Home / ସାମାଜିକ / ନିଆରା ଢଙ୍ଗରେ ଶ୍ରୀକ୍ଷେତ୍ରରେ ପାଳିତ ହୋଇଛି ପଖାଳ ଦିବସ

ନିଆରା ଢଙ୍ଗରେ ଶ୍ରୀକ୍ଷେତ୍ରରେ ପାଳିତ ହୋଇଛି ପଖାଳ ଦିବସ

portalnewsthumbnail

ପୁରୀ : ୨୦ /୦୩/୨୦୨୫ – ନିଆରା ଢଙ୍ଗରେ ଶ୍ରୀକ୍ଷେତ୍ରରେ ପାଳିତ ହୋଇଛି ପଖାଳ ଦିବସ। ମଠ ମହନ୍ତ ,ସାଧୁ ସନ୍ଥ ସାମିଲ ହୋଇ ବଢାଇଛନ୍ତି ପଖାଳ ଦିବସର ମହତ୍ତ୍ଵ।ସେପଟେ ପଖାଳ ସହିତ ରହିଛି ମହାପ୍ରଭୁଙ୍କ ସମ୍ପର୍କ ।୬ ପ୍ରକାରର ପଖାଳ ଭୋଗରେ ଥାଏ ମହାପ୍ରଭୁଙ୍କ ଶ୍ରଦ୍ଧା ।ଶ୍ରୀମନ୍ଦିରରେ ରହିଛି ସ୍ବତନ୍ତ୍ର ପଖାଳ ଚୁଲି,ପଖାଳ କୁଣ୍ଡ । ପ୍ରତି ଓଡ଼ିଆର ପ୍ରିୟ ପଖାଳ,ଏବେ ସାରା ବିଶ୍ୱରେ ସାଉଁଟିଛି ଆଦର ।ଓଡ଼ିଶା ବାହାରେ ପଖାଳର ବିଭିନ୍ନ ନାମକରଣ ରହିଥିଲେ ବି ଓଡ଼ିଆ ପଖାଳର ଅନୁକରଣରେ ହିଁ ପ୍ରସ୍ତୁତ ହୋଇଥାଏ ପଖାଳ ।ସାରା ବିଶ୍ବରେ ମଧ୍ୟ ଏବେ ଏହାର ରହିଛି ଆଦୃତି। ଆଜି ମାର୍ଚ୍ଚ ୨୦ ତାରିଖରେ ସାରା ବିଶ୍ୱ ପଖାଳ ଦିବସ ପାଳନ କରୁଥିବା ବେଳେ ପଖାଳ ରେ ରହିଛି ଔଷଧୀୟ ଗୁଣ।ପଖାଳର ମହନୀୟତା ଓ ବୈଜ୍ଞାନିକ ଯୁକ୍ତି ସମ୍ପନ୍ନ କାରଣ କୁ ଆଦରି ନେଇଛନ୍ତି ବିଶ୍ୱବାସୀ।ତେଣୁ ଏହାକୁ ନିଆରା ଢଙ୍ଗରେ ପାଳନ କରିଛି ରାଷ୍ଟ୍ର ସେବା ଟ୍ରଷ୍ଟ ।ମଠ ,ମହନ୍ତ,ସାଧୁ ସନ୍ଥ ଏକତ୍ର ପଖାଳ ଖାଇ ପଖାଳ ଦିବସର ଗାରିମାକୁ ଆହୁରି ବଢାଇଛନ୍ତି ।ପାରମ୍ପରିକ ମାଟି ସରାରେ ଦହି ପଖାଳ,କଦଳୀ ପତ୍ରରେ ବାଇଗଣ ଭରତା,ବଡ଼ିଚୁରା କଦଳୀ ଭଜା ଆଦି ୧୫ ରୁ ଉର୍ଦ୍ଧ୍ବ ଓଡ଼ିଆ ଖାଦ୍ୟ ଖାଇ ପଖାଳ ଭିନ୍ନ ବାର୍ତ୍ତା ଦେଇଛନ୍ତି ମଠ ମହନ୍ତ ।ବିନା ପିଆଜ ରସୁଣରେ ପ୍ରସ୍ତୁତ ସୁସ୍ୱାଦୁ ଖାଦ୍ୟ ସହ ପ୍ରସ୍ତୁତ ପଖାଳ ଖାଇବା ସହ ପ୍ରତ୍ୟେକ ଓଡ଼ିଆଙ୍କୁ ଏହି ଧାରାରେ ସାମିଲ ହେବାକୁ ଏହି ଜ୍ଞାନୀ ଗୁଣି ମାନେ ବାର୍ତ୍ତା ଦେଇଛନ୍ତି ।
ତେବେ ରାଷ୍ଟ୍ର ସେବା ଟ୍ରଷ୍ଟ ତରଫରୁ ପଖାଳ ଦିବସ ପାଳନରେ ସାମିଲ ଏହି ଦିବସର ଗାରିମା ବଢାଇଛନ୍ତି ସାଧୁ ,ସନ୍ଥ,ମଠ ,ମହନ୍ତପୂର୍ବତନ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ରାଜକୁମାର ଝୁନଝୁନୱାଲା, ରାମାବତାର ଅଗ୍ରୱାଲ, ରାମକୃଷ୍ଣ ଦାସମହାରାଜ, ମହନ୍ତ ଶୁଭାନନ୍ଦ ପୁରୀ ମହାରାଜ, ମହନ୍ତ ସୁକତେଲ ଦାସ, ପାପୁଡ଼ିଆ ମଠ ମହନ୍ତ ମହାମଣ୍ଡଳେଶ୍ବର ରାମକୃଷ୍ଣ ଦାସ, ନାରାୟଣ ରାମାନୁଜ ଦାସ, ଡ.ରାମଚରଣ ଦାସ, ବିଷ୍ଣୁଚରଣ ପଣ୍ଡା, ଡି. ଗର୍ଗ, ଦିଗଦର୍ଶନ ପଟ୍ଟନାୟକ, ଉମାକାନ୍ତ ନାୟକ, ମନୋଜ ରଥ, ବିଷ୍ଣୁଦତ୍ତ ଦାସ ପ୍ରମୁଖ ପଖାଳ ଖାଇବା ସହ ଏହାର ଉପକାରିତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଓଡ଼ିଆଙ୍କ ନିତ୍ୟ ଆରାଧ୍ୟ ସ୍ବୟଂ ମହାପ୍ରଭୁ ଯେ ପଖାଳ ଖାଆନ୍ତି, ଏହି ତତ୍ତ୍ବ ବୁଝାଇବା ସହ ପଖାଳରେ ଥିବା ପୋଷଣ ସମ୍ବନ୍ଧରେ ବ୍ୟାଖ୍ୟା କରିଥିଲେ। ଟ୍ରଷ୍ଟର ଅଧ୍ୟକ୍ଷ ରଞ୍ଜିତା ପାଢ଼ୀ ଓ ସମ୍ପାଦକ ରାଜେଶ ଦେବତାଙ୍କ ତତ୍ତ୍ବାବଧାନରେ ଏହି ପଖାଳ ଦିବସ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।

SPREAD YOUR LOVE WITH YOUR FRIENDS AND FAMILY