Home / ସାମାଜିକ / ଯୁବ ସାମ୍ବାଦିକ ଙ୍କ ଜନ୍ମଦିନ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ:୪୦ ୟୁନିଟ୍ ରକ୍ତ ସଂଗ୍ରହ।

ଯୁବ ସାମ୍ବାଦିକ ଙ୍କ ଜନ୍ମଦିନ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ:୪୦ ୟୁନିଟ୍ ରକ୍ତ ସଂଗ୍ରହ।

ipili

କୁକୁଡାଖଣ୍ଡି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଯୁବ ସାମ୍ବାଦିକ ଇପିଲି ପୂର୍ଣ୍ଣଚନ୍ଦ୍ର ଙ୍କ ୨୦ ତମ ଜନ୍ମଦିବସ ଉପଲକ୍ଷେ, ସମାଜସେବୀ ତଥା ମଡେଲର ଶ୍ରୀ ଏସ୍ ଅଜିତ୍ ପାତ୍ର ଓ ପୂର୍ବତନ ସମିତି ସଭ୍ୟ ପି. ଶିବପ୍ରସାଦ ଦୋରା ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି ହୋଇଯାଇଅଛି ରକ୍ତଦାନ ଶିବିର କାର୍ଯ୍ୟକ୍ରମ ।

ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଯୋଗଦେଇ ରକ୍ତଦାନ ଶିବିର କାର୍ଯ୍ୟକ୍ରମ କୁ ଶୁଭ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ତହସିଲଦାର ସପନ କୁମାର ସାହୁ, ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା, କାଉନସିଲର ଦୀପକ ମିଶ୍ର, ଦିଗପହଣ୍ଡି ଯୁବ ରାଜ ଶ୍ରୀଧରଦେଓ, କୁକୁଡାଖଣ୍ଡି କଲେଜ ଅଧ୍ୟକ୍ଷ ବିଭୁ ପ୍ରସାଦ ପାତ୍ର, ୟୁଜିବି ବ୍ୟାଙ୍କ ଶାଖା ପରିଚାଳିକା ମନୀଷା ଜେନା, ପ୍ରଧାନ ଶିକ୍ଷୟତ୍ରୀ ମଧୁସ୍ମିତା ପାଢ଼ୀ ସହ ଅନ୍ୟତମ ଅତିଥି ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ଅଶୋକ କୁମାର ଦଳେଇ, ସମାଜସେବୀ କେ.କୁନା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ।

ବ୍ରହ୍ମପୁର ରକ୍ତଭଣ୍ଡାର କର୍ମଚାରୀଙ୍କ ଉପସ୍ଥିତି ରେ ୪୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। କାର୍ଯ୍ୟକ୍ରମ ରେ ସମାଜସେବୀ ପି. ଶିବପ୍ରସାଦ ଦୋରା, ପୂର୍ବତନ ସରପଞ୍ଚ ପ୍ରତିନିଧି ଅଦଳ ଭରତ, ଜିତେନ୍ଦ୍ର ମହାରଣା,ଏ. ରୋଶନ, ସରକାରୀ ପଲିଟେକନିକ୍ କଲେଜ ର ଅଧ୍ୟାପକ ଏ. ଗୁପ୍ତେଶ୍ୱର ପାତ୍ର, ସିଭିଲ୍ ବିଭାଗ ର ମୁଖ୍ୟ ଅଧ୍ୟାପକ ସନ୍ଦୀପ ମାରାଣ୍ଡି, ସମାଜସେବୀ ତଥା ବରିଷ୍ଠ ସାମ୍ବାଦିକ ଶକ୍ତିଧର ରାଜଗୁରୁ, ବ୍ଳକ୍ କାର୍ଯ୍ୟରତ ସାମ୍ବାଦିକ ହିମାଂଶୁ ଶେଖର ପାଢ଼ୀ, CH ମନୋଜ ପାତ୍ର, ନାଗେଶ୍ଵର ପାତ୍ର, ରାଜେଶ ସାହୁ, ଇପିଲି ରଞ୍ଜନ, ପି. କୃଷ୍ଣମୂର୍ତ୍ତି, ଜି. ରବିନ୍, ବିବୁନନ୍ଦନ ପଣ୍ଡା ବ୍ରହ୍ମପୁର ସାମ୍ବାଦିକ ପିଣ୍ଟୁ ବେହେରା, ଅଦଳ ଜଗନ୍ନାଥ, ରାଜେଶ ସେଠୀ, ଆଶୁତୋଷ ଦଳେଇ, ପ୍ରୀୟଂସୁ ବେହେରା ଦୀପକ ଦାସ, ଏନ୍ ପ୍ରଦୀପ, ହରି ମହାରଣା, ସୁନୀଲ ସେଠୀ ସହ ବହୁ ସାଙ୍ଗସାଥୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

SPREAD YOUR LOVE WITH YOUR FRIENDS AND FAMILY