ନ଼ୟାଗଡ/ ତା- ୮. ୬. ୨୦୨୫ରିଖ – ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ – ନୟାଗଡ଼ରେ ଅଲ ଇଣ୍ଡିଆ ମୋବାଇଲ ରିଟେଲର ଆସୋସିଏସନ(AIMRA)ତରଫରୁ ରକ୍ତଦାନ ଶିବିର ଖୋଲାଯାଇଥିଲା। ମୁଖ୍ୟ ଅତିଥିଭାବେ ନୟାଗଡ଼ ଏନ୍ଏସି ଚେୟାରମ୍ୟାନ ଶ୍ରୀମତୀ ନିରୁପମା ଖଟେଇ ଯୋଗ ଦେଇଥିଲେ। ମେଡିକାଲ ଅଫିସର ଡାକ୍ତର ସମ୍ବିତ କୁମାର ସାହୁ ,ମେଡିକାଲ କର୍ମଚାରୀ ଅଜୟ କୁମାର ପଟ୍ଟନାୟକ, ଦେବାଶିଷ ରାଉତ,ସନ୍ତୋଷ ସାମନ୍ତସିଂଘା, ରଂଜିତ ସାଥୁଆ ଉପସ୍ଥିତ ଥିଲେ। ସର୍ବମୋଟ ୨୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। AIMRA ନୟାଗଡ଼ ଜିଲ୍ଲା ସଭାପତି ସରୋଜ କୁମାର ହଜାରୀ,ଉପସଭାପତି ଜ୍ଞାନ ରଞ୍ଜନ ସାହୁ, ସେକ୍ରେଟାରୀ ରବୀନ୍ଦ୍ର କୁମାର ସାହୁ ଏବଂ ଜଏଣ୍ଟ ସେକ୍ରେଟାରୀ ଶେଖ ଅବଦୁଲ୍ ରଶିଦଙ୍କ ତରଫରୁ ଖରାଦିନେ ରକ୍ତର ଅଭାବ ପରିସ୍ଥିତିକୁ ଦେଖି କାହାର ରକ୍ତ ଅଭାବ ଜନିତ ମୃତ୍ୟୁ ନହେଉ ସେଥିପାଇଁ ରକ୍ତଦାନ ଶିବିର କରାଯାଇଥିଲା। ମୋଟ ୨୫ ଜଣ ବ୍ୟକ୍ତି ରକ୍ତଦାନ କରିଥିଲେ।
Social Icons
Featured Posts











