ତଥା ଉତ୍କଳ ସାମ୍ବାଦିକ ସଙ୍ଘର ବରିଷ୍ଠ ସଦସ୍ୟ ଆଦିତ୍ୟ କୁମାର ରାଉତ ଙ୍କ ଜନ୍ମଦିନ ଅବସରରେ ପ୍ରଥମେ ସେ ମା ମଙ୍ଗଳା ଙ୍କୁ ଦର୍ଶନ କରିବା ସହିତ ନିଜ ଗ୍ରାମର ପ୍ରତ୍ୟକ୍ଷ ଠାକୁର ପ୍ରଭୁ ଇଶ୍ୱରନାଥ ଙ୍କ ଦର୍ଶନ କରି ଗୁରୁଜନ ମାନଙ୍କ ଆଶୀର୍ବାଦ ଭିକ୍ଷା କରି ସାରିବା ପରେ ସୋସିଆଲ ମିଡିଆରେ ତାଙ୍କ ଜନ୍ମଦିନ ର ବାର୍ତା ପୋଷ୍ଟ କରିଥିଲେ ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ତାଙ୍କର ସୂବେଛୁ, ହିତାକାଂକ୍ଷୀ, ସହପାଠୀ, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି, ତଥା ନିଜେ କାମ କରୁଥିବା ସୂର୍ଯ୍ୟପ୍ରଭା ଖବର କାଗଜ ର ସଦସ୍ୟ , ଉତ୍କଳ ସାମ୍ବାଦିକ ସଙ୍ଘ ସଭାପତି ବିଭୁତି ଭୂଷଣ କର ଙ୍କ ସମେତ କାର୍ଯ୍ୟକର୍ତା ଙ୍କ ସମେତ ସାମାଜିକ କ୍ଷେତ୍ରରେ ବିଭିନ୍ନ ରକ୍ତଦାନ ସେବାଶୀବିର ର ମୁଖ୍ୟ ମାନେ ମଧ୍ୟ ଶୁଭେଚ୍ଛା ର ବାର୍ତା ଦେବାକୁ ପଛାଇ ନ ଥିଲେ, ନିଜ ଗାଁ ରେ ଥିବା ଗୋପବନ୍ଧୁ ସାମାଜିକ ସଂଗଠନ ସମସ୍ତ କର୍ମକର୍ତା ଶ୍ରୀ ରାଉତ ଙ୍କୁ ଆଶିଷ ପ୍ରଦାନ କରିଥିଲେ, ଶ୍ରୀ ରାଉତ ଜଣେ ଭଲ ସଂଗଠକ ଓ ଡାକ୍ତରଖାନା ରେ ଜୀବନ ସହିତ ସଂଗ୍ରାମ କରୁଥିବା ବ୍ୟକ୍ତି ବିଶେଷ ମାନଙ୍କୁ ରକ୍ତ ର ଅଭାବ ଖବର ପାଇଲା ମାତ୍ରେ ଦେବ ଦୂତ ଭାବେ ପହଂଚି ତୁରନ୍ତ ରକ୍ତ ଯୋଗାଇବା ଠାରୁ ଆରମ୍ଭ କରି ଗରିବ ଗୁରୁବା ମାନଙ୍କୁ ସାହାର୍ଯ୍ୟ କରିବାକୁ ସେ କେବେ ପଛାଇ ନାହାନ୍ତି ବୋଲି କାକଟପୁର ପ୍ରେସ କ୍ଳବ ସଭାପତି କମଳ ଲୋଚନ ଦୀକ୍ଷିତ, ତୁଷାର ଦୀକ୍ଷିତ, ପ୍ରଦୀପ୍ତ କୁମାର ଦୀକ୍ଷିତ,ମାନସ ଦୀକ୍ଷିତ, ଭାଗବତ ସ୍ୱାଇଁ, ପ୍ରଶାନ୍ତ ଜେନା,ପ୍ରଭାସ ପୃଷ୍ଟି ପ୍ରମୁଖ କହିଥିବା ବେଳେ ଆଦିତ୍ୟ ରାଉତ କହିଛନ୍ତି ମୋର ଗୁରୁଜନ ମାନଙ୍କ ଆଶୀର୍ବାଦ ରହିଲେ ମୁଁ ଆହୁରି ଆଗକୁ ଯାଇପାରି ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରି ପାରି ନିଜକୁ ଧନ୍ୟ ମନେ କରିବି ଏବଂ ମୋର ମାନବ ଜୀବନ ମଧ୍ୟ ସାର୍ଥକ ହେବ ବୋଲି କହିଛନ୍ତି, ଏହି ଖୁସିରେ ଆଜି କାକଟପୁର ପ୍ରେସ କ୍ଳବ ଅଫିସିରେ ଏକ କେକ କଟା ଯାଇ ମିଠା ବଣ୍ଟା ଯାଇଥିଲା

img 20240615 wa0015
SPREAD YOUR LOVE WITH YOUR FRIENDS AND FAMILY

Leave a Reply