କାକଟପୁର: ତା ୧୯/୩/୨୦୨୫ ( ତୁଷାର ଦୀକ୍ଷିତ ) କାକଟପୁର ବ୍ଳକ ଅଧିନସ୍ଥ କୁଣ୍ଢେଇ ଗ୍ରାମପଞ୍ଚାୟତ ସାଡେଙ୍ଗା ପାଟପୁର ଗ୍ରାମରେ ଥିବା ଲବକୁଶ ଆଶ୍ରମ ପରିସରରେ ୭ ମ ବାର୍ଷିକ ଦୋଳ ମେଳଣ ଉତ୍ସବ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି l ଏହି ମେଳଣରେ କାକଟପୁର , ଅସ୍ତରଙ୍ଗ ଓ ଗୋପ ଆଦି ୩ ଗୋଟି ବ୍ଳକର ୨୧ ରୁ ଉର୍ଦ୍ଧ ରାଧା କୃଷ୍ଣଙ୍କ ବିମାନ ମେଳଣ ପଡିଆରେ ଅଧିଷ୍ଠିତ ହୋଇଥିଲେ l ପ୍ରଥମେ ବାଗିସାହି ବିମାନ ଆସ୍ଥାନ ଉପରେ ଅଧିଷ୍ଠିତ ହେବା ପରେ କ୍ରମାନ୍ଵୟରେ ଅନ୍ୟ ବିମାନ ଗୁଡିକ ନିଜ ନିଜ ଆସ୍ଥାନ ଉପରେ ବିରାଜମାନ କରିଥିଲେ l ଦୋଳ ମେଳଣ କମିଟି ସଭାପତି ଗୁରୁ ଚରଣ ବିଶ୍ୱାଳ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠାନର ସଂପାଦକ ସ୍ୱାଧୀନ କୁମାର ସ୍ୱାଇଁ ,କମିଟି ସଭ୍ୟ ପ୍ରକାଶ ଚନ୍ଦ୍ର ସ୍ୱାଇଁ ,ଦଧିବାମନ ବିଶ୍ୱାଳ, କାହ୍ନୁ ଚରଣ ମହାନ୍ତି , ପ୍ରଶାନ୍ତ କୁମାର ନାୟକ ମନ୍ଦିର କମିଟିର ସଭାନେତ୍ରୀ ରଞ୍ଜନା ସ୍ୱାଇଁ , ସଂପାଦିକା ଉର୍ମିଳା ସ୍ୱାଇଁ ସଭ୍ୟା ସଂଯୁକ୍ତା ମହାନ୍ତି , ମମତା ପାତ୍ର , ରଶ୍ମିତା ମହାନ୍ତି , ଶୈଳବାଳା ସ୍ୱାଇଁ ,ତପସ୍ୱିନୀ ଲେଙ୍କା , ବନ୍ଦନା ସ୍ୱାଇଁ ଙ୍କ ସମେତ ସମସ୍ତ ବିମାନ ଗୁଡିକର କର୍ମକର୍ତ୍ତା ମାନଙ୍କୁ ନେଇ ଏକ ଦେବ ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ଉତ୍କଳୀୟ ସଂସ୍କୃତି , ଐତିହ୍ୟ ଓ ପରମ୍ପରା ଉପରେ ଆଲୋଚନା ହେବା ସହ ଭାଇ ଚାରର ଭାବକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ପରସ୍ପର ପରସ୍ପର ମଧ୍ୟରେ ଫଗୁ ଖେଳିଥିଲେ l ଦୋଳ କମିଟି ପକ୍ଷରୁ ପ୍ରତି ବିମାନରେ ଅଧିଷ୍ଠିତ ହୋଇଥିବା ରାଧା କୃଷ୍ଣଙ୍କ ପ୍ରତିମୂର୍ତ୍ତିରେ ନୂତନ ବସ୍ତ୍ର ପ୍ରଦାନ କରାଯିବା ସହିତ ଧୂପ ଓ ଦୀପରେ ବିମାନ ଗୁଡିକୁ ଆଳତୀ କରାଯାଇଥିଲା l ଏହି ମେଳଣକୁ ବିଭିନ୍ନ ଦିଗରୁ ଆସୁଥିବା ବିମାନ ଗୁଡିକ ଅପୂର୍ବ ସାଜସଜ୍ଜା ସାଙ୍ଗକୁ ଉଜ୍ଜଳ ଆଲୋକ , ପାରମ୍ପରିକ ବାଦ୍ୟ ଓ ଘଣ୍ଟ ଘଣ୍ଟା ବଜାଇ , ବାଣ ଫୁଟାଇ ଶୋଭାଯାତ୍ରାରେ ମେଳଣ ପଡିଆକୁ ଆସିଥିଲେ l ଇତ୍ୟ ଅବସରରେ ପୀଠରେ ଶ୍ରୀରାମ ଚରିତ ମାନସ ପାରାୟଣ ୩ ଦିନ ବ୍ୟାପୀ ଅନୁଷ୍ଠିତ ହୋଇଥିବା ବେଳେ ଅଖଣ୍ଡ ନାମ ସଂକ୍ରିତନ ସାଙ୍ଗକୁ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା l ଦୋଳ ମେଳଣ ଉପଲକ୍ଷେ ଗ୍ରାମର ପ୍ରତି ଘରେ ପୂର୍ଣ୍ଣ କଳସ ସ୍ଥାପନା ସାଙ୍ଗକୁ ପ୍ରତି ଘର ଆଗରେ ଏବଂ ରାସ୍ତା ମଝିରେ ଝୋଟି ଚିତ୍ର ପକାଯାଇଥିଲା l ଦୋଳ ମେଳଣ ପଡିଆରେ ଗ୍ରାମର କେତେକ ବ୍ୟକ୍ତି ଓ ଛୋଟ ଛୋଟ ପିଲା ମାନେ ରାମ , ଲକ୍ଷ୍ମଣ , ସୀତା, ହନୁମାନ ,ଜାମ୍ବବାନ, ଲବ , କୁଶ, ରାବଣ ଆଦି ବେଶରେ ବେଶ ହୋଇ ବୁଲୁଥିବାର ଦେଖିବାକୁ ମିଳିଥିଲା l ରାତ୍ର ୧0 ଟାରେ ଦୋଳ ଭଉଁରୀ ଖେଳ ଦେଖିବାକୁ ଅସମ୍ଭବ ଭାବେ ଭକ୍ତଙ୍କ ଭିଡ଼ ଜମିଥିଲା l ଶିକ୍ଷାବିତ ଆଦିତ୍ୟ କୁମାର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଦୋଳ ମେଳଣ କାର୍ଯ୍ୟ ଶାନ୍ତି ଶୃଙ୍ଖଳା ସହ ସମାପନ ହୋଇଥିବା ବେଳେ କାକଟପୁର ତହସିଲଦାର ଅଙ୍କିତା ଅନିନ୍ଦିତା , କାକଟପୁର ଥାନା ଆଇଆଇସି ଉମେଶ କୁମାର ସାହୁ କାର୍ଯ୍ୟକ୍ରମର ଦୋଳ କର୍ତ୍ତା ଭାବେ ଯୋଗଦେଇଥିଲେ ବୋଲି ଆୟୋଜକ କମିଟି ଠାରୁ ପ୍ରକାଶ l
ଲବକୁଶ ଆଶ୍ରମ ପରିସରରେ ଦୋଳ ମେଳଣ










