Home / ସାମାଜିକ / ପୁରୀରେ ମହର୍ଷି ମହେଶ ଯୋଗୀଙ୍କ ୧୦୮ ତମ ଜୟନ୍ତୀ ପାଳିତ

ପୁରୀରେ ମହର୍ଷି ମହେଶ ଯୋଗୀଙ୍କ ୧୦୮ ତମ ଜୟନ୍ତୀ ପାଳିତ

ପୁରୀ – ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଆଳିପଡା ସ୍ଥିତ ଗୋବିନ୍ଦ ଗୋଧାମ ଗୋଶାଳା ପରିସରରେ ମହର୍ଷି ମହେଶ ଯୋଗୀଙ୍କ 108ତମ ଜୟନ୍ତୀ ପାଳିତ ହୋଇଯାଇଛି । ମହର୍ଷିଙ୍କର ଶିଷ୍ୟ ଏବଂ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ସଂପାଦକ ପଣ୍ଡିତ ବିଷ୍ଣ ଚରଣ ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହୋମ ଯଜ୍ଞ, ବେଦ ପାଠ ଓ ସୁନ୍ଦରକାଣ୍ଡ ପାଠ କରାଯିବା ସହିତ ଗୋସେବାରେ ନିୟୋଜିତ ଗୋସେବକମାନଙ୍କୁ ବସ୍ତ୍ର ପ୍ରଦାନ କରାଯାଇଥିଲା।
ଉତ୍ସବ ସ୍ଥଳରେ କର୍ତ୍ତାରୂପେ ପଣ୍ଡିତ ବିଷ୍ଣୁ ମହାରାଜଙ୍କ ସହିତ ସହଧର୍ମିଣୀ ଶ୍ରୀମତୀ ଲକ୍ଷ୍ମିପ୍ରିୟା ପଣ୍ଡା ଉପସ୍ଥିତ ରହି ଗୁରୁପୂଜନକାର୍ଯ୍ୟ ସଂପନ୍ନ କରିଥିଲେ। ଏଥିରେ ପଣ୍ଡିତ ବଳରାମ ମିଶ୍ର ପୁରୋହିତ କାର୍ଯ୍ୟ କରିଥିବା ବେଳେ ଗୋଶାଳାର କୃଷ୍ଣଚନ୍ଦ୍ର ମହାରାଜ ସହଯୋଗ କରିଥିଲେ ।
ଏହି ଅବସରରେ କେଉଟକୁଦି ପ୍ରଧାନ ସାହିରେ ଥିବା ଗୋବିନ୍ଦ ଗୋଧାମ ଗୋଶାଳାର ଗୋ-ସେବକମାନଙ୍କୁ ମଧ୍ୟ ବସ୍ତ୍ର ପ୍ରଦାନ କରାଯାଇଥିଲା । କେଉଟକୁଦି ପ୍ରଧାନ ସାହିର ଗ୍ରାମ୍ୟକମିଟି ସଭାପତି ପ୍ରଭାତ ଖଟେଇଙ୍କ ସହ ଗୋଶାଳା ପରିଦର୍ଶନ କରି ନିଜ ବକ୍ତବ୍ୟରେ ବିଷ୍ଣୁ ମହାରାଜ କହିଥଲେ ମହର୍ଷି ମହେଶ ଯୋଗୀ ସନାତନ ହିନ୍ଦୁ ଧର୍ମର ପ୍ରଚାର, ଗୋମାତାଙ୍କର ସୁରକ୍ଷା, ବେଦର ପ୍ରଚାର ନିମନ୍ତେ 135ଟି ଦେଶରେ ନିଜର ଶିକ୍ଷାନୁଷ୍ଠାନ ମାଧ୍ୟମରେ ଲକ୍ଷ ଲକ୍ଷ ଶିଷ୍ୟଙ୍କୁ ଜ୍ଞାନ ପ୍ରଦାନ କରିବାରେ ସକ୍ଷମ ହୋଇଥିଲେ। ମହର୍ଷିଙ୍କ ଆଶିର୍ବାଦରୁ ମୁଁ ଗୋସେବା କରିବାର ସୁଯୋଗ ପାଇ ନିଜ ଜୀବନର ସାର୍ଥକତା ଅନୁଭବ କରିପାରୁଛି । ଆପଣମାନେ ମଧ୍ୟ ମହର୍ଷିଙ୍କ ଆଦର୍ଶରେ ନିଜକୁ ପରିଚାଳିତ କରିପାରିଲେ ବିଶ୍ୱର କଲ୍ୟାଣ ହୋଇପାରିବ ।
ଆଜିର ଏହି ଉତ୍ସବ କାର୍ଯ୍ୟକ୍ରମକୁ ଟ୍ରଷ୍ଟର ମୁଖପାତ୍ର ତଥା ବରିଷ୍ଟ ସାମ୍ବାଦିକ ବିଷ୍ଣୁଦତ୍ତ ଦାସ ପରିଚାଳନା କରିଥିଲେ ।

SPREAD YOUR LOVE WITH YOUR FRIENDS AND FAMILY