Home / ସ୍ୱାସ୍ଥ୍ୟ / କେବିଇଏମ ସ୍କୁଲ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

କେବିଇଏମ ସ୍କୁଲ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

କାକଟପୁର ତା ୧୨/୧ ( ତୁଷାର ଦୀକ୍ଷିତ ) କାକଟପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ କେବିଇଏମ କିଡ୍ସ ପବ୍ଲିକ ସ୍କୁଲ ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ସ୍କୁଲ ପରିସରରେ ଆୟୋଜିତ ହୋଇ ଯାଇଛି l ଉକ୍ତ ଶିବିରକୁ କାକଟପୁର ଥାନା ଆଇଆଇସି ଉମେଶ ଚନ୍ଦ୍ର ସାହୁ, ପ୍ରଶାନ୍ତ କୁମାର ସାହୂ,ତୁଷାର ରଞ୍ଜନ ଦୀକ୍ଷିତ,କମଳ ଲୋଚନ ଦୀକ୍ଷିତ,ଆଲୋକ କୁମାର ପାଣି,ଶରତ କୁମାର ଦାସ,ଅକ୍ଷୟ କୁମାର ରାଉତ, ଅନୁଷ୍ଠାନର ନିର୍ଦ୍ଦେଶକ ଦିବ୍ୟରଞ୍ଜନ ସାହୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ପରେ ରକ୍ତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା l ଏହି ଅବସରରେ ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ, କାକଟପୁର ଏବଂ ଅସ୍ତରଙ୍ଗ ଅଞ୍ଚଳର ପ୍ରମୁଖ ସାମ୍ବାଦିକ ମାନେ ରକ୍ତଦାନ କରିବା ସହିତ ଏହାଦ୍ୱାରା ରକ୍ତର ଅଭାବକୁ ମେଣ୍ଟାଇବା ସହଜ ହେବ ଓ ରକ୍ତର ଅଭାବ କାରଣରୁ ଯେମିତି କାହାର ଜୀବନ ନଯାଏ ଏହି ଲକ୍ଷ୍ୟ ସାଧିତ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ l ଅନୁଷ୍ଠାନର ପ୍ରଶାସନିକ ଅଧିକାରୀ ମାନସ ରଞ୍ଜନ ସେଠୀ, ସହ-ନିର୍ଦ୍ଦେଶକ ଆଲୋକ ରଞ୍ଜନ ପାଣି, ଅଧ୍ୟକ୍ଷା ଲଷ୍ମୀପ୍ରିୟା ବିଶ୍ୱାଳଙ୍କ ସମେତ ସମସ୍ତ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ମାନେ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ମୋଟ ୩୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା l ଭୁବନେଶ୍ୱରର ରେଡକ୍ରସ ର ଡାକ୍ତର ଏବଂ ଅଧିକାରୀ ମାନେ ରକ୍ତ ସଂଗ୍ରହ କରିଥିଲେ l ପରିଶେଷରେ କାକଟପୁର ଏବଂ ଅସ୍ତରଙ୍ଗ ଅଞ୍ଚଳର ସମସ୍ତ ସାମ୍ବାଦିକ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଦିତ କରାଯାଇଥିଲା l

SPREAD YOUR LOVE WITH YOUR FRIENDS AND FAMILY