Home / ମୁଖ୍ୟ ଖବର / ଷ୍ଟେଟ ବ୍ୟାଙ୍କ ଓ ଦ ବେଲ୍ ତତଫରୁ ବିନ୍ଦୁଏ ରକ୍ତ, ସିନ୍ଧୁଏ ଜୀବନ କାର୍ଯ୍ୟକ୍ରମ

ଷ୍ଟେଟ ବ୍ୟାଙ୍କ ଓ ଦ ବେଲ୍ ତତଫରୁ ବିନ୍ଦୁଏ ରକ୍ତ, ସିନ୍ଧୁଏ ଜୀବନ କାର୍ଯ୍ୟକ୍ରମ

ପୁରୀ, ୧୧/୦୬/୨୦୨୬ – ଷ୍ଟେଟ ବ୍ୟାଙ୍କର ୭୧ ତମ ପ୍ରତିଷ୍ଠା ଦିବସ ଓ ରଥ ଯାତ୍ରା ଉପଲକ୍ଷେ ଷ୍ଟେଟ ବ୍ୟାଙ୍କ୍ ଆଞ୍ଚଳିକ କ୍ଷେତ୍ର ପୁରୀ, ଓ ପୁରୀ ଜିଲ୍ଲା ସ୍ୱେଛାସେବୀ ଅନୁଷ୍ଠାନ ଦ ବେଲ୍ ର ମିଳିତ ଆନୁକୁଲ୍ୟରେ ଷ୍ଟେଟ ବ୍ୟାଙ୍କ ହଲିଡେ ହୋମ ଠାରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଛି।

ଏହି ରକ୍ତ ଦାନ ଶିବିରକୁ ପୁରୀ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ( ପ୍ରଶାସନ) ଶରତ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥୀ ଭାବରେ ଯୋଗଦେଇ ଉଦଘାଟନ କରି ବିନ୍ଦୁଏ ରକ୍ତ ସିନ୍ଧୁଏ ଜୀବନ କୁ ବଞ୍ଚାଇ ପାରେ ତେଣୁ ରକ୍ତ ଦାନ କୁ ଭୟ ନ କରି ସମସ୍ତେ ରକ୍ତ ଦାନ ପାଇଁ ଆଗେଇ ଆସିବା ଆବଶ୍ୟକ ବୋଲି କହିଥିଲେ। ଷ୍ଟେଟ୍ ବ୍ୟାଙ୍କ୍ କ୍ଷେତ୍ରୀୟ ପ୍ରବନ୍ଧକ ଭରତ ଚରଣ ସାହୁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଷ୍ଟେଟ ବ୍ୟାଙ୍କ ସଦା ସର୍ବଦା ସାମାଜିକ କାର୍ଯ୍ୟରେ ନିଜର ସହଭାଗିତା ରଖୁଛି ବୋଲି କହିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଦ ବେଲ୍‌ ଅଧ୍ଯକ୍ଷ ସିଦ୍ଧାର୍ଥ ରାୟ ଷ୍ଟେଟ ବ୍ୟାଙ୍କ କେବଳ ଗ୍ରାହକ ସେବା କ୍ଷେତ୍ରରେ ନୁହଁ ବରଂ ସାମାଜିକ କାର୍ଯ୍ୟ ଭାଗିଦାରିତାରେ ଏହି ୭୧ ବର୍ଷ ମଧ୍ୟରେ ସ୍ବତନ୍ତ୍ର ମାଇଲ ଖୁଣ୍ଟ ସ୍ଥାପନ କରିପାରିଛି ବୋଲି କହିଥିଲେ।

ଏହି ଅବସରରେ ଷ୍ଟେଟ ବ୍ୟାଙ୍କ୍ ପୁରୀ ଶାଖା ର ମୁଖ୍ୟ ପ୍ରବନ୍ଧକ ହେମନ୍ତ କୁମାର ପ୍ରଧାନ, ପୁରୀ ଆଞ୍ଚଳିକ କାର୍ଯ୍ୟାଳୟ ମାନବ ସମ୍ବଳ ପ୍ରବନ୍ଧକ ଜିତେନ୍ଦ୍ର ନାୟକ, ଅତିରିକ୍ତ ଶାଖା ପ୍ରବନ୍ଧକ ପୁରୀ ରାଜେଶ କୁମାର ସାହୁ , ଷ୍ଟେଟ ବ୍ୟାଙ୍କ ଅତିରିକ୍ତ ଆଞ୍ଚଳିକ ମାନବ ସମ୍ବଳ ଅଧିକାରୀ ପ୍ରତାପ କୁମାର ଜେନା ପ୍ରଭୃତି ସମସ୍ତ ରକ୍ତ ଦାତାଙ୍କୁ ଷ୍ଟେଟବ୍ୟାଙ୍କ ତରଫରୁ ଉପହାର ଓ ସାର୍ଟି ଫିକଟେ ପ୍ରଦାନ କରିଥିଲେ।ରକ୍ତ ଦାନ ଶିବିର କୁ ଷ୍ଟେଟ ବ୍ୟାଙ୍କର ବରିଷ୍ଟ ଅଧିକାରୀଙ୍କ ସହିତ ବେଲ୍‌ ସ୍ୱେଛାସେବୀ ମାନେ ପରି ଚାଳନା କରିଥିବା ବେଳେ ଅନୁଷ୍ଠାନ ଉପାଧ୍ୟକ୍ଷ ଶ୍ରୀ ସୁକାନ୍ତ କୁମାର ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ରକ୍ତ ଦାନ ଶିବିର ରେ ୮୦ ୟୁନିଟ ରକ୍ତ ସଂଗ୍ରହ ହୋଇ ଥିଲା।

SPREAD YOUR LOVE WITH YOUR FRIENDS AND FAMILY

Leave a Reply