Home / ସାମାଜିକ / ଅବସର ଗ୍ରହଣ କଲେ ବରିଷ୍ଠ ଶିକ୍ଷକ ବୃନ୍ଦାବନ ଜେନା

ଅବସର ଗ୍ରହଣ କଲେ ବରିଷ୍ଠ ଶିକ୍ଷକ ବୃନ୍ଦାବନ ଜେନା

retired

କାକଟପୁର ୩୦/୪( ତୁଷାର ଦୀକ୍ଷିତ ) ଶିକ୍ଷା ହେଉଛି ଆମ ସମାଜ ଗଠନ ର ଏକ ମୂଳ ମନ୍ତ୍ର, ଭାରତ ବର୍ଷ ଆଜି ଶିକ୍ଷା ଓ ଶିକ୍ଷକତା କୁ ନେଇ ସାରା ବିଶ୍ୱ ଦରବାର ରେ ବେଶ ପରିଚିତ, ସେହି ଶିକ୍ଷା ବ୍ୟବସ୍ଥା କୁ ଶିକ୍ଷକ ମାନେ ଭିନ୍ନ ଭିନ୍ନ ଢାଞ୍ଚା ରେ ଉପସ୍ଥାପନା କରି ଏକ ନୂତନ ସମାଜ ଗଠନ କରିବାରେ ସାରା ଜୀବନ ନିଜ ର ମୂଲ୍ୟବୋଧ କୁ ତ୍ୟାଗ ରୂପକ ବ୍ରତ ଭାବେ ଗ୍ରହଣ କରିଆସୁଛନ୍ତି, ଆଜି ଅସ୍ତରଙ୍ଗ ବ୍ଲକ ତାଳଦା ପଞ୍ଚାୟତ ତାଳଦା ପ୍ରାଥମିକ ବିଦ୍ୟାଳୟ ରୁ ଏ ଅଞ୍ଚଳ ର ଜଣେ ସାଧାରଣ ସ୍ୱାଭିମାନୀ ମଣିଷ ବୃନ୍ଦାବନ ଜେନା ଯିଏ କି ଏହି ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଥିଲେ ମାତ୍ର ଆଜି ତାଙ୍କ ର ସରକାରୀ ଶିକ୍ଷା ବ୍ୟବସ୍ଥା ରେ ଶେଷ ଦିନ ଆଉ ଏହି ଅନ୍ତିମ ଦିବସ କୁ ସ୍ୱତନ୍ତ୍ର ଭାବେ ନିଜ ଅର୍ଥ ରେ ପାଳନ କରିଛନ୍ତି ବିଦ୍ୟାଳୟ ପରିସରରେ, ବୃନ୍ଦାବନ ଜେନା ୧୯୮୬ ମସିହା ରେ ଭୁବନେଶ୍ୱର ବାପୁଜୀନଗର ପ୍ରାଥମିକ ବିଦ୍ୟାଳୟ ରୁ ନିଜ ଶିକ୍ଷକତା ଆରମ୍ଭ କରି ୧୯୯୧ ମସିହା ରେ ଅସ୍ତରଙ୍ଗ ରେ ସରକାରୀ ଶିକ୍ଷକ ଭାବେ ନିଜ କର୍ମମୟ ଜୀବନ ଆରମ୍ଭ କରିଥିଲେ ଆଉ ଆଜି ୨୦୨୫ ମସିହା ଏପ୍ରିଲ ୩୦ ତାରିଖ ରେ ଵିଧିବଧ ଭାବେ ଅବସର ନେଇଛନ୍ତି,

retired2

ଆଜିର ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ରେ ମୁଖ୍ୟ ଅତିଥି ଅସ୍ତରଙ୍ଗ ଅଞ୍ଚଳ ର ସମାଜସେବୀ ପ୍ରତାପ ଚନ୍ଦ୍ର ପରିଡା ଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ନିମାପଡା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅନିଲ କୁମାର ବିଶ୍ୱାଳ, ସମ୍ମାନିତ ଅତିଥି ରୂପେ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ବିଶ୍ୱାଳ, ପଣ୍ଡିତ କାଳିନ୍ଦ ଚରଣ ଛାଟୋଇ, ଅସ୍ତରଙ୍ଗ ମିଳିତ ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ଶ୍ରୀଯୁକ୍ତ ବିପିନ କୁମାର ମହାନ୍ତି, ଶିକ୍ଷକ ମଙ୍ଗୁଳି ଚରଣ ଦାସ, ଭରତ ଚନ୍ଦ୍ର ବିଶ୍ୱାଳ, ତ୍ରିଲୋଚନ ବେହେରା, ସ୍ଥାନୀୟ ସରପଞ୍ଚ ଇଂ. ଦୀପକ ପରିଡା, ସମିତି ସଭ୍ୟ ଅମୀୟ ରଞ୍ଜନ ସେଠୀ ଆସନ ଅଳଙ୍କୃତ କରିଥିବା ବେଳେ ସଭାପତିତ୍ୱ କରିଛନ୍ତି ଅସ୍ତରଙ୍ଗ ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ କୁମାର ସ୍ୱାଇଁ, ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିଲେ ଅନେକ ଅଭିଭାବକ, ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରଛାତ୍ରୀ ବୃନ୍ଦ, ଶିକ୍ଷା ବ୍ୟବସ୍ଥା ଏକ ସୁସ୍ଥ ସମାଜ ଗଠନ ର ମୂଳମନ୍ତ୍ର, ଆଜିର ପବିତ୍ର ଦିନରେ ନିଜର ପ୍ରିୟ ଶିକ୍ଷକ ବୃନ୍ଦାବନ ଜେନା ଙ୍କୁ ସମ୍ବର୍ଦ୍ଧିତ କରୁଥିବା ବେଳେ ଉପସ୍ଥିତ ଛାତ୍ରଛାତ୍ରୀ ଙ୍କ ଆଖି ରୁ ଅଶ୍ରୁ ର ଧାରବୟାନ କରୁଥିଲା ଏହି ସ୍ୱାଭିମାନୀ ଶିକ୍ଷକ ଜଣକ କେତେ ଉଦାର ସମ୍ପନ୍ନ, ପରିଶେଷରେ ଉପସ୍ଥିତ ଅତିଥି ମାନେ ପ୍ରତ୍ୟକ ଛାତ୍ର ଛାତ୍ରୀ ଙ୍କୁ ପ୍ରାଚୀନ ଗୁରୁକୁଳ ପରମ୍ପରା ଅନୁସାରେ ନିଜ ଜୀବନ କୁ ଗଢି ତୋଳିବା ସହିତ ଶିକ୍ଷକ ମାନଙ୍କ ପ୍ରତି ସଦା ସର୍ବଦା ଭକ୍ତି ଭାବନା ରଖିବାକୁ ପରାମର୍ଶ କରିଥିଲେ, ପାରମ୍ପରିକ ବାଦ୍ୟ ନୃତ୍ୟ ରେ ସମ୍ପୂର୍ଣ୍ଣ ଅଞ୍ଚଳ ରେ ଏକ ଆତ୍ମୀୟତା ଭରା଼ ପରିବେଶ ସୃଷ୍ଟି ହୋଇଥିଲା, ତତପରେ ଏକ ବିରାଟ ପଟୁଆର ଶୋଭାଯାତ୍ରା ରେ ସମସ୍ତ ଛାତ୍ର ଛାତ୍ରୀ, ଅଭିଭାବକ ଉପସ୍ଥିତ ଶିକ୍ଷକ ମାନେ ନିଜ ପ୍ରିୟ ପ୍ରଧାନଶିକ୍ଷକ ଙ୍କୁ ପାଛୋଟି ଆଣିଥିଲେ ନିଜ ବାସଭବନ କୁ, ପରେ ଚାକିରୀ ସରି ଯିବା ଆଉ କାଲିଠୁ ସ୍କୁଲ କୁ ନ ଯିବା କଥା ଆଲୋଚନା କରି ଏକ ଭାବ ବେଗ ପରିସ୍ଥିତି ସୃଷ୍ଟି ହୋଇଥିଲା,

SPREAD YOUR LOVE WITH YOUR FRIENDS AND FAMILY