ନୟାଗଡ ( ଭାସ୍କର ଚନ୍ଦ୍ର ସ୍ୱାଇଁ )୨୭.୪.୨୫ –ନୟାଗଡ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜିଲ୍ଲାସ୍ତରୀୟ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ନୟାଗଡ ଜିଲ୍ଲାର ବୁଦ୍ଧିଜୀବୀ, ସାମ୍ବାଦିକମାନେ ଓ ବିଭିନ୍ନ ପଦାଧିକାରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ଏହା ପରେ ବୈଠକର ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀମତୀ ଜ୍ୟୋସ୍ନାମୟୀ ଆଚାର୍ଯ୍ୟ ସ୍ବାଗତ ଭାଷଣ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ କହିଲେ ଯେ, ଆମକୁ ପରିଚୟ ଦେଇଥିବା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କର ଜୟନ୍ତୀ ପାଳନରେ ଶିକ୍ଷା ବିନା ସବୁ ଅନ୍ଧାର ଏ କଥା ସେ ହୃଦୟଙ୍ଗମ କରିପାରିଥିଲେ ଏବଂ ବହୁ ସ୍କୁଲ, କଲେଜ ପ୍ରତିଷ୍ଠା କରିଥିଲେ ।

ସେତେବେଳେ ପ୍ରୋଭିନସ୍ ଥିଲା ଯେଉଁଠାରେ ମାଗଣାରେ ଖାଇବା, ପଢ଼ିବା ପାଇଁ ସୁଯୋଗ ଦିଆଯାଉଥିଲା । ବାଣୀବିହାରର ଅନୁଷ୍ଠାନ ପାଇଁ ସେ ତାଙ୍କର ନିଜ ଅର୍ଥଦାନ କରିଥିଲେ । ଜାତିପ୍ରୀତି ଦେଶପ୍ରୀତିରେ ଉଦ୍ବୁଦ୍ଧ ହୋଇ ଇଂରେଜ୍ ସରକାରଙ୍କୁ ପ୍ରଭାବିତ କରି ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦାବି କରିଥିଲେ । ସେହିପରି ବରିଷ୍ଠ ସାମ୍ବାଦିକ ଶ୍ରୀ ରାମକୃଷ୍ଣ ରଥ ଓ ଶ୍ରୀ ରଜତ କୁମାର ପଟ୍ଟନାୟକ ତାଙ୍କର ସୁନ୍ଦର ବକ୍ତବ୍ୟ ରଖିଥିଲେ । ମହମ୍ମଦ ଓମାର୍ ମଲ୍ଲିକ ଅବସରପ୍ରାପ୍ତ ଅଧ୍ୟକ୍ଷ ତାଙ୍କ ବକ୍ତବ୍ୟରେ କହିଲେ, ଇତିହାସକୁ ଜାଣିବା ଆମର ଓଡ଼ିଆ ଅସ୍ମିତା । ସଂକ୍ଷିପ୍ତ ଇତିହାସ ଜାଣିଲେ ଓଡ଼ିଆର ଅସ୍ମିତା ରହିବ । ଶିକ୍ଷକ ଶ୍ରୀ ଶରତ ଚନ୍ଦ୍ର ଆଚାର୍ଯ୍ୟ ତଦନୁଯାୟୀ ତାଙ୍କର ସୁନ୍ଦର ବକ୍ତବ୍ୟ ରଖିଥିଲେ । ଶେଷରେ ଧନ୍ୟବାଦ ପ୍ରଦାନ କରାଯାଇ ସଭା ସାଙ୍ଗ କରାଯାଇଥିଲା ।











