Home / ଶୋକ / ମନୋଜ ସାମଲ ଙ୍କ ବିୟୋଗରେ ସାରା କାକଟପୁର ରେ ଶୋକର ଛାୟା

ମନୋଜ ସାମଲ ଙ୍କ ବିୟୋଗରେ ସାରା କାକଟପୁର ରେ ଶୋକର ଛାୟା

portalnewsthumbnail 3

କାକଟପୁର ୮/୦୪/୨୦୨୫ ( ତୁଷାର ଦୀକ୍ଷିତ ) ଆଜି କାକଟପୁର ମହାନ୍ତି ସାହିର ମନୋଜ ସାମଲ ( ପାଣୁଆ ) ଙ୍କର ୫୧ ବୟସରେ ଏକ ଘରୋଇ ହସ୍ପିଟାଲ ରେ ପରଲୋକ ହୋଇଯାଇଛି,ସ୍ୱାସ୍ଥ୍ୟଗତ ସମସ୍ୟା ରେ ସେ ବହୁ ଦିନ ଧରି ପୀଡିତ ଥିଲେ, ଗତ କିଛି ଦିନ ହେବ ସ୍ୱାସ୍ଥ୍ୟଗତ ସମସ୍ୟା ବିଗିଡ଼ିଯିବା କାରଣରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲ ରେ ଭର୍ତି କରାଯାଇଥିଲା , ଆଜି ହଟାତ ସକାଳ ୧୦ ଘଟିକା ସମୟରେ ସ୍ୱାସ୍ଥ୍ୟ ଅବସ୍ଥା ରେ ଅବନତି ହେବାରୁ ମୃତ୍ୟୁ ସହିତ ସଂଗ୍ରାମ କରି ଶେଷେରେ ମୃତ୍ୟୁ ପାଖରେ ହାର ମାନିଥିଲେ , ସ୍କୁଲ ଜୀବନ ଠାରୁ ଆରମ୍ଭ କରି ଶେଷ ଜୀବନ ପର୍ଯ୍ୟନ୍ତ ସେ ବିଭିନ୍ନ ଅନୁଷ୍ଠାନ ସହିତ ଜଡିତ ଥିଲେ , ତାଙ୍କର ୩ ଗୋଟି କନ୍ୟା ସନ୍ତାନ ରହିଥିବା ବେଳେ ସେ ସବୁ କାର୍ଯ୍ୟ ତାଙ୍କ ପୁତୁରା ଓ ଭାଇ ମାନଙ୍କ ଦ୍ୱାରା ସମସ୍ତ କାର୍ଯ୍ୟ କରାଉ ଥିଲେ , ଆଜି ସକାଳୁ ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା କ୍ଷଣି ସାରା କାକଟପୁର ସ୍ତବ୍ଧ ହୋଇ ଯାଇଥିଲା ,ସେ ଏକ ଧର୍ମ ପରାୟଣ ବ୍ୟକ୍ତି ହିସାବରେ ସାରା ଅଞ୍ଚଳ ରେ ପରିଚିତ ଥିଲେ, ମୃତ୍ୟୁ ଖବର ପାଇ କାକଟପୁର ସ୍ଥିତ ମହାନ୍ତି ସାହି ସ୍ଥିତ ନିଜ ଵାସ ଭବନରେ ଆତ୍ମୀୟ ସଜ୍ଜନ ଙ୍କ ସହିତ ସହପାଠୀ ଓ ଜ୍ଞାତି କୁଟୁମ୍ବ ମାନେ ଶେଷ ଦର୍ଶନ କରିଥିଲେ , ଏକ ଶବ ଶୋଭାଯାତ୍ରା ରେ ତାଙ୍କ ଘର ପାଖରୁ ନିଜ ଗାଁ ସ୍ମଶାନ ମଙ୍ଗଳ ପୁର ପର୍ଯ୍ୟନ୍ତ ନିଆ ଯାଇଥିଲା, ତାଙ୍କୁ ଭଲ ପାଉଥିବା ବ୍ୟକ୍ତି ମାନେ ଶବ ଶୋଭାଯାତ୍ରା ରେ ସାମିଲ ହୋଇଥିଲେ,ତାଙ୍କର ବଡ଼ ଭାଇ ମଙ୍ଗୁଳି ସାମଲ, ସଞ୍ଜୟ ସାମଲ, ସର୍ବେଶ୍ୱର ସାମଲ,ଶିବ ପାତ୍ର,ଭିଣୋଇ ପ୍ରସନ୍ନ ଭଉଣୀ ସ୍ୱପ୍ନା,ପୁତୁରା ସରୋଜ ସାମଲ ପ୍ରମୁଖ ଉପସ୍ଥିତ ଥିବା ବେଳେ ଝିଅ ଗୁଡ଼ୁ ଓ ପୁତୁରା ଦିଲ୍ଲୀପ ମୁଖାଗ୍ନି ଦେଇଥିଲେ,

SPREAD YOUR LOVE WITH YOUR FRIENDS AND FAMILY