Home / ସାମାଜିକ / ଶିଶୁସାହିତ୍ୟିକା ଲକ୍ଷ୍ମୀପ୍ରିୟା ଦାଶଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର

ଶିଶୁସାହିତ୍ୟିକା ଲକ୍ଷ୍ମୀପ୍ରିୟା ଦାଶଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର

prakrutibandhu

ଡେଲାଙ୍ଗ, ତା ୫/୬୨୦୨୫ – ନି:ପ୍ର – ବିଶ୍ବ ପରିବେଶ ଦିବସରେ ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଲକ ପାଇଁ ଶିଶୁସାହିତ୍ୟିକା ଓ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ଦାଶ ପ୍ରକୃତି ବନ୍ଧୁ ପୁରସ୍କାର ଲାଭ କରିଛନ୍ତି। ପୁରୀର ନେଚର ପାର୍କରେ ଅନୁଷ୍ଠିତ ବିଶ୍ବ ପରିବେଶ ଦିବସରେ ପୁରୀ ବନ ପ୍ରାଣୀ ବନଖଣ୍ଡ ଅଧିକାରୀ ବିବେକ କୁମାର ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଏହି ଉତ୍ସବରେ ସହକାରୀ ବନ ସଂରକ୍ଷକ ଅଶୋକ କୁମାର ବେହେରା ଓ ସମ୍ବିତ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଲକ୍ଷ୍ମୀପ୍ରିୟା ଦାଶ ଏକ ଧାରରେ ଜଣେ ଆଦର୍ଶ ଶିକ୍ଷୟିତ୍ରୀ, ଶିଶୁସାହିତ୍ୟିକ,ସଂଗଠିତ,ସଂପାଦିକା ଓ ପରିବେଶପ୍ରେମୀ ଅଟନ୍ତି। ପରିବେଶ ପାଇଁ ସେ ସାତରୁ ଅଧିକ ପରିବେଶ ଧର୍ମୀ ପୁସ୍ତକ ରଚନା କରିଛନ୍ତି। ‘ଗ୍ରାମ୍ୟ ରମ୍ଯ ‘ ନାମକ ଶିଶୁ ପତ୍ରିକା ସଂପାଦନା କରୁଛନ୍ତି।ରାଜ୍ୟ ଓ ଜାତୀୟସ୍ତରରେ ଅନେକ କର୍ମଶାଳା ଓ ଆଲୋଚନା ଚକ୍ରରେ ଭାଗ ନେଇ ପରିବେଶ ସୁରକ୍ଷାର ବାର୍ତ୍ତା ପ୍ରଚାର କରିଛନ୍ତି। ସଂପ୍ରତି ଗଡମୋଟରୀ ବିଶ୍ବନାଥ ଦେବ ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପର୍ଶୁରାମ ଜେନା,ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ,ସାମ୍ବାଦିକ ଦିଲୀପ ଧାଉଡିଆ,ପ୍ରକୃତି ବନ୍ଧୁ ହୃଷିକେଶ ପାଢୀ,ସରୋଜିନୀ ଜେନା,ଶିଶୁ ସାହିତ୍ୟିକ ରମେଶ ଚନ୍ଦ୍ର ଦାଶ, ପ୍ରଶାନ୍ତ କୁମାର ମଙ୍ଗରାଜ, ଟିକି ତାରା ପତ୍ରିକାର ସଂପାଦକ ବିପିନ ଦଳେଇଙ୍କ ସମେତ ଛାତ୍ରଛାତ୍ରୀ,ଅଭିଭାବକ,ପରିବେଶପ୍ରେମୀ ଶୁଭେଚ୍ଛା ଜଣାଇଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY