କାକଟପୁର ୨/୩/୨୦୨୫ ( ତୁଷାର ଦୀକ୍ଷିତ ) ଅସ୍ତରଙ୍ଗ ବ୍ଲକ ଅଧିନସ୍ତ ନଇଁଗୁଆ ଗ୍ରାମର ବିନାୟକ ଦେବ ହାଇସ୍କୁଲ ର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ପୀର ଜାହାନିଆ ସାହେବ ପୀଠ ଠାରେ ଅନୁଷ୍ଠାନ ହୋଇଯାଇଛି, ୧୯୮୪ ବ୍ୟାଚ ର ସମସ୍ତ ପୁରାତ୍ତନ ଛତ୍ରୀ, ଛାତ୍ର ମାନଙ୍କ ସହିତ ସ୍କୁଲ ରୁ ଅବସର ନେଇଥିବା ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା, ସେତେବେଳେ ର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ବିଶ୍ୱାଳ ଅଧ୍ୟକତା କରିଥିବା ବେଳେ ଅନ୍ୟ ଶିକ୍ଷକ ମାନେ ମଞ୍ଚ ଉପରେ ଉପସ୍ଥିତ ରହିଥିଲେ,ପୁରାତ୍ତନ ଛାତ୍ର, ଓ ଛାତ୍ରୀ ଙ୍କ ମଧ୍ୟରୁ ୭ ଜଣ ମାନଙ୍କ ସ୍ମୁତି ଉଦେଶ୍ୟ ରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା,ସେତେବେଳେ ର ସ୍କୁଲ ର ପରିସ୍ଥିତି ଓ ପରିବେଶ ଉପରେ ଆଲୋଚନା କରିବା ସହିତ ପୁରାତ୍ତନ ପିଲାମାନେ ନିଜ ନିଜର ସ୍ମୁତି ବଖାଣି ଥିଲେ, ପରିବେଶ ଏପରି ଥିଲା ଯେ ପରସ୍ପର କୁ ଜାଣିବା ବଡ଼ ମୁସ୍କିଲ ହୋଇ ପଡିଥିଲା, ବିଗତ ଦିନର ପାଠ ପଢା ଆଉ ଅମରୀ, ବାଇଗବା ମାଡ଼ର ଛାଟ କଥା ଆଲୋଚନା ବି ହୋଇଥିଲା, ଶେଷରେ ପୀର ଜାହାନିଆ ପରିବେଶ କୁ ସଫା ସୁତୁରା କରି ଭୋଜିରେ ସାମିଲ ହୋଇଥିଲେ, ଆସନ୍ତା ବର୍ଷ କୁ ଯେଉଁମାନେ ଆସି ନାହାନ୍ତି ସେମାଙ୍କୁ ଯୋଗାଯୋଗ କରିବା ପାଇଁ ପ୍ରଦ୍ୟୁମ୍ନ ସେନାପତି ଙ୍କୁ ଦାୟୀତ୍ୱ ଦିଆ ଯାଇଥିଲା,









