ନୟାଗଡ଼ – ତା ୪.୬ ୨୫ରିଖ ( ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ) – ନୟାଗଡ଼ ଜିଲ୍ଲା ସଦରବ୍ଲକ ଅନ୍ତର୍ଗତ ନୟାଗଡ଼ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟକୁ ପିଏମ୍ ଶ୍ରୀ ମାନ୍ୟତା ମିଳିଛି । ସେହିଭଳି ଭାବେ ଲାଠିପଡ଼ା ଉଚ୍ଚ ବିଦ୍ୟାଳୟକୁ ମଧ୍ୟ ପିଏମ୍ ଶ୍ରୀ ମାନ୍ୟତା ମିଳିଛି । ଏହି ଦୁଇ ବିଦ୍ୟାଳୟକୁ ପିଏମ୍ ଶ୍ରୀ ଯୋଜନାରେ ମିଳିଥିବା ଅନୁଦାନ କାର୍ଯ୍ୟ କରିବା ପାଇଁ ଭିତ୍ତି ସ୍ଥାପନ ହୋଇଛି ।

ନୟାଗଡ଼ ପଞ୍ଚାୟତ ସମିତି ଆନୁକୁଲ୍ୟରେ ହେବାକୁ ଥିବା ଏହି କାର୍ଯ୍ୟକୁ ପୁରୀ ସାଂସଦ ଡ.ସମ୍ବିତ ପାତ୍ର ଏବଂ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଅତିଥି ଭାବେ ଯୋଗଦେଇ ଭିତ୍ତି ସ୍ଥାପନ କରିଛନ୍ତି । ଏହା ସହିତ ଲାଠିପଡ଼ା ଗ୍ରାମ ପଞ୍ଚାୟତ ଜିପିଏଲ୍ ଏଫ୍ କୋଠା ନିର୍ମାଣ ପାଇଁ ମଧ୍ୟ ଭିତ୍ତି ସ୍ଥାପନ ହୋଇଛି । ଏହି କାର୍ଯ୍ୟକ୍ରମକୁ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ସୁଚାର ରୂପେ କାର୍ଯ୍ୟକାରୀ କରିଥିଲେ । ପୌର ପରିଷଦ ଅଧ୍ଯକ୍ଷା ନିରୂପମା ଖଟେଇ , ବ୍ଲକ ଉପାଧ୍ଯକ୍ଷା ଲକ୍ଷ୍ମୀପ୍ରିୟା ସାହୁ , ପୌର ପରିଷଦ ଉପାଧ୍ଯକ୍ଷ ଗୁରୁପ୍ରସାଦ ଜେନା , ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ , ବିଡିଓ ଐଶ୍ଵର୍ଯ୍ୟା ଭୂୟାଁଙ୍କ ସମେତ ସମସ୍ତ ବ୍ଲକ କର୍ମଚାରୀ ଉପସ୍ଥିତ ରହି ସହଯୋଗର ଦାୟିତ୍ୱ ନିର୍ବାହ କରିଥିଲେ ।











