Home / ମୁଖ୍ୟ ଖବର / ବାସୁଦେବଙ୍କ ପିଠରେ ପାଳନ ହୋଇଛି ୨୬ ତମ ଭାଗବତ ଜନ୍ମ ଉତ୍ସବ

ବାସୁଦେବଙ୍କ ପିଠରେ ପାଳନ ହୋଇଛି ୨୬ ତମ ଭାଗବତ ଜନ୍ମ ଉତ୍ସବ

ଅସ୍ତରଙ୍ଗ:୧୪/୧ (ତୁଷାର ଦୀକ୍ଷିତ )
ଅସ୍ତରଙ୍ଗ ବ୍ଲକ ମାଣ୍ଡୁକି ପଞ୍ଚାୟତ ଓଲରା ଗ୍ରାମରେ ଥିବା ବହୁ ପୁରାତନ ବାସୁଦେବଙ୍କ ପିଠରେ ଶ୍ରୀମଦ ଭାଗବତ ଙ୍କର ୨୬ତମ ଜନ୍ମ ବାର୍ଷିକ ଉତ୍ସବ ସୋମବାର, ମଙ୍ଗଳ ବାର ଦୁଇ ଦିନ ଧରି ପାଳନ ହୋଇଛି ।ଦୁଇ ଦିନ ଧରି ହେଉ ଥିବା ଏହି କାର୍ଯ୍ୟକ୍ରମ ରେ ପ୍ରଥମ ଦିନର ସକାଳୁ ସୂର୍ଯ୍ୟ ପୂଜା, ଭାଗବତ ପାଠ ସହିତ ଵିଧି ଅନୁସାରେ ଅନ୍ୟ ପୂଜା କାର୍ଯ୍ୟକ୍ରମ ପଣ୍ଡିତ ସୁର ମିଶ୍ର, କର୍ତ୍ତା ଅଶୋକ ପରିଡା ଙ୍କ ଦ୍ୱାରା କରାଯାଇଥିଲା ଏବଂ ସନ୍ଧ୍ୟାରେ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା ଏବଂ ଦ୍ଵିତୀୟ ଦିନ ମଙ୍ଗଳ ବାର ଅର୍ନ୍ନ କୁଟ ସାଙ୍ଗକୁ ଘୋଡାନାଚ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବ ରେ ସାମ୍ବାଦିକ ସମୀର କର, ଆର୍ଯ୍ୟ ବିଶ୍ୱାଳ, ସଞ୍ଜୟ ପତି, ଆଦିତ୍ୟ ବିଶ୍ୱାଳ, ଆରତ ମହାନ୍ତି, ମନୋଜ ବିଶ୍ୱାଳ, ସଞ୍ଜୟ ପ୍ରଧାନ, ଅନୁଷ୍ଠାନ ର ସଭାପତି ପ୍ରମୋଦ ପାଳ, କମିଟି ର ସମସ୍ତ ସଦସ୍ୟ ଙ୍କ ସହିତ ଶହ ଶହ ଭକ୍ତ ଯୋଗଦେଇ ପ୍ରସାଦ ସେବନ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY