Home / ଶୋକ / 60 ବର୍ଷ ର ବ୍ୟବସାୟୀ ଙ୍କୁ ହରାଇ ଝୁରୁଛି ଚନ୍ଦନ ବଜାର:ସାମ୍ବାଦିକ ଙ୍କ ପିତୃ ବିୟୋଗ ରେ ଚନ୍ଦନ ବଜାର ବନ୍ଦ

60 ବର୍ଷ ର ବ୍ୟବସାୟୀ ଙ୍କୁ ହରାଇ ଝୁରୁଛି ଚନ୍ଦନ ବଜାର:ସାମ୍ବାଦିକ ଙ୍କ ପିତୃ ବିୟୋଗ ରେ ଚନ୍ଦନ ବଜାର ବନ୍ଦ

deadnews

କାକଟପୁର ୨୯/୧୨ :- କାକଟପୁର ବ୍ଲକ ପ୍ରାଚୀ ବିହାର ସ୍ଥିତ ଦୈନିକ ଖବର କାଗଜ ର ସମ୍ବାଦଦାତା ଭାଗବତ ସ୍ୱାଇଁ ଙ୍କ ପିତା ତଥା ଦୀର୍ଘ 60 ବର୍ଷ ଧରି ଚନ୍ଦନ ବଜାର ରେ ବ୍ୟବସାୟ କରୁଥିବା କେଳୁଚରଣ ସ୍ୱାଇଁଙ୍କର ୭୩ ବର୍ଷ ବୟସରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସିତ ଅବସ୍ଥାରେ ଦେହାନ୍ତ ହୋଇଯାଇଛି, ଏହି ଖବର ପ୍ରଚାରିତ ହେବା କ୍ଷଣି ନିଜ କାକଟପୁର ବାସଭବନ କୁ ଛୁଟି ଯାଇଥିଲେ ସୂବେଛୁ, ସ୍ବର୍ଗତଃ ସ୍ୱାଇଁ ୧୯୬0 ମସିହା ରୁ ବ୍ୟବସାୟ ଆରମ୍ଭ କରି ଜଣେ ବିଶିଷ୍ଟ ବ୍ୟବସାୟୀ ଭାବେ ନିଜକୁ ପ୍ରତିଷ୍ଠିତ କରାଇପାରିଥିଲେ l ଗତ କାଲି ଅପରାହ୍ନ ରେ ସେ ହଠାତ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ପ୍ରଥମେ କାକଟପୁର ରେ ପ୍ରାଥମିକ ଚିକିତ୍ସା କରିବାପରେ ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲ ରେ ଭର୍ତି କରାଯାଇଥିଲା l ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ କାକଟପୁର ରେ ବିଶିଷ୍ଟ ବ୍ୟକ୍ତିମାନଙ୍କ ସହ ବ୍ୟବସାୟୀ ମାନେ ତାଙ୍କ ଶେଷ ଦର୍ଶନ କରିଥିଲେ l ପରେ ତାଙ୍କ ପାର୍ଥିବ ଶରୀର କୁ ନିଜ ଘର ପାଖରୁ କାକଟପୁର ବଜାର ପରିକ୍ରମା କରାଯିବା ପରେ ଗଣେଶ ବଜାର, ଲକ୍ଷ୍ମୀ ବଜାର ଯିବା ପରେ କାକଟପୁର ପ୍ରେସ କ୍ଳବ ସଭାପତି କମଳ ଲୋଚନ ଦୀକ୍ଷିତ, ଆଦିତ୍ୟ ରାଉତ, ମାନସ ଦୀକ୍ଷିତ, ପ୍ରଶାନ୍ତ ଜେନା, ଶେଷ ଦର୍ଶନ କରିବା ସହିତ ପୁଷ୍ପ ଗୁଚ୍ଛ ଦେଇଥିଲେ, ସେହିପରି ମଙ୍ଗଳା କ୍ରିକେଟ କ୍ଳବ ର ସଭାପତି ପ୍ରଦୀପ୍ତ ଦୀକ୍ଷିତ, ଉପଦେଷ୍ଟା ତଥା ଯୁବ ନେତା ହିମାଂଶୁ ଭୂଷଣ ଦୀକ୍ଷିତ,ତପନ କୁମାର ଦୀକ୍ଷିତ, ଧୀରେନ୍ଦ୍ର ଚାନ୍ଦ,ଶୁଭ୍ରାଂଶୁ ଦୀକ୍ଷିତ, ସଞ୍ଜୟ ସାମଲ, ଶ୍ୟାମ ସୁନ୍ଦର ରଣା, ସୂର୍ଯକାନ୍ତ ଦୀକ୍ଷିତ, ସୁଶାନ୍ତ ଦାସ ପୁଷ୍ପ ଗୁଚ୍ଛ ଦେଇ ଶେଷ ଦର୍ଶନ କରିଥିଲେ ପରେ ପୁରୀ ସ୍ୱର୍ଗଦ୍ୱାର ନିଆଯାଇ ଅନ୍ତିମ ସତ୍କାର କରାଯାଇଥିଲା l ଜ୍ୟଷ୍ଠ ପୁତ୍ର ଜ୍ଞାନରଞ୍ଜନ ମୁଖାଗ୍ନି ଦେଇଥିବାବେଳେ ତାଙ୍କ ଶବଧାର ନିକଟରେ ଜୋଇଁ ପ୍ରକାଶ ସ୍ୱାଇଁ, ନାତି, ନାତୁଣୀ, ବନ୍ଧୁ, ପରିବାର ବର୍ଗ ଉପସ୍ଥିତ ଥିଲେ l ତାଙ୍କ ମୃତ୍ୟୁ ରେ କାକଟପୁର ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଛି l

SPREAD YOUR LOVE WITH YOUR FRIENDS AND FAMILY