Home / ମୁଖ୍ୟ ଖବର / ଛତ୍ରପୁର ବ୍ଲକ କାର୍ଯ୍ୟାଳୟରେ ସରପଞ୍ଚ, ସମିତିସଭ୍ୟଙ୍କୁ ଅଣଦେଖା ଅଭିଯୋଗ, ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ବହୁ ଜନପ୍ରତିନିଧି

ଛତ୍ରପୁର ବ୍ଲକ କାର୍ଯ୍ୟାଳୟରେ ସରପଞ୍ଚ, ସମିତିସଭ୍ୟଙ୍କୁ ଅଣଦେଖା ଅଭିଯୋଗ, ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ବହୁ ଜନପ୍ରତିନିଧି

portalnewsthumbnail

ଗଞ୍ଜାମ: ତା ୩/୩/୨୦୨୫- ଗଞ୍ଜାମ ଜିଲା ଛତ୍ରପୁର ବ୍ଳକର ସରପଞ୍ଚ, ସମିତିସଭ୍ୟ ଏପରିକି ବ୍ଲକ ଅଧ୍ୟକ୍ଷାଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି। ଏନେଇ ସୋମବାର ଛତ୍ରପୁର ବ୍ଲକ ଅଧ୍ୟକ୍ଷା କିରଣ କୁମାରୀ ଦାସଙ୍କ ନେତୃତ୍ୱରେ ସରପଞ୍ଚ ଏବଂ ସମିତି ସଭ୍ୟ ଅଭିଯୋଗ ଶୁଣାଣିରେ ଅତିରିକ୍ତ ଜିଲାପାଳଙ୍କୁ ଭେଟି ଲିଖିତ ଭାବେ ଅଭିଯୋଗ କରି ନ୍ୟାୟ ଦାବି କରିଛନ୍ତି ।

ଜନପ୍ରତିନିଧିଙ୍କ ଅଭିଯୋଗ ମୁତାବକ, ରାଜନୈତିକ ହସ୍ତକ୍ଷେପ କରି କନିଷ୍ଠ ଯନ୍ତ୍ରୀଙ୍କ ସହ ଓ କାର୍ଯ୍ୟରତ ବିଭିନ୍ନ ଅଧିକାରୀଙ୍କୁ ପରିବର୍ତ୍ତନ କରାଯାଉଛି । ଛତ୍ରପୁର ବ୍ଲକ ଜାତୀୟସ୍ତରରେ ସମ୍ମାନିତ ହେବା ସହ କେନ୍ଦ୍ର ସରକାରଙ୍କଠାରୁ ୨ କୋଟି ଟଙ୍କା ପୁରସ୍କାର ପାଇଥିଲା। ଏହି ଅର୍ଥରେ ବିଭିନ୍ନ ପ୍ରକଳ୍ପ ତ୍ୱରାନ୍ବିତ ପାଇଁ ଏକ ଚିଠା ବ୍ଲକ ଅଧ୍ୟକ୍ଷାଙ୍କ ପକ୍ଷରୁ ମାସ ତଳେ ବିଡିଓଙ୍କୁ ପ୍ରଦାନ କରାଯାଇଥିଲା। ହେଲେ ଏହାର କୌଣସି ପଦକ୍ଷେପ ନିଆଯାଇ ନ ଥିବା ଜନପ୍ରତିନିଧି ଅଭିଯୋଗ କରିଛନ୍ତି।ଏଣୁ ଉକ୍ତ ସମସ୍ୟାର ସମାଧାନ ପାଇଁ ନିବେଦନ କରାଯାଇଛି। ସମସ୍ୟାର ସମାଧାନ ନ ହେଲେ ଆଗାମୀ ଦିନରେ ଆଇନର ଆଶ୍ରୟ ନେବୁ ବୋଲି ସରପଞ୍ଚ, ସମିତିସଭ୍ୟ ଚେତାବନୀ ଦେଇଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY