Home / ସାମାଜିକ / ମହାପ୍ରଭୁ ଜଗନ୍ନାଥଙ୍କୁ ସମର୍ପିତ: ପୁରୀ ସାହିତ୍ୟ ମହୋତ୍ସବ

ମହାପ୍ରଭୁ ଜଗନ୍ନାଥଙ୍କୁ ସମର୍ପିତ: ପୁରୀ ସାହିତ୍ୟ ମହୋତ୍ସବ

jagannath odia


ପୁରୀ: ୨୦/୪: ପୁରୀ ସାହିତ୍ୟ ମହୋତ୍ସବ ଶେଷ ହୋଇନି ବରଂ ମହାପ୍ରଭୁ ଜଗନ୍ନାଥଙ୍କୁ ସମର୍ପଣ କରିଦିଆଯାଇଛି। ଯାହାକି ପ୍ରତିବର୍ଷ ଏହାକୁ ମହାପ୍ରଭୁ ତାଙ୍କ ଇଚ୍ଛାରେ ଚାଳନା କରିବେ ବା ଆଡ଼େଇନେବେ ବୋଲି କହିଛନ୍ତି ପୁରୀ ଲିଟେରାରୀ ଫେଷ୍ଟିଭାଲ୍‌ର ନିର୍ଦ୍ଦେଶକ ଓମ୍ ପ୍ରିୟଦର୍ଶି। ପୁରୀ ଅଧ୍ୟୟନ ଫାଉଣ୍ଡେସନ୍‌, ଭାରତ ସରକାରଙ୍କ ଯୁବ ବ୍ୟାପାର ବିଭାଗ, ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହଭାଗିତାରେ ଆୟୋଜିତ ଏହି ସାହିତ୍ୟ ମହୋତ୍ସବରେ ‘ଉପନିବେଶୀକରଣ ଏବଂ ଦକ୍ଷିଣ ବିଶ୍ୱ: ବହୁପାକ୍ଷିକତାର ପୁନଃଆକୃତି’, ‘ଓଡ଼ିଶା: ଏକ ସାମାଜିକ-ସାଂସ୍କୃତିକ ଦୃଷ୍ଟିକୋଣ ରାଧାଲ୍ୟାଣ୍ଡ ଏବଂ ବିଶ୍ୱ ବାହାରେ ଏହାର ଆଲୋଚନା’, ‘ଜଗନ୍ନାଥ: ଓଡ଼ିଶା ଅସ୍ମିତା’, ‘ସ୍ଥିରତା: ଏକ ଜଳବାୟୁ-ପ୍ରତିରୋଧୀ ଭାରତ ଗଠନ’ ଭଳି ବିଭିନ୍ନ ୮ଟି ବିଷୟରେ ବିଶେଷ ଆଲୋଚନା ହୋଇଥିଲା।

jagannath odia3

ପ୍ରଥମ ସତ୍ରରେ ମଞ୍ଚରେ ଏକାଠି ହୋଇଥିଲେ କଳା, କଲମ, କାନୁନ୍‌, କଳାକାର ଏବଂ ଖେଳ ଭଳି ବିଭିନ୍ନ କ୍ଷେତ୍ରରୁ। ସେଥି ମଧ୍ୟରୁ ସେହେଯାଦା ପୁନୋୱାଲା, ଓଡ଼ିଆ ସିନେ କଳାକାର ଶ୍ରୀ ସବ୍ୟସାଚୀ ମିଶ୍ର, ପଦ୍ମଶ୍ରୀ ସୁଧା ସିଂ, ନବିନ ସକ୍ସେନା, ଜିତୁ କଭର, ଡ଼. ନିଧି ଗର୍ଗ ଉପସ୍ଥିତ ଥିଲେ। ଜଗନ୍ନାଥ: ଓଡ଼ିଶାର ଅସ୍ମିତା ବିଷୟରେ ଡ. ଭାସ୍କର ମିଶ୍ର, ବରିଷ୍ଠ ସାମ୍ବାଦିକ ଅସିତ୍ ମହାନ୍ତି, ହରିହର ହୋତା, ଆଶ୍ରୟ ମିଶ୍ର, ଅନିଲ ଧିର ପ୍ରମୁଖ ଉପସ୍ଥିତ ଥିଲେ। ପଞ୍ଚମୀ ମନୋକିଲ୍ ମହାଶୟା ମଞ୍ଚକୁ ପରିଚାଳନା କରି ପୁରୀ ଜଗନ୍ନାଥ ଧାମ କିଭଳି ବିଶ୍ୱର ପ୍ରତି ନାଗରିକର ଆବେଗ ସେ ବିଷୟରେ ଆଲୋଚନା କରିଥିଲେ।

jagannath odia2

ଆଜିର କାର୍ଯ୍ୟକ୍ରମରେ ପୁରୀ ସାମନ୍ତ ଚନ୍ଦ୍ର ଶେଖର ମହାବିଦ୍ୟାଳୟ ଡ. ହେନେରିଟା ମିଶ୍ରଙ୍କ ଦ୍ୱାରା ରଚିତ ନାରୀ ଜୀବନର ମିଥ୍ , ମୁଟିଫ, ମେଟାଫର ପୁସ୍ତକ ଉନ୍ମୋଚନ ହୋଇଥିଲା। ପ୍ରଯୋକ୍ତା କୋଲି ଏବଂ ଶ୍ରୀ ଦୀପ ହଲଦରଙ୍କ ଲିଖିତ ପୁସ୍ତକକୁ ପୁରୀ ସାହିତ୍ୟ ମହୋତ୍ସବ ପୁସ୍ତକ ପୁରସ୍କାରରେ ପୁରସ୍କୃତ କରାଯାଇଛି। ଶ୍ରୀମତି ଶାନ୍ତି ରଥ ଶ୍ରୀ ଜ୍ଞାନ ହୋତାଙ୍କୁ ରମାକାନ୍ତ ରଥ ସାହିତ୍ୟ ସମ୍ମାନରେ ସମ୍ମାନିତ କରିଛନ୍ତି। ଶେଷ ପର୍ଯ୍ୟାୟରେ ଓମ୍ ପ୍ରିୟଦର୍ଶି ଛୋଟରାୟ ଏବଂ ମିଲିଣ୍ଡ ମରାଠେ ବିସ୍ତୃତ ଭାବେ କାର୍ଯ୍ୟକ୍ରମର ରିର୍ପୋଟ ପ୍ରଦାନ କରିଥିଲେ।

jagannath odia1

ପୁରୀ ସାହିତ୍ୟ ମହୋତ୍ସବ କାର୍ଯ୍ୟକ୍ରମରେ ନାଲକୋ, ଏମସିଏଲ୍‌, ଟରେଣ୍ଟ, ବେଦାନ୍ତ, ଆଦାନୀ, ଏନଏସଡିସି, ଏସ୍ ଆର୍ ରୁଙ୍ଗଟା ଗ୍ରୁପ, ଯେଏସଡବ୍ଲୟୁ, ପ୍ରାଜ୍‌, ରିଲାଏନ୍ସ ପ୍ରାଇଭେଟ୍ ଲିମିଟେଡ, ଇଡିକଲ ଇଣ୍ଡିଆ ଲିମିଟେଡ, ବି ଆର୍ ହାଟ୍‌, ଏନବିଟି ଇଣ୍ଡିଆ, ଆଇଏସଡି ଏମ, ସେଲସୀୟସ, ଅର୍ଗସ ଡିଜିଟାଲ, ଜିନ୍ଦଲ ଗ୍ଲୋବାଲ ୟୁନିଭରସିଟି, କ୍ରସୱାର୍ଡ ପବ୍ଲିକେସନ, ଓଡ଼ିଶା ସାଇନଓ, ଇଣ୍ଡିଆନ ଅଏଲ, ଓଏନଜିସି, ଭାରତ ପେଟ୍ରୋଲିୟମ, ହିନ୍ଦୁସ୍ତାନ ପାୱାର, ଇନ୍ଦ୍ରପ୍ରସ୍ଥ ଗ୍ୟାସ, ଗେଲ୍ ଇଣ୍ଡିଆ, ଅଏଲ ଇଣ୍ଡିଆ ଭଳି ବିଭିନ୍ନ କମ୍ପାନୀମାନଙ୍କ ସହଭାଗିତାରେ ତ୍ରି ଦିବସୀୟ ପୁରୀ ସାହିତ୍ୟ ମହୋତ୍ସବର ପ୍ରଥମ ସଂସ୍କରଣର ପୂର୍ଣ୍ଣ ସଫଳତା ସହଜ ହୋଇପାରିଛି।

SPREAD YOUR LOVE WITH YOUR FRIENDS AND FAMILY