Home / ସାମାଜିକ / ସ୍ନାନଯାତ୍ରା ପାଇଁ ମକ ଡ୍ରିଲ ଅନୁଷ୍ଠିତ

ସ୍ନାନଯାତ୍ରା ପାଇଁ ମକ ଡ୍ରିଲ ଅନୁଷ୍ଠିତ

whatsapp image 2025 06 07 at 16.16.19 72a696dc

ପୁରୀ:- ୭/୬ (ତୃପ୍ତିମୟୀ ଜେନା ) – ଆଗାମୀ ସ୍ନାନଯାତ୍ରା କୁ ଶୃଙ୍ଖଳିତ ତଥା ସୁରକ୍ଷିତ ଭାବେ ସମ୍ପର୍ଣ୍ଣ ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସୁସମନ୍ୱୟ ର ଏକ ମକ ଡ୍ରିଲ ଆଜି ଟାଉନ ଥାନା ପରିସରର ସମନ୍ବିତ ନିୟନ୍ତ୍ରଣ କକ୍ଷ ବା ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ ରୁମରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଚଳିତ ସ୍ନାନଯାତ୍ରାରେ ପୂର୍ବ ବର୍ଷ ତୁଳନାରେ ଅଧିକ ଜନ ଗହଳି ଆଶା କରାଯାଉଛି।ତେଣୁ ଆମକୁ ଯାତ୍ରୀ ଙ୍କ ସୁବିଧା ଓ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି। ସମସ୍ତ କାର୍ଯ୍ୟ କୁ ବିଭିନ୍ନ ବିଭାଗ ସଠିକ ଭାବେ ପରିଚାଳନା କରୁଛନ୍ତି। ତାହାର ଏକ ବାସ୍ତବ ବ୍ୟବସ୍ଥା ର ଅନୁଧ୍ୟାନ ପାଇଁ ମକ ଡ୍ରିଲ ର ପରିକଳ୍ପନା।

whatsapp image 2025 06 07 at 20.15.27 b6b910cc

ଏହା ଦ୍ୱାରା ଆମେ ସଶକ୍ତ ହେବା ସହ କାର୍ଯ୍ୟକୁ ଖୁବ୍ ଭଲ ଭାବରେ ପରିଚାଳନା କରିବାର ଅଭିଜ୍ଞତା ହାସଲ କରିବା ବୋଲି ଅତିରିକ୍ତ ଜିଲ୍ଲାପାଳ କହିଥିଲେ। ସମସ୍ତ ବିଭାଗ ତାଙ୍କର ଦାୟିତ୍ୱ କୁ ବୁଝିବା ଓ ଅନ୍ୟ ବିଭାଗ ସହ ସମନ୍ବୟ ରଖି କାର୍ଯ୍ୟ କରିବା ଲକ୍ଷ୍ୟ ରେ ଏହି ମକ ଡ୍ରିଲ ବେଶ ସହାୟକ ହେବ ବୋଲି ସେ କହିଥିଲେ। ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ପ୍ରାରମ୍ଭିକ ସୂଚନା ଦେଇ ସମସ୍ତଙ୍କୁ ସ୍ୱାଗତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ଉପଜିଲ୍ଲାପାଳ ରାଜ କିଶୋର ଜେନା , ଡିଆଇବି ଅତିରିକ୍ତ ଏସ ପି ଦେବୀ ପ୍ରସାଦ ପ୍ରତାପ,ଅତିରିକ୍ତ ଏସପି ସୌମ୍ୟ ରଞ୍ଜନ ମଲ୍ଲିକ,ଏନଡିଆରଏଫ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଗୌରବ ଜେନଗେଟ, ଏଡିଏମଓ ଡା ବିନୋଦ ରଥ,ମୁଖ୍ୟ ଚିକିତ୍ସାଳୟ ର ପ୍ରଶାସନିକ ଅଧିକାରୀ ଅଞ୍ଜଳି ତରାଇ,ଟ୍ରାଫିକ ଡିଏସପି ରାଜ କୁମାର ପରିଡା,ସହକାରୀ କଲେକ୍ଟର ପଞ୍ଚାନନ ପରିଜା ପ୍ରମୁଖ ଯୋଗ ଦେଇଥିଲେ।ମୁଣ୍ଡୁଳୀ ଏନଡିଆରଏଫ ଥାର୍ଡ ବାଟାଲିୟନ ର କାର୍ଯ୍ୟକର୍ତ୍ତା, ଓଡ୍ରାଫ, ଅଗ୍ନିଶମ, ସ୍ବାସ୍ଥ୍ୟ ବିଭା,ଅନ୍ୟାନ୍ୟ ବିଭାଗ ଓ ବିଭିନ୍ନ ସ୍ବେଛାସେବୀ ସଂଗଠନ ର କର୍ମକର୍ତ୍ତା ପ୍ରମୁଖ ମକ ଡ୍ରିଲ ପରିଚାଳନା କରିଥିଲେ।

whatsapp image 2025 06 07 at 20.15.55 d701e2a6

ସ୍ନାନଯାତ୍ରା ସମୟରେ କୌଣସି ଘଟଣା ଦୁର୍ଘଟଣା ଘଟିଲେ କିପରି ତାହାର ସଫଳ ମୁକାବିଲା ତ୍ୱରାନ୍ୱିତ ଭାବରେ କରାଯାଇ ପାରିବ ତାହାର କୌଶଳ ପ୍ରଦର୍ଶନ କରାଯାଇ ସଚେତନ କରାଯାଇଥିଲା।ଜିଲ୍ଲା ଜରୁରୀ ବିଭାଗ ଡିପିଓ ସୁକାନ୍ତ କୁମାର ଦାଶ,ଆଦିତ୍ୟ କୁମାର ବରାଳ,ରାମକୃଷ୍ଣ ବଡଜେନା, ରଞ୍ଜନ କୁମାର ବେହେରା, ଅଶୋକ କୁମାର ମଲ୍ଲିକ, ରୂପଶ୍ରୀ ପଣ୍ଡା, ସୁଶ୍ରୀ ସଂଗୀତା ମହାପାତ୍ର, ମମତା ବାରିକ,ସଞ୍ଜୟ ମହାପାତ୍ର, ସୁମନ ମହାପାତ୍ର, ବିଶ୍ବ ଭୂଷଣ ଦାଶ, ପ୍ରଭାକର ବେହେରା ପ୍ରମୁଖ କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY