Home / ସାମାଜିକ / ନୟାଗଡ଼ବାସୀଙ୍କୁ ଚିନିକଳର ମିଛ ପ୍ରତିଶ୍ରୁତି ଓ ମାଙ୍କଡ଼ା ଖଣି ପ୍ରସଙ୍ଗରେ ସାମିଲ ସମ୍ବିତ ପାତ୍ରଙ୍କ ବିରୁଦ୍ଧରେ ବିକ୍ଷୋଭ।

ନୟାଗଡ଼ବାସୀଙ୍କୁ ଚିନିକଳର ମିଛ ପ୍ରତିଶ୍ରୁତି ଓ ମାଙ୍କଡ଼ା ଖଣି ପ୍ରସଙ୍ଗରେ ସାମିଲ ସମ୍ବିତ ପାତ୍ରଙ୍କ ବିରୁଦ୍ଧରେ ବିକ୍ଷୋଭ।

whatsapp image 2025 06 09 at 23.52.40 cbda9e88

ନ଼ୟାଗଡ – ତା ୯.୬.୨୫ରିଖ ( ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ ) ନ଼ୟାଗଡରେ ଉଭୟ ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ପୁରୀ ସାଂସଦ ସମ୍ବିତ୍ ପାତ୍ରଙ୍କୁ ବିରୋଧ କରାଯାଇଛି। ସାଂସଦଙ୍କ ଗତକାଲିର ଗସ୍ତରେ ନୟାଗଡ଼ର ପବିତ୍ର ମାଟି ଅପବିତ୍ର ହୋଇଥିବା ଏବଂ ନୟାଗଡ଼ ମାଟିକୁ ପୁଣି ପବିତ୍ର କରିବା ଉଦ୍ଦେଶ୍ଯରେ କଂଗ୍ରେସ ପକ୍ଷରୁ ଗୋବର ଓ ଗଙ୍ଗାଜଳ ସିଞ୍ଚନ କରାଯାଇ, ଶତାଧିକ ଯୁବ ଓ ଛାତ୍ର କଂଗ୍ରେସ କର୍ମୀ ନୟାଗଡ଼ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରୁ ଏକ ବିଶାଳ ରାଲିରେ ବାହାରି ଗୋବର ପାଣି ଛିଞ୍ଚିଛିଞ୍ଚି, ଚିନିକଳ ପ୍ରତିଶ୍ରୁତି କୁଆଡେ ଗଲା, ଆଦି ବିଭିନ୍ନ ସ୍ଳୋଗାନ , ନାରାବାଜି କରି ନୟାଗଡ଼ ଗୋଲେଇ ଛକରେ ପହଞ୍ଚି ସେଠାରେ ବିରୋଧ କରାଯାଇଥିଲା।

whatsapp image 2025 06 09 at 23.52.40 7768ad64

ସାଂସଦ ସମ୍ବିତ୍ ପାତ୍ର ଜିତିବା ପୂର୍ବରୁ ୧୦୦ ଦିନରେ ଚିନିକଳ ପ୍ରତିଶ୍ରୁତି ଦେଇ ଭୁଲିଯିବା, ପାର୍ଲାମେଂଟ ବିରୋଧୀଦଳ ନେତା ରାହୁଲ ଗାନ୍ଧୀଙ୍କୁ ଅପମାନ ସହ, ଓଡ଼ଗାଁ ମାଙ୍କଡ଼ା ଖଣିରେ ମଧ୍ଯ ସାଂସଦଙ୍କ ନାମ ସାମିଲ ଅଛି ବୋଲି ଦଳ ଅଭିଯୋଗ କରିଥିଲା। ଆଗାମୀ ଦିନରେ ସାଂସଦ ଚିନିକଳ ପାଇଁ ନୟାଗଡ଼ ବାସୀଙ୍କୁ ଏବଂ ରାହୁଲ ଗାନ୍ଧୀଙ୍କୁ ଅପମାନ ପାଇଁ ରାହୁଲ ଗାନ୍ଧୀଙ୍କୁ କ୍ଷମା ନ ମାଗିବା ଯାଏ ଆଗାମୀ ଦିନରେ ସାଂସଦ ସମ୍ବିତ୍ ପାତ୍ରଙ୍କୁ ନୟାଗଡ଼ରେ ଆଗାମୀ ଦିନରେ ଜୋରଦାର ବିରୋଧ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ଏ ବିକ୍ଷୋଭରେ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ୍ ଦାଶ, ଜିଲ୍ଲା ସଂଯୋଜକ ସତ୍ୟବ୍ରତ ନାୟକ, କଂଗ୍ରେସ ନେତା ବିଭୂ ପ୍ରସାଦ ମିଶ୍ର, କମଳ ସାହୁ, ଛାତ୍ର କଂଗ୍ରେସ ସଭାପତି ଶିବ୍ ରଞ୍ଜନ ସାହୁ, ଯୁବ କଂଗ୍ରେସ ନେତା ଦିଲ୍ଲୀପ୍ କୁମାର ବିଶୋଇ, ଲିଙ୍କନ ମହାପାତ୍ର, ଅମ୍ଳାନ ଅଂଶୁମାନ ସାହୁ, ଶାଶ୍ୱତ ପ୍ରଧାନ, ଜୀବନ ଜ୍ୟୋତି ରାଉତ, ଅରବିନ୍ଦ ପାଢ଼ୀ, ଓମପ୍ରକାଶ ପ୍ରଧାନ ପ୍ରମୁଖ ଛାତ୍ରନେତା ଉପସ୍ଥିତ ଥିଲେ।

SPREAD YOUR LOVE WITH YOUR FRIENDS AND FAMILY