Home / ସାମାଜିକ / ନ଼ୟାଗଡ ସାମ୍ବାଦିକ ଭବନ ସଭା ଗୃହ ଶୁଭ ଉଦଘାଟିତ।

ନ଼ୟାଗଡ ସାମ୍ବାଦିକ ଭବନ ସଭା ଗୃହ ଶୁଭ ଉଦଘାଟିତ।

sambadik

ନୟାଗଡ଼, ୨୭.୪.୨୫ ( ଭାସ୍କର ଚନ୍ଦ୍ର ସ୍ୱାଇଁ ) – ନୟାଗଡ଼ ସାମ୍ବାଦିକ ଭବନ ସଭା ଗୃହ ଶୁଭ ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ନୟାଗଡ଼ ଏସଡିପିଓ ଜ୍ୟୋତି ରଞ୍ଜନ ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ। ଅତିଥିଙ୍କ ଦ୍ଵାରା ସଭା ଗୃହ ଉଦଘାଟନ କରାଯାଇଥିଲା। ଏହି ଅବସରରେ ସାମ୍ବାଦିକ ଭବନ ସଭାପତି ବୈଦ୍ୟ ଭୂଷଣ ମହାପାତ୍ରଙ୍କ ଆବାହକତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ସଭାପତି ସ୍ବାଗତ ଅଭିଭାଷଣ ରଖିବା ସହ ନୟାଗଡ଼ ବିଧାୟକଙ୍କ ସହଯୋଗ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି କହିଥିଲେ।

whatsapp image 2025 04 28 at 04.11.05 c2fc0ced

ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଖଟେଇ ସାମ୍ବାଦିକଙ୍କ ସମସ୍ୟା ଉପରେ ଆଲୋଚନା କରିବା ସହ ସୁସ୍ଥ ପରିବେଶ ଭଲ ଖବର ପ୍ରସ୍ତୁତ କରିବାରେ ସହାୟକ ହୋଇପାରିବ ବୋଲି କହିଥିଲେ। ଏସଡିପିଓ ତାଙ୍କ ବକ୍ତବ୍ୟରେ ସାମ୍ବାଦିକ ଓ ପୁଲିସ ଭୂମିକା ଉପରେ ଆଲୋକପାତ କରିଥିଲେ। ଉଭୟଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ନିହାତି ରହିବା ଆବଶ୍ୟକ ବୋଲି କହିଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷ ତାଙ୍କ ବକ୍ତବ୍ୟରେ ଗଣତନ୍ତ୍ର ପାଇଁ ଗଣମାଧ୍ୟମ ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲି କହିଥିଲେ। ଦଶପଲ୍ଲା ବିଧାୟକ ତାଙ୍କ ବକ୍ତବ୍ୟରେ ସାମ୍ବାଦିକଙ୍କ ନିଷ୍ଠା ଓ ପରିଶ୍ରମ ସମ୍ପର୍କରେ ଆଲୋଚନା କରିଥିଲେ। ସୋସିଆଲ ମିଡିଆ ଆର୍ବିଭାବ ସାମ୍ବାଦିକତାକୁ ନୂଆ ଦିଗ ଦେଇଛି ବୋଲି କହିଥିଲେ।

whatsapp image 2025 04 28 at 04.07.32 baccda71

ଖବରକାଗଜ ପ୍ରତି ଆଗ୍ରହ କମୁଛି ବୋଲି କହିଥିଲେ। ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସାମ୍ବାଦିକ ଭବନ କାର୍ଯ୍ୟକାରୀ ସମ୍ପାଦକ ଅନୀଲ କୁମାର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଭବନ ଉପଦେଷ୍ଟା ଶ୍ରୀକାନ୍ତ ଖଟେଇ, କୋଷାଧ୍ୟକ୍ଷ ବିଶ୍ୱଜିତ୍ ନାୟକ ସହଯୋଗ କରିଥିଲେ। ଜିଲ୍ଲା ଓ ବ୍ଲକ ସ୍ତରରେ କାର୍ଯ୍ୟରତ ଅନେକ ସାମ୍ବାଦିକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

SPREAD YOUR LOVE WITH YOUR FRIENDS AND FAMILY