Home / ସାମାଜିକ / ନ଼ୟାଗଡ ପରମ୍ପରାର ବିଷୁବ ମିଳନ।

ନ଼ୟାଗଡ ପରମ୍ପରାର ବିଷୁବ ମିଳନ।

parampara11

ନୟାଗଡ: ୨୦/୦୪/୨୦୨୫ – (ଭାସ୍କର ଚନ୍ଦ୍ର ସ୍ୱାଇଁ) ନୟାଗଡର ସାହିତ୍ୟ ଓ ସଂସ୍କୃତି ପରିଷଦ ପରମ୍ପରା ଏହାର ବିଷୁବ ମିଳନ କାର୍ଯ୍ୟକ୍ରମ,ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସ୍ଥାନୀୟ ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ବରିଷ୍ଠ ପ୍ରବଚକ ଓ ସୁବକ୍ତା ବିରଂଚି ନାରାୟଣ ତ୍ରୀପାଠୀ,ନୟାଗଡ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଡ଼. ଜ୍ୟୋତିରଂଜନ ସାମନ୍ତରାୟ ,ପରମ୍ପରାର ଉପସଭାପତି ଗୋଦାବରୀ ବସନ୍ତିଆ ଏବଂ ସମ୍ବର୍ଦ୍ଧନା ପରିବାରର ସଭାପତି ନିରାକାର ସ୍ୱାଇଁ ଅତିଥି ଭାବେ ଯୋଗ ଦେଇଥିଲେ।

whatsapp image 2025 04 20 at 18.21.54 0bb0bf05

ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ କହିଥିଲେ ଯେ ଓଡ଼ିଆ ନବବର୍ଷରେ ଯେଉଁ ମାଦକତା ଓ ନିଆରା ପଣ ରହିଛି ଇଂରାଜୀ ନବବର୍ଷରେ ତାହା ଦେଖାଯାଏ ନାହିଁ । ଓଡ଼ିଶାର ପରିଚୟ ହେଉଛି ତାର ଏହି ବିଷୁବ ମିଳନ; ନୂଆବର୍ଷ । ଏହା ମଧ୍ୟରେ ଏକ ସମ୍ପର୍କର ସେତୁ ଥାଏ। କବିତା ଗୁଡ଼ିକୁ ହରପ୍ରିୟା ଦ୍ବିବେଦୀ ଓ ନୀଳମାଧବ ମିଶ୍ର ସଂଯୋଜନା କରିଥିଲେ। ଏହି ଉତ୍ସବରେ ବିଷ୍ଣୁ ପ୍ରସାଦ ମିଶ୍ରଙ୍କୁ ବିଷୁବ ପ୍ରାବନ୍ଧିକ ସମ୍ମାନ, ଡ଼. ଗୀତାଞ୍ଜଳି ମହାପାତ୍ର ଙ୍କୁ ବିଷୁବ କବୟିତ୍ରୀ ସମ୍ମାନ, ଭକ୍ତ ବଲ୍ଲଭ ପଟ୍ଟନାୟକଙ୍କୁ ବିଷୁବ କବି ସମ୍ମାନ, ଓ ପ୍ରଜାତନ୍ତ୍ର ଖବରକାଗଜର ବରିଷ୍ଠ ଜିଲ୍ଲା ସାମ୍ବାଦିକ ରଜତ କୁମାର ପଟ୍ଟନାୟକଙ୍କୁ ବିଷୁବ ସାମ୍ବାଦିକ ସମ୍ମାନ ଅତିଥି ମାନେ ପ୍ରଦାନ କରିଥିଲେ । ପରମ୍ପରାର ସଭାପତି ଡ଼. ସୁକାନ୍ତି ମହାନ୍ତି ଏଥିରେ ସଭାପତିତ୍ବ କରିଥିବାବେଳେ ପରମ୍ପରାର ସମ୍ପାଦକ ଡ଼. ନିର୍ମଳ ଚନ୍ଦ୍ର ଶୂରଦେଓ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY