Home / ସ୍ୱାସ୍ଥ୍ୟ / ଜୟ ନୟାଗଡ଼ ଫାଉଣ୍ଡେସନ ତରଫରୁ ଜିଲ୍ଲାରେ ହଇଜାର ସ୍ଥିତି ପରଖିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଆଲୋଚନା

ଜୟ ନୟାଗଡ଼ ଫାଉଣ୍ଡେସନ ତରଫରୁ ଜିଲ୍ଲାରେ ହଇଜାର ସ୍ଥିତି ପରଖିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଆଲୋଚନା

whatsapp image 2025 06 21 at 16.18.02 789e79d4

ନୟାଗଡ଼ ତା୨୧/୦୬/୨୦୨୫- ଭାସ୍କର ଚନ୍ଦ୍ର ସ୍ବାଇଁ – ରାଜ୍ୟରେ ହଇଜାର ପ୍ରକୋପ ବଢିଥିବା ବେଳେ ନୟାଗଡ଼ ପ୍ରଶାସନର ଉଦାସୀନତା ଓ ଚେଇଁ ଶୋଇବା ନ୍ୟାୟ ଭବିଷ୍ୟତରେ ନୟାଗଡ଼ିଆଙ୍କ ନିମନ୍ତେ ଅଭିଶାପ ପାଲଟି ନଯାଉ। ନୟାଗଡ଼ ଜିଲ୍ଲାରେ ବସବାସ କରୁଥିବା ଲୋକମାନଙ୍କୁ ଆଜି ପର୍ଯ୍ୟନ୍ତ ଉପଯୁକ୍ତ ପାନୀୟ ଜଳଯୋଗାଣ ହେଉନଥିବା କଥା ବାରମ୍ବାର ଚର୍ଚ୍ଚା ହେଇଛି। ବର୍ତ୍ତମାନ ରାଜ୍ୟରେ ହଇଜା ରୋଗରେ ପୀଡ଼ିତ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଥିଲା ବେଳେ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଏହା ଝାଡ଼ାବାନ୍ତି ରୋଗ ହିସାବରେ ଚିକିତ୍ସିତ କରାଯାଉଅଛି। ନୟାଗଡରେ ଥିବା ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟରେ ଖାଇବାକୁ ଆସୁଥିବା ଲୋକଙ୍କୁ କେଉଁ ପାଣି ପିଇବା ପାଇଁ ଦିଆଯାଉଛି ଓ ସେମାନଙ୍କ ତିଆରି ଖାଦ୍ୟର ମାନକ ତଦାରଖ କରାଯାଉ ତତସହ ଲୋକଙ୍କୁ ସଚେତନ କରାଇବା ଏହିଭଳି ବିଭିନ୍ନ ଦାବି ନେଇ ‘ଜୟ ନୟାଗଡ଼ ଫାଉଣ୍ଡେସନ’ର ପ୍ରତିଷ୍ଠାତା ଶେଖ ଅବଦୁଲ ଆହାଦଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୁଶାନ୍ତ କୁମାର ଦାସଙ୍କୁ ଭେଟି ଆଲୋଚନା କରିଥିଲେ। ଶ୍ରୀଯୁକ୍ତ ଦାସ ଏହା ଉପରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିଥିବା ନେଇ ଆଲୋଚନା ସମୟରେ ଜଣେଇଥିଲେ। ଆଶା କର୍ମୀମାନଙ୍କ ଦ୍ୱାରା ମାଇକ ଜରିଆରେ ଲୋକଙ୍କୁ ସଚେତନ କରିଥିବା ବେଳେ ଆସନ୍ତା ସୋମବାରଠାରୁ ପ୍ରତ୍ୟେକ ଖାଇବା ପିଇବା ଯଥା ହୋଟେଲ, ରେଷ୍ଟୁରାଣ୍ଟ, ଫାଷ୍ଟ ଫୁଡ଼ ସେଣ୍ଟର ଇତ୍ୟାଦି ସ୍ଥାନକୁ ଖାଦ୍ୟ ନିରୀକ୍ଷକଙ୍କ ଜରିଆରେ ସର୍ବେକ୍ଷଣ ହେବା ନିମନ୍ତେ ଜିଲ୍ଲା ସ୍ୱାସ୍ଥ୍ୟ ଚିକିତ୍ସାଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି। ଜୟ ନୟାଗଡ଼ ଫାଉଣ୍ଡେସନ ଆସନ୍ତା ସୋମବାର RWSS, PHD ଏବଂ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଭେଟି ଏ ବିଷୟରେ ଆଲୋଚନା କରିବା ନେଇ ପ୍ରେସ ବିଜ୍ଞପ୍ତିରେ ଜଣେଇଛନ୍ତି।
ଏହି ଆଲୋଚନାରେ ସଙ୍ଗଠନର ପ୍ରତିଷ୍ଠାତା ଶେଖ ଅବଦୁଲ ଆହାଦ, ସଂଯୋଜକ (ସାହିତ୍ୟ, କଳା ଓ ସଂସ୍କୃତି, ଆଇନ) ଶ୍ରିତମ କୁମାର ପ୍ରଧାନ, ସଂଯୋଜକ(ଶିକ୍ଷା) ଅମ୍ଳାନ ଅଂଶୁମାନ ସାହୁ, ଶିବ ରଞ୍ଜନ ସାହୁ, ଜୀବନଜ୍ୟୋତି ପ୍ରକାଶ ସାହୁ, ଅରବିନ୍ଦ ପାଢୀ, ରାକେଶ କୁମାର ସିଠ, ଦିବ୍ୟ ରଞ୍ଜନ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

SPREAD YOUR LOVE WITH YOUR FRIENDS AND FAMILY