Home / ସାମାଜିକ / ମାନବିକତା ର ପରିଚୟ ଦେଲେ ସାନଖେମୁଣ୍ଡି ବିଧାୟକ …

ମାନବିକତା ର ପରିଚୟ ଦେଲେ ସାନଖେମୁଣ୍ଡି ବିଧାୟକ …

ml1a

ଗଞ୍ଜାମ : ୨୦/୦୪/୨୦୨୫ (ଇପିଲି ପୂର୍ଣ୍ଣଚନ୍ଦ୍ର): – ଦୁର୍ଘଟଣା ରେ ଶିକାର ହୋଇଥିବା ଦୁଇଜଣ ବ୍ୟକ୍ତି ଙ୍କୁ ମେଡ଼ିକାଲ ରେ ପହଞ୍ଚାଇଲେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା। ସୂଚନା ପ୍ରକାରେ ଧରାକୋଟ ବ୍ଳକ ସିଙ୍ଗାପୁର ଗ୍ରାମ ର ଏକ କାର୍ଯ୍ୟକ୍ରମ ଯୋଗ ଦେବା ପରେ ନିଜ ବାସଭବନକୁ ଫେରୁଥିବା ସମୟରେ ଶେରଗଡ଼ ବ୍ଳକ୍ ନିକଟସ୍ଥ ଡ଼ାକବଙ୍ଗଳା ସମ୍ମୁଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଦେଖିବାକୁ ପାଇଥିଲେ । ଦୁର୍ଘଟଣାରେ ଶିକାର ହୋଇଥିବା ଦୁଇଜଣ ବ୍ୟକ୍ତି ନିକଟସ୍ଥ ଏକ ଜମି ରେ ପଡ଼ିଥିବା ଦେଖି ବିଧାୟକ ନିଜ ଗାଡି ଘଟଣାସ୍ଥଳରେ ରଖି ଆହତ ଦୁଇ ଜଣ ବ୍ୟକ୍ତି ଙ୍କୁ ମେଡ଼ିକାଲ ନେବାପାଇଁ ଫୋନ୍ ମାଧ୍ୟମରେ ଆମ୍ବୁଲାନ୍ସ କର୍ମଚାରୀ ଙ୍କ ସହ ଯୋଗାଯୋଗ କରିଥିଲେ ବିଧାୟକ ।

mla

ଆମ୍ବୁଲାନ୍ସ ଆସିବା ବିଳମ୍ବ ହେବାରୁ ନିଜ ଗାଡି ଯୋଗେ ଆଡପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଦୁଇ ଜଣ ଗୁରୁତର ବ୍ୟକ୍ତି ଙ୍କୁ ଚିକିତ୍ସା ନିମନ୍ତେ ପଠାଇଥିବା ଦେଖିବାକୁ ମିଳିଛି। ବିଧାୟକ ଙ୍କ ସହଯୋଗୀ ମାନେ ଦୁଇ ଜଣ ଗୁରୁତର ବ୍ୟକ୍ତି ଙ୍କୁ ଉଦ୍ଧାର କରି ବିଧାୟକ ଙ୍କ ନିର୍ଦେଶ କ୍ରମରେ ମେଡିକାଲ ଠାରେ ପହଞ୍ଚାଇ ଥିଲେ।ମେଡିକାଲରେ ବିଧାୟକ ମଧ୍ୟ ପହଞ୍ଚି ନିକଟରେ ଥିବା ଡାକ୍ତର ସହ ଦୁଇ ଜଣ ଗୁରୁତର ବ୍ୟକ୍ତି ଙ୍କ ଉତ୍ତମ ଚିକିତ୍ସା ପାଇଁ ଯୋଗାଯୋଗ କରିଥିଲେ ବିଧାୟକ ରମେଶ ଚନ୍ଦ୍ର ଜେନା। ଏପରି ମହାନ୍ କାର୍ଯ୍ୟ କରିଥିବାରୁ ବିଧାୟକ ଙ୍କୁ ନିଜ ଅଞ୍ଚଳ ରେ ବେଶ୍ ପ୍ରଶଂସା ମିଳିଛି। ବିଧାୟକ ଚଳନ୍ତା ଠାକୁର ସାଜି ନିଜ ଅଞ୍ଚଳ ସହ ବିଭିନ୍ନ ଜାଗା ରେ ପହଞ୍ଚି ଲୋକ ଙ୍କ ନିକଟ କୁ ଯାଇ ଲୋକ ଙ୍କ ସେବା କରିଥିବା ଦେଖି ବୁଦ୍ଧିଜୀବୀ ଙ୍କ ମହଲରେ ଚର୍ଚ୍ଚା ଜୋର ଧରିଥିବା ଦେଖିବାକୁ ମିଳିଛି। ଅଞ୍ଚଳ ବାସି ଙ୍କ ଗୋଟିଏ ଶବ୍ଦ ଯୋଉଠି ଆମ୍ବୁଲାନ୍ସ ନଥାଏ ସେଠାରେ ବିଧାୟକ ଶ୍ରୀଯୁକ୍ତ ଜେନା ଙ୍କ ବ୍ଲାକ୍ ଆମ୍ବୁଲାନ୍ସ ୧୯୯୯ ସାଜି ଗୁରୁତର ବ୍ୟକ୍ତି ଙ୍କୁ ମେଡିକାଲ ନେବା ରେ ସାହାଯ୍ୟ କରିଥାଏ। ଏହି ଶଦ୍ଦ ଶୁଣିବାକୁ ମିଳୁଛି ଅଞ୍ଚଳ ବାସି ଙ୍କ ମୁହଁ ରୁ। ଗରିବ ଅସହାୟ ଲୋକ ଙ୍କ ସେବା ରେ ସବୁବେଳେ ବିଧାୟକ ଜେନା ଉପସ୍ଥିତ ରହି ସାହାଯ୍ୟ ର ହାତ ବଢ଼େଇ ଥିବା ଦେଖିବାକୁ ମିଳୁଛି।

SPREAD YOUR LOVE WITH YOUR FRIENDS AND FAMILY