Home / ସାମାଜିକ / ନ଼ୟାଗଡ ସୃଜନିକାର ରଜ ସାରସ୍ଵତ ସମାରୋହ ଓ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ।

ନ଼ୟାଗଡ ସୃଜନିକାର ରଜ ସାରସ୍ଵତ ସମାରୋହ ଓ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ।

whatsapp image 2025 06 13 at 11.13.17 8a7df1f0

ନୟାଗଡ – ୧୨/୦୬/୨୦୨୫- ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ- ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ସ୍ଥାନୀୟ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ସଭାଗୃହ ଠାରେ ସୃଜନିକାର ସାରସ୍ଵତ ସମାରୋହ ଓ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ସାରସ୍ଵତ ସମାରୋହରେ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ମତ୍ସ୍ୟ ଅଧିକାରୀ ତଥା ସ୍ତମ୍ଭକାର ପ୍ରକାଶ କୁମାର ତ୍ରିପାଠୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅଞ୍ଜନାର ସମ୍ପାଦିକା ଡ଼. ଗୀତାଞ୍ଜଳି ମହାପାତ୍ର, ସୁପ୍ରବଚିକା ପ୍ରିୟମ୍ବଦା ଦାଶ ଓ ବ୍ୟଙ୍ଗ କଳାକାର ରବୀନ୍ଦ୍ର କୁମାର ରାଉତ ଯୋଗ ଦେଇଥିଲେ।ଅତିଥି ମାନେ ଆମର ସଂସ୍କୃତି ଓ ଆମର ପର୍ବପର୍ବାଣି ଉପରେ ସେମାନଙ୍କର ବକ୍ତବ୍ୟ ରଖି କହିଥିଲେ ଯେ ପ୍ରଥମେ ଆମ ସଂସ୍କୃତିକୁ ଆମ ପରିବାର ସହ ପରିଚୟ କରାଇବା ଏବଂ ଆମର ସନ୍ତାନ ମାନଙ୍କୁ ଆମେ ଆମର ଐତିହ,ପରମ୍ପରା ସଂପର୍କରେ ଅଧିକ ସୂଚନା ଦେବା ଆବଶ୍ୟକ।

whatsapp image 2025 06 13 at 11.10.52 5b486ea4

ଇତି ଅବସରରେ ତପନ କୁମାର ପଣ୍ଡାଙ୍କ କବିତା ପୁସ୍ତକ “ଭକ୍ତି ନିବେଦନ ଶତକମ୍” ,ପୁରୁଷୋତ୍ତମ ନାୟକ ଙ୍କ କବିତା ପୁସ୍ତକ ଶ୍ରୀ ଶ୍ରୀ ପୁରୁଷୋତ୍ତମ ପଦ୍ୟାବଳୀ ଏବଂ ନୟାଗଡରୁ ପ୍ରକାଶିତ ସାପ୍ତାହିକ ସମ୍ବାଦପତ୍ର ସମ୍ବାଦ ପରମ୍ପରା କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଅତିଥି ମାନେ ହରିଶ୍ ପ୍ରଧାନ ଙ୍କୁ ଡକ୍ଟର କବି ଭୂଷଣ ଭାବେ, ସୁରେନ୍ଦ୍ର କୁମାର ପଣ୍ଡା ଙ୍କୁ ଆଦର୍ଶ ଶିକ୍ଷକ ସମ୍ମାନ ଏବଂ ପ୍ରମୋଦ କୁମାର ସେଠୀଙ୍କୁ ଆଦର୍ଶ ପରିବେଶବିତ୍ ସମ୍ମାନରେ ସମ୍ମାନିତ କରିଥିଲେ । ସମାଜସେବୀ ଓ ସାହିତ୍ୟ ସଂଗଠକ ପ୍ରମୋଦ ପଟ୍ଟନାୟକ ଏହି ସାରସ୍ଵତ ସମାରୋହରେ ସଭାପତିତ୍ବ କରିଥିଲେ । କବି କ୍ଷଣପ୍ରଭା କର ଓ କବି ନୀଳମାଧବ ମିଶ୍ର କବିତା ଗୁଡ଼ିକୁ ସଂଯୋଜନା କରିଥିଲେ। ସୃଜନିକାର ସଚିବ ଡ଼. ନିର୍ମଳ ଚନ୍ଦ୍ର ଶୂରଦେଓ ଏହାକୁ ପରିଚାଳନା କରିଥିଲେ। ବ୍ୟଙ୍ଗକବି ରବୀନ୍ଦ୍ର କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

whatsapp image 2025 06 13 at 11.09.07 69450799

SPREAD YOUR LOVE WITH YOUR FRIENDS AND FAMILY