Home / ସାମାଜିକ / ନୟାଗଡରେ ଚଳିତ ବର୍ଷର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ।

ନୟାଗଡରେ ଚଳିତ ବର୍ଷର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ।

whatsapp image 2025 05 11 at 09.10.42 8eb46be3

ନ଼ୟାଗଡ -୧୦.୦୫.୨୦୨୫: ( ଭାସ୍କର ଚନ୍ଦ୍ର ସ୍ୱାଇଁ ) – ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦେଶକ୍ରମେ ଜିଲ୍ଲା
ଆଇନ ସେବା ପ୍ରାଧିକରଣ ଅଧ୍ଯକ୍ଷ ଆନନ୍ଦ ନାରାୟଣ ମହାରଣା ଏବଂ ସଚିବ ଅଞ୍ଜଳି ମଛଖଣ୍ଡଙ୍କ ତତ୍ତ୍ୱାବଧାନରେ ଚଳିତ ବର୍ଷର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ନୟାଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତରେ ୪୧୩୯ଟି ମାମଲ ଫଏସଲା ହୋଇଯାଇଛି ।

whatsapp image 2025 05 11 at 09.10.35 fbb5e216

ନୟାଗଡ ଜିଲ୍ଲାର ଉକ୍ତ ଲୋକ ଅଦାଲତ ଗୁଡିକରେ ମୋଟ ୯ଟି ମୋଟର ଦୁର୍ଘଟଣା ଜନିତ ମାମଲା ଫଏସଲା କରାଯାଇ୪୧,୪୯,୦୦୦ ଟଙ୍କା କ୍ଷତିପୂରଣ ବାବଦକୁ ପ୍ରଦାନ କରିବା ପାଇଁ ବୀମା କମ୍ପାନୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ୮୩ ଟି ଦେୱାନି ମକଦ୍ଦମା ଫଏସଲା କରାଯାଇଛି । ଏନ. ଆଇ ଆକ୍ଟ ୪ ଟି ଫଏସଲା କରାଯାଇ ୧,୧୧,୨୦୦ ଟଙ୍କା ଆଦାୟ କରାଯାଇଛି । ଅନ୍ୟାନ୍ୟ ଫଉଜଦାରୀ ମାମଲା ୩୫୭ଟି ରୁ ୧୫୭ ଫଏସଲା କରାଯାଇଛି । ଏହି ବାବଦକୁ ୧୦୦୦ ଟଙ୍କା ଫାଇନ ଆଦାୟ କରା ଯାଇଛି । ବ୍ୟାଙ୍କ ରୂଣ ନେଇ ଋଣ ପରିଶୋଧ କରିନଥିବା ୨୫୦୮ ଜଣଙ୍କ ମଧ୍ୟରୁ ୭୫ ଋଣ ଗ୍ରହିତାଙ୍କ ଠାରୁ ୨୮,୫୯,୭୧୬ ଟଙ୍କା ଦେବା ପାଇଁ ରାଜିନାମା ସ୍ବାକ୍ଷର ହୋଇଯାଇଛି । ସେହିପରି ୩୮୦୧ ରାଜସ୍ୱ ମାମଲା ଫଏସଲା କରାଯାଇ ୮,୦୧,୩୪୩ ଟଙ୍କା ଆଦାୟ କରାଯାଇଛି । ଜିଲ୍ଲା ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତରେ ୨ ଟି ମାମଲା ସମାଧାନ ହୋଇଯାଇଛି । ବିଦ୍ୟୁତ ବିଲ ସମ୍ବନ୍ଧୀୟ ୭୦ଟି ମାମଲା ରୁ ୧ଟି ଫଏସଲା କରାଯାଇ ୪୦,୦୦୦ଟଙ୍କା ଆଦାୟ କରାଯାଇଛି ।

whatsapp image 2025 05 11 at 09.29.23 62d89038

ଉକ୍ତ ଲୋକ ଅଦାଲତରେ ଜିଲ୍ଲା ଓ ଦୌରା ଜଜ ଶ୍ରୀଯୁକ୍ତ ଆନନ୍ଦ ନାରାୟଣ ମହାରଣା, ପରିବାର ଅଦାଲତ ବିଚାରପତି ଶ୍ରୀ ସୁବ୍ରତ କୁମାର ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଶ୍ରୀମତୀ ରିଜା ରାୟ, ସି ଯେ ଏମ ଶୂତିସ୍ନିଗ୍ଧା ଦାଶ, ବରିଷ୍ଠ ଦେୱାନି ଅଦାଲତ ବିଚାରପତି ଶ୍ରୀ ସତ୍ୟବ୍ରତ ରଣା, ବରିଷ୍ଠ ଦେୱାନି ଅଦାଲତ ବିଚାରପତି(ଏଲ ଆର ଆଣ୍ଡ ଏଲ ଟିଭି ) ଶ୍ରୀ ରବି ନାରାୟଣ ବେହେରା, ସଚିବ ଶ୍ରୀମତୀ ଅଞ୍ଜଳି ମଛଖଣ୍ଡ, ଉପଖଣ୍ଡ ବିଚାର ବିଭାଗୀୟ ବିଚାରପତି ସମାପିକା ସମଦର୍ଶିନୀ, ଜେ.ଏମ.ଏଫ.ସି ଲଳିତା ପାତ୍ର, ଯେ. ଏମ.ଏଫ.ସି ସମୃଦ୍ଧି ସାଗରିକା ବାରିକ, ଜେ.ଏମ.ଏସ.ସି ସୁଶ୍ରୀତା ମିଶ୍ର ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ଅଦାଲତ ପରିଚାଳନା କରିଥିଲେ । ଏଥି ସହିତ ରେଜିଷ୍ଟ୍ରାର ସୋନାଲୀ ସରିତା ଏବଂ ବରିଷ୍ଠ ଦେୱାନି ବିଚାରପତି ତଥା ସହକାରୀ ଦୌରାଜଜ ( ମହିଳା ଅଦାଲତ) ସ୍ଵୟଂ ପ୍ରଭା ଆଚାର୍ଯ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଲୋକ ଅଦାଲତକୁ ସଫଳ କରିବା ପାଇଁ ଅର୍ଧବକ୍ତା ଦଣ୍ଡପାଣି ସ୍ୱାଇଁ, ରମେଶ ଚନ୍ଦ୍ର ମହାରଣା,କାମାକ୍ଷା ପ୍ରସାଦ ଦାସ, ଅମଳ ମିଶ୍ର,, ସମସ୍ତ ନ୍ୟାୟ ଅଧୁକାର ମିତ୍ର (ସାମାଜିକ ସକ୍ରିୟକର୍ତା)ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର କର୍ମଚାରୀ ମାନେ ସଂପୂର୍ଣ୍ଣ ସହଯୋଗ କରିଥିଲେ ।

SPREAD YOUR LOVE WITH YOUR FRIENDS AND FAMILY