ଭଦ୍ରକ ଜିଲ୍ଲାରେ ସମ୍ପୂର୍ଣ୍ଣ ନିଆରା ହୋଇଥାଏ ଶ୍ରୀରାମ ନବମୀ । ଲକ୍ଷ ଲକ୍ଷ ଶ୍ରୀରାମ ଭକ୍ତଙ୍କ ଦ୍ଵାରା ବିଶାଳ ପ୍ରଭୁ ଶ୍ରୀରାମଙ୍କ ଶୋଭାଯାତ୍ରା ମହୋତ୍ସବ ମହାଆଡମ୍ଵରରେ ପାଳନ କରାଯାଇଥାଏ । ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମମକା ପବିତ୍ର ଉତ୍ସବ, ଶ୍ରୀରାମ ନବମୀ ରେ ଭଦ୍ରକ ର ଅଗଣିତ ଶ୍ରୀରାମ ଶ୍ରଦ୍ଧାଳୁ ମାନେ ନିଜ ନିଜ ଏରିଆ ରୁ ମେଳ ଆଣି ନେହେରୁ ଷ୍ଟାଡିୟମ ଏକତ୍ରିତୀୟ ହୋଇ l ଐତିହାସିକ ରାମନବମୀ ମେଳ ନଗର ପରିକ୍ରମା କରିଥିଲେ ସାରା ଭଦ୍ରକ ବାସୀ। ଭଦ୍ରକ ଗୋଟିଏ ଭାଇଚାରା ଜିଲ୍ଲା ଏଠି ପରସ୍ପରକୁ ପର୍ବପର୍ବାଣି ନିମନ୍ତ୍ରଣ କରି ଯିବା ଆସିବା କରନ୍ତି l ରାମନବମୀ ରେ ଭଦ୍ରକରେ ହିନ୍ଦୁ ମୁସଲିମ ଭାଇ ଭାଇ ହୋଇ ସବୁ ପର୍ବ ପର୍ବାଣି କୁ ଉପଭୋଗ କରନ୍ତି l ଦୁର୍ଗା ପୂଜା ହଉ କି ଗଣେଶ ପୂଜା କାଳୀ ପୂଜା ଇତ୍ୟାଦି ।
ଭଦ୍ରକ ଜିଲ୍ଲା ରେ ଐତିହାସିକ ରାମନବମୀ ଉତ୍ସବ ଧୂମଧାମରେ ପାଳନ ଭାଇଚାରାର ସହର ଭଦ୍ରକ ତାହାର ୩୬ତମ ରାମନବମୀ ଉତ୍ସବ ପାଳନ କରିଛି। ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ହୋଇଥିବା ବେଳେ ଜିଲ୍ଲାର ବିଭିନ୍ନ ବ୍ଲକରୁ ପାଖାପାଖି ୧୦୦ ରୁ ଉର୍ଦ୍ଧ ସୁସଜ୍ଜିତ ମେଢ଼ ଗୋଡ଼ିକ ରୋଷଣୀ କରି ଭଦ୍ରକ ସହର ପରିକ୍ରମା କରି ରାମନବମୀ ସ୍ଥଳ ଗାନ୍ଧୀ ପଡିଆକୁ ଆସିଥିଲେ। ଡ଼ିଜେର ବିକଟାଳ ସାଉଣ୍ଡ ସାଙ୍ଗକୁ ବିଭିନ୍ନ ପ୍ରକାରର ନୃତ୍ୟ ଏବଂ ଅତ୍ୟାଧୁନିକ ବାଦ୍ୟ ଓ ବାଣରେ ପ୍ରକମ୍ପିତ ହୋଇଥିଲା ଭଦ୍ରକ ସହର।ଜାତି,ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ମର୍ଯ୍ୟାଦା ପୁରୁଷତ୍ତମ ଶ୍ରୀରାମଙ୍କ ଜୟ ଜୟ ଗାନରେ ଲୀନ ହୋଇଯାଇଥିଲେ ଏବଂ ଭଦ୍ରକ ସହର ସମ୍ପୂର୍ଣ୍ଣ ଗେରୁଆମୟ ହୋଇ ଯାଇଥିଲା।ପ୍ରଶାସନ ତରଫରୁ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ସମ୍ପୁର୍ଣ୍ଣ ସଜାଗ ଥିଲା।ବିଭିନ୍ନ ସଙ୍ଗଠନ ଓ ରାଜନୈତିକ ଦଳ ତରଫରୁ ଲୋକ ମାନଙ୍କୁ ବିଭିନ୍ନ ପ୍ରକାର ଖାଦ୍ୟ ପାନୀୟ ବଣ୍ଟନ କରାଯାଇଥିଲା। ବିଶେଷ କରି ଦ୍ୱିବେଦୀ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଲକ୍ଷ ଲକ୍ଷ ଭକ୍ତଙ୍କ ପାଇଁ ଦହି ସର୍ବତ ଏବଂ ଥଣ୍ଡା ପାନୀୟ ଜଳ ବ୍ୟବସ୍ଥା କରାଯାଇଥିଲା। ଏହି ଅବସରରେ ଉପସ୍ଥିତ ଥିଲେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ମସାମ ଭଦ୍ରକ ପୌରପାକିକା ଅଧ୍ୟକ୍ଷା ଗୁଲମାକ୍କୀ ହବିବ ବିଜେପି ଦଳ ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟ ବଂଶୀ ସୁରଜ ଭଦ୍ରକ ବିଧାୟକ ଶ୍ରୀଯୁକ୍ତ ସୀତାଂଶୁଶେଖର ମହାପାତ୍ର ଭଦ୍ରକଜିଲ୍ଲା ସଭାପତି ଶ୍ରୀଯୁକ୍ତ ଭଗବାନ ପଣ୍ଡା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବିଜେପି ସଂସଦ ଅଭିମନ୍ୟୁ ସେଠି ଭଣ୍ଡାରିପୋଖରୀ ବିଧାୟକ ଶ୍ରୀଯୁକ୍ତ ସଂଜୀବ ମଲ୍ଲିକ ଯୋଗଦେଇଥିଲେ ଭକ୍ତ ମାନଙ୍କୁ ଉତ୍ସାହିତ କରିଥିଲେ l ଭଦ୍ରକ ଜିଲ୍ଲାରେ ସମସ୍ତ ରାଜନୈତିକ ଦଳର ନେତା, ପୋଲିସ ପ୍ରାଶାସନ ଅଧିକାରୀ ତତ୍ତ୍ଵାବଧାନରେ ଏହି ଗଣପର୍ବଟିକୁ ପାଳନ କରାଯାଇଛି ।ଏଥିରେ ନିଆରା ଥିଲା ସୁସଜ୍ଜିତ ମେଢ଼ ଆଉ ଭଲିକି ଭଳି ବାଣ ରୋଷଣୀ ଲକ୍ଷ ଲକ୍ଷ ଭକ୍ତଙ୍କ ମନ ମୋହିଥିଲା ।








