Home / ମୁଖ୍ୟ ଖବର / ଶ୍ରୀ ଗୌର ବିହାର ଆଶ୍ରମରେ ବ୍ୟଞ୍ଜନ ଦ୍ୱାଦଶୀ ପାଳିତ

ଶ୍ରୀ ଗୌର ବିହାର ଆଶ୍ରମରେ ବ୍ୟଞ୍ଜନ ଦ୍ୱାଦଶୀ ପାଳିତ

img 20251202 wa0003

ପୁରୀ: ଶ୍ରୀ ଗୌର ବିହାର ଆଶ୍ରମରେ ବ୍ୟଞ୍ଜନ ଦ୍ୱାଦଶୀ ପାଳିତ,ପ୍ରଭୁ ଶ୍ରୀକୃଷ୍ଣ ଙ୍କୁ ସମର୍ପଣ ହେଲା ୮୭୫ ପ୍ରକାର ବ୍ୟଞ୍ଜନ ପୁରୀ, ସମୁଦ୍ରକୁଳ ନିକଟସ୍ଥ ମାତା ମଠ ତଥା ଶ୍ରୀ ଗୌର ବିହାର ଆଶ୍ରମ ଆଧ୍ୟାତ୍ମିକ

162887
162887

ଦାତବ୍ୟ ଟ୍ରଷ୍ଟ ତରଫରୁ ଟ୍ରଷ୍ଟ ର ଅଧ୍ୟକ୍ଷ ତଥା ମହା ମଣ୍ଡଳେଶ୍ୱର ମହନ୍ତ ସୁବଳ ଚରଣ ଦାସ ଜୀ ମହାରାଜ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ୮୭୫ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ପ୍ରଭୁ ଶ୍ରୀକୃଷ୍ଣ ଙ୍କୁ ଭୋଗ କରାଯାଇ ବ୍ୟଞ୍ଜନ ଦ୍ୱାଦଶୀ ମହୋତ୍ସବ ପାଳନ କରାଯାଇଥିଲା |

162868

ସୂଚନା ଯୋଗ୍ୟ ପରମ୍ପରା ଅନୁଯାୟୀ ମାର୍ଗଶିର ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥିକୁ ବ୍ୟଞ୍ଜନ ଦ୍ୱାଦଶୀ ଭାବେ ପାଳନ କରାଯାଏ ମାତା ଯଶୋଦା ଏହି ତିଥିରେ ପ୍ରଭୁ ଶ୍ରୀକୃଷ୍ଣ ଙ୍କୁ ବିଭିନ୍ନ ବ୍ୟଞ୍ଜନ ଖାଇବାକୁ ଦେଇଥିଲେ |ଆଜିର ଏହି ଭବ୍ୟ କାର୍ଯ୍ୟକ୍ରମ ରେ ପୁରୀର ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା,

162570

ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଡଃ ଶରତ ଚନ୍ଦ୍ର ମହାପାତ୍ର, ଜିଲ୍ଲା ଗ୍ରାମ ଉର୍ନ୍ନୟନ ବିଭାଗ ପ୍ରକଳ୍ପ ନିର୍ଦେଶକ ପ୍ରିୟ ରଞ୍ଜନ ପୃଷ୍ଟି, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଧେଶକ ସନ୍ତୋଷ କୁମାର ସେଠୀ,ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ କୁମାର ବେହେରା, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଏବଂ ବିଭିନ୍ନ ମଠର ମହନ୍ତ ଯୋଗଦାନ କରିଥିଲେ |କାର୍ଯ୍ୟକ୍ରମ କୁ ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଦତ୍ତ ଦାସ ସଂଯୋଜନା କରିଥିଲେ |

SPREAD YOUR LOVE WITH YOUR FRIENDS AND FAMILY

Leave a Reply