Home / ସାମାଜିକ / ଅଧ୍ୟକ୍ଷ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ

ଅଧ୍ୟକ୍ଷ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ

whatsapp image 2025 06 05 at 21.26.41 93aa75e1

କାକଟପୁର:- ୫/୬/୨୦୨୫ – ( ତୁଷାର ଦୀକ୍ଷିତ )- କାକଟପୁର ବ୍ଲକ ଅନ୍ତର୍ଗତ ବାଙ୍ଗୁରୀଗାଁ ପ୍ରାଚୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ, ବିଦ୍ୟାଳୟ ସମ୍ପାଦକ ତଥା ଓଡ଼ିଆ ବିଭାଗର ବରିଷ୍ଠ ଅଧ୍ୟାପକ ଡ଼ଃ ଦିଲ୍ଲୀପ କୁମାର ସେନାପତି ଙ୍କର ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟ ପରିସର ରେ ମହା ସମାରୋହ ରେ ଅନୁଷ୍ଠିତ ହୋଇଯାଇଛି l ବିଜୟ କୁମାର ମୁଦୁଲି ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ମଙ୍ଗଳା ମହାବିଦ୍ୟାଳୟ ର ଅବସର ପ୍ରାପ୍ତ ପ୍ରାଧ୍ୟାପକ ସୁଧୀର କୁମାର ଭୂୟାଁ, ମୁଖ୍ୟ ଵକ୍ତା ରୂପେ (୬୬୨ ) ବର୍ଗ ର ସାଧାରଣ ସମ୍ପାଦକ ସତାବ ଉଦ୍ଦିନ ଅହମଦ, ସମ୍ମାନୀତ ଅତିଥି ଭାବେ ଜ୍ୟୋସ୍ନା ରାଣୀ ବସ୍ତିଆ, ସୁରଥ କୁମାର ସ୍ୱାଇଁ, ବିଶ୍ୱନାଥ ବଳିୟାରସିଂ, ଦେବେନ୍ଦ୍ର ନାଥ ସାହୁ, ଚିତ୍ତ ରଞ୍ଜନ ପରିଡା, ପ୍ରଦୀପ କୁମାର ମହାନ୍ତି, ପ୍ରଶାନ୍ତ କୁମାର ବିଶ୍ୱାଳ ପ୍ରମୁଖ ଯୋଗଦେଇ ଶ୍ରୀ ସେନାପତି ଙ୍କ ଗୁଣାବଳୀ ଉପରେ ଆଲୋକପାତ କରିଥିଲେ l ଅଧ୍ୟାପକ ଉମାଶଙ୍କର ନାୟକ ମଞ୍ଚ ପରିଚାଳନା କରିଥିଲା ବେଳେ ତର୍କ ଶାସ୍ତ୍ର ଅଧ୍ୟାପକ ସୁରେନ୍ଦ୍ର କୁମାର ମାଣିକ ଧନ୍ୟବାଦ ଅର୍ପଣ କରିଥିଲେ l ଶେଷରେ ବିଦ୍ୟାଳୟ ର ଅଧ୍ୟାପକ, ଅଧ୍ୟାପିକା, ଛାତ୍ର ଛାତ୍ରୀ, କର୍ମଚାରୀ ମାନେ ଏକ ଶୋଭାଯାତ୍ରା ରେ ବାଙ୍ଗୁରୀଗାଁ ବଜାର ପରୀକ୍ରମା କରିବା ପରେ ତାଙ୍କ ନିଜ ଗ୍ରାମ (ଆଢୁଆଳ) କୁ ପାଛୋଟି ନେଇଥିଲେ l

SPREAD YOUR LOVE WITH YOUR FRIENDS AND FAMILY