Home / ସାମାଜିକ / ଉତ୍କର୍ଷ ନିମାପଡା କନକ୍ଲେଭ ଉଦଯାପିତ

ଉତ୍କର୍ଷ ନିମାପଡା କନକ୍ଲେଭ ଉଦଯାପିତ

nimapada

ପୁରୀ : – ତା୦୬/୦୬/୨୦୨୫ରିଖ (ତୃପ୍ତିମୟୀ ଜେନା )- ନିମାପଡା ନୂଆ ବାରବାଟୀ ପଡିଆ ଠାରେ ଅନୁଷ୍ଠିତ ଦୁଇ ଦିନିଆ ଉତ୍କର୍ଷ ନିମାପଡା କନକ୍ଲେଭ ଉଦଯାପିତ ହୋଇ ଯାଇଛି।ଉଦଯାପନୀ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଯୋଗ ଦେଇ ଏହି କନକ୍ଲେଭ ଏକ ସୁଦୂର ପ୍ରସାରୀ ବାର୍ତ୍ତା ଦେଉଛି ବୋଲି କହିଥିଲେ।ବର୍ତ୍ତମାନ ର ସରକାର ଦେଇଥିବା ୨୧ ଟି ପ୍ରତିଶ୍ରୁତି ରୁ ମାତ୍ର ଗୋଟିଏ ବର୍ଷ ମଧ୍ୟରେ ୧୧ଟି ପୂରଣ କରିଛି।ଆଗାମୀ ଏକ ବର୍ଷ ମଧ୍ୟରେ କେବଳ ଦେଇଥିବା ପ୍ରତିଶ୍ରୁତି ପାଳନ ନୁହେଁ ରାଜ୍ୟ ର ସର୍ବାଙ୍ଗୀନ ବିକାଶ ପାଇଁ ଅହରହ କାର୍ଯ୍ୟ କରିବୁ ବୋଲି ଶ୍ରୀ ପୂଜାରୀ କହିଥିଲେ।ରାଜସ୍ବ ଅଧିକାରୀ ମାନଙ୍କୁ ଧାର୍ଯ୍ୟ ଲକ୍ଷ୍ୟ ସହ ଲକ୍ଷ୍ୟ ପ୍ରାପ୍ତି ପାଇଁ ଆୟୋଜିତ ସମ୍ମିଳନୀରେ ନିର୍ଦ୍ଦେଶ ଦିଆଯାଇଛି। ଓଡିଶା ରେ ଏଭଳି କେହି ଲୋକ ରହିବେ ନାହିଁ ଯାହା ନାମରେ ଯାଗା ନ ଥିବ।ଘରକୁ ଘର ଯାଇ ମ୍ୟୁଟେସନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

whatsapp image 2025 06 06 at 20.15.10 d08770ca

ବିଗତ ୩୫ ବର୍ଷ ରେ ମାତ୍ର ୧ହଜାର ପଡା ଗ୍ରାମକୁ ରାଜସ୍ବ ଗ୍ରାମରେ ପରିବର୍ତ୍ତିତ ହୋଇଥିଲା।କିନ୍ତୁ ମାତ୍ର ବର୍ଷକ ମଧ୍ୟରେ ଆମେ ୫ ଶହ ରାଜସ୍ବ ଗ୍ରାମ କରିଛୁ।ନିୟମ ପାଳନ କରୁଥିବା ସମସ୍ତ ପଡା ଗ୍ରାମ ରାଜସ୍ବ କରାଯିବ ବୋଲି ସେ କହିବା ସହ ସୁଭଦ୍ରା ଯୋଜନା ରେ ୧ କୋଟି ୫ ଲକ୍ଷ ମା ଙ୍କୁ ସାମିଲ କରିବା ଓ ଓଡିଶା ସମଗ୍ର ଦେଶରେ ସର୍ବାଧିକ ଲକ୍ଷପତି ଦିଦି ସୃଷ୍ଟିରେ ପ୍ରଥମ ସ୍ଥାନ ଅଧିକାର କରିଥିବା ରୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଙ୍କୁ ଶୁଭେଚ୍ଛା ଜଣାଇଥିଲେ।ଆଇନ,ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଯୋଗ ଦେଇ ନେତୃତ୍ବ ସବୁବେଳେ ବିକାଶ ଚାହେଁ।ତେଣୁ ସ୍ବପ୍ନ ଦେଖିଲେ ବିକାଶ ର ବାଟ ଖୋଲେ ବୋଲି ସେ କହିଥିଲେ।ପିପିଲି କୋଣାର୍କ ରାସ୍ତାକୁ ଚାରି ଥାକିଆ କରାଯିବ।ଅଗ୍ରାଧିକାର ଭିତ୍ତିରେ ନିମାପଡା ର ବିକାଶ ପାଇଁ ସେ ସହଯୋଗ କରିବେ। ୮୦ ବର୍ଷ ରୁ ଉର୍ଦ୍ଧ୍ବ ଓ ୮୦ ଭାଗରୁ ଉର୍ଦ୍ଧ୍ବ ଭିନ୍ନକ୍ଷମଙ୍କୁ ବଢନ୍ତା ଭତ୍ତା ଦିଆଯାଇଛି।ଯେଉଁ ମାନେ ବଳକା ରହିଛନ୍ତି ସେମାନଙ୍କୁ ବର୍ଷ ପୂର୍ତ୍ତି ଅବସରରେ ପୂରଣ ହେବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ।

ଉପ ମୁଖ୍ୟମନ୍ତ୍ରୀ ତଥା ଉତ୍କର୍ଷ ନିମାପଡା ଆୟୋଜନ ର ଅଧ୍ୟକ୍ଷା କାର୍ଯ୍ୟକ୍ରମ ରେ ସଭାପତିତ୍ୱ କରି ଏହି ସମ୍ମିଳନୀର ନିର୍ଯ୍ୟାସ ଆଧାରରେ ନିମାପଡ଼ା ର ବିକାଶ ପାଇଁ ନକ୍ସା ପ୍ରସ୍ତୁତ ହେଉଛି। ୨୦୩୬ କୁ ସ୍ବତନ୍ତ୍ର ଓଡିଶା ଗଠନର ଏକ ଶହ ବର୍ଷ ପୂର୍ତ୍ତି ହେବ।ସେହି ବିକାଶ ର ନେତୃତ୍ବ ନିମାପଡ଼ା ନେଉଛି।ଆମ ଚେଷ୍ଟା, ନିଷ୍ଠା ଓ ପରାକାଷ୍ଠା ଆମ ସମ୍ବଳ ଓ ସମ୍ପତ୍ତି।ଯାହା ଆମକୁ ଆଗକୁ ଆଗକୁ ନେବାରେ ସହାୟକ ହେବ ବୋଲି କହି ସେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଅନ୍ୟତମ ଅତିଥି ଭାବେ ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଯୋଗ ଦେଇ ଏହା ଏକ ଅଭିନବ ପଦକ୍ଷେପ ବୋଲି କହିଥିଲେ।ଏହା ଏକ ସ୍ବପ୍ନ।ଏହାକୁ ସାକାର କରିବା ଓ ବିକାଶ ର ରୋଡ ମ୍ୟାପ ପ୍ରସ୍ତୁତ କରିବା ବୋଲି ସେମାନେ ମତ ଦେଇଥିଲେ।ପ୍ରାରମ୍ଭରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଠି ସମସ୍ତଙ୍କୁ ସ୍ବାଗତ କରିଥିଲେ।ବିଡ଼ିଓ ଅଭିଜିତ ଷଡ଼ଙ୍ଗୀ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।କୃତିତ୍ୱ ହାସଲକାରୀ ଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ।ପୂର୍ବରୁ ଉପ ମୁଖ୍ୟମନ୍ତ୍ରୀ ଜନତା ଙ୍କ ସମ୍ମୁଖରେ ନିମାପଡା ନିର୍ବାଚନ ମଣ୍ଡଳୀ ର ରିପୋର୍ଟ କାର୍ଡ ଉପସ୍ଥାପିତ କରିଥିଲେ।ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା

SPREAD YOUR LOVE WITH YOUR FRIENDS AND FAMILY