ସତ୍ୟବାଦୀ : ୧୫/୦୫/୨୦୨୫ – ମେ ମାସ ୧୩ ତାରିଖରେ ପ୍ରକାଶିତ ହୋଇଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ (CBSE) ଦଶମ ଶ୍ରେଣୀ ର ପରୀକ୍ଷା ଫଳ। ତେବେ ସତ୍ୟବାଦୀ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପାଇଛି ଅସାଧାରଣ ସଫଳତା। ଏବର୍ଷ ଏହି ସ୍କୁଲରେ ୭୮ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଅଂଶଗ୍ରହଣ କରିଥିବା ବେଳେ ଶତପ୍ରତିଶତ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏଥିରେ ସୌମ୍ୟା ଶାଶ୍ବତୀ ମିଶ୍ର ୫୦୦ ରୁ ୪୮୧ ନମ୍ବର ରଖି ବିଦ୍ୟାଳୟର ଟପ୍ପର ହୋଇଥିବାବେଳେ, ପ୍ରିୟରଞ୍ଜନ ପ୍ରଧାନ ୫୦୦ ରୁ ୪୭୯ ନମ୍ବର ତଥା ପ୍ରତିଭା ପ୍ରିୟଦର୍ଶିନୀ ସ୍ୱାଇଁ ୫୦୦ ରୁ ୪୭୮ ନମ୍ବର ରଖି ଯଥାକ୍ରମେ ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ଏବଂ ୧୩ ଜଣ ଛାତ୍ରଛାତ୍ରୀ ୯୦% ରୁ ଅଧିକ ମାର୍କ ପ୍ରାପ୍ତ କରିଛନ୍ତି, ଯାହା ବିଦ୍ୟାଳୟର ଉତ୍ତମ ଶିକ୍ଷାମାନ ଓ ନିଷ୍ଠାର ପ୍ରମାଣ ଦେଇଛି।
ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ବିଶ୍ଵନାଥ ପାଢ଼ୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଗଣ, ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କୁ ଏହି ଅବସରରେ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହିତ ବିଦ୍ୟାଳୟର ଏହି ସଫଳତାର ଶ୍ରେୟ ନିମନ୍ତେ ଛାତ୍ରଛାତ୍ରୀଙ୍କ ଶ୍ରମ, ଶିକ୍ଷକ-ଶିକ୍ଷୟିତ୍ରୀ ମାନଙ୍କ ଦିଗଦର୍ଶନ ଓ ଦୃଢ଼ ପ୍ରତିବଦ୍ଧତା ପ୍ରତି କୃତଜ୍ଞତା ଜ୍ଞାପନ କରିବା ସହ କୃତୀ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ସଫଳତା ପାଇଁ ସେମାନଙ୍କୁ ସମ୍ମାନିତ କରି ପୁରସ୍କୃତ କରିଛନ୍ତି।

ଏହି ଉଲ୍ଲେଖନୀୟ ସଫଳତା ସହିତ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ସତ୍ୟବାଦୀ, ପୁଣିଥରେ ନିଜ ଶ୍ରେଷ୍ଠତା ସାବ୍ୟସ୍ତ କରିଛି ଓ ଆଗାମୀ ଦିନରେ ଏହି ପରି ସଫଳତା ପାଇବା ଦିଗରେ ଦୃଢ ପ୍ରତିଜ୍ଞାବଧତା ବିଦ୍ୟାଳୟର ଅଧ୍ୟକ୍ଷ ମହାଶୟ ଦର୍ଶାଇଛନ୍ତି ।











