ନୟାଗଡ ତା – ୧୬.୫.୨୫ରିଖ (ଭାସ୍କର ଚନ୍ଦ୍ର ସ୍ୱାଇଁ ) -କଳିଙ୍ଗ ଚାରୁକଳା ମହାବିଦ୍ୟାଳୟ , ଭୁବନେଶ୍ବର ଓ ଦି ଷ୍ଟୋନ ୱାଲ ଆନୁକୂଲ୍ୟରେ “ଅବ୍ୟକ୍ତ” ଏକ ଭାସ୍କର୍ଯ୍ୟ କଳା ଶିବିର ନୟାଗଡ ସ୍ଥିତ ଦି ଷ୍ଟୋନ ୱାଲ ଷ୍ଟୁଡିଓରେ ଉଦ୍ଘାଟିତ ହୋଇଯାଇଛି। ଉଦ୍ଘାଟନ ଉତ୍ସବରେ ଶ୍ରୀ ଇଂ ଦେବାଶିଷ ପଟ୍ଟନାୟକ, ଶ୍ରୀ ଲକ୍ଷ୍ମୀଧର ମହାପାତ୍ର ଓ କଳିଙ୍ଗ ଚାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ତାରାକାନ୍ତ ପରିଡ଼ା ଓ କଲେଜର ଅଧ୍ୟାପକ ରଘୁନାଥ ସାହୁ ଇତ୍ୟାଦି ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶିବିରଟିକୁ ଉଦ୍ଘାଟନ କରିଥିଲେ ଏବଂ ଶିବିର ରେ ଭାଗ ନେଇଥିବା ବିଶିଷ୍ଠ ଶିଳ୍ପୀ ଓ ଯୁବ ଶିଳ୍ପୀ ମାନଙ୍କୁ ଉତ୍ସାହିତ କରିଥିଲେ ।

ଏହି ଭାସ୍କର୍ଯ୍ୟ କଳା ଶିବିରରେ ଭାଗ ନେଇଥିବା କଳିଙ୍ଗ ଚାରୁକଳା ମହାବିଦ୍ୟାଳୟର ୩ ଜଣ ଅଧ୍ୟାପକ ବିଶ୍ବ ରଞ୍ଜନ କର, ମନୋରଞ୍ଜନ ଦାସ, ପ୍ରଶାନ୍ତ କୁମାର ମିଶ୍ର ଓ ୧୨ ଜଣ ଛାତ୍ର ଛାତ୍ରୀ ଯଥା ଅମରେଶ ଦାସ, ସ୍ଵାତୀ ସାଗରିକା କାନ୍ଦି, ଶୁଭଲକ୍ଷ୍ମୀ ରାଉତ, ସ୍ମୃତି ରଞ୍ଜନ ସ୍ବାଇଁ, ସନ୍ତୋଷ ଦାସ, ପୂଜାରାଣୀ ଦାସ, ଶୁଭଦୀପ ମହାରଣା, ହିମାଂଶୁ ଭୋଇ, ଏସ. ଶିବା, ରୁଦ୍ର ନାରାୟଣ ବେହେରା, ସଞ୍ଜୟ କୁମାର ସାହୁ ଓ ତ୍ରିଲୋଚନ ମହାରଣା ଇତ୍ୟାଦି ପଥରରେ ବିଭିନ୍ନ ସମସାମୟିକ କଳାକୃତି ତିଆରି କରିବେ ବୋଲି ପ୍ରକାଶ କରିଛନ୍ତି ।
ଏ ଭଳି ଏକ ନୂତନ ବା ସୁନ୍ଦର କାର୍ଯ୍ୟକ୍ରମକୁ ସ୍ଥାନୀୟ କଳା ପ୍ରେମୀ ମାନେ ଆୟୋଜକ ମାନଙ୍କୁ ପ୍ରଶଂସା କରିଥିଲେ । ଶେଷରେ ଶିବିରର ପରିଚାଳକ ଗୋପାଳ କୃଷ୍ଣ ରଥ ଧନ୍ୟବାଦ ଅର୍ପଣ କରିଥିଲେ । ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ କୁମାର ରଥ ମଞ୍ଚ ପରିଚାଳନା କରିଥିଲେ।ଶିବିରଟି ଆସନ୍ତା ୨୫ ତାରିଖରେ ଶେଷ ହେବ ବୋଲି ଆୟୋଜକ ମାନେ ଜଣାଇଛନ୍ତି ।











