Home / ସାମାଜିକ / ୨୫ରେ ନୟାଗଡ଼ ସାମ୍ବାଦିକ ଭବନରେ ରକ୍ତଦାନ ଶିବିର କାର୍ଯ୍ୟକ୍ରମ।

୨୫ରେ ନୟାଗଡ଼ ସାମ୍ବାଦିକ ଭବନରେ ରକ୍ତଦାନ ଶିବିର କାର୍ଯ୍ୟକ୍ରମ।

whatsapp image 2025 06 20 at 20.12.03 6d1cb8a0

ନୟାଗଡ଼,ତା- ୧୯.୬.୨୫ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ- ନୟାଗଡ଼ ସାମ୍ବାଦିକ ଭବନରେ ଆସନ୍ତା ୨୫ ତାରିଖ ବୁଧବାର ଦିନ ରକ୍ତଦାନ ଶିବିର ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଛି । ଏନେଇ ସାମ୍ବାଦିକ ଭବନ ପରିସରରେ ସଭାପତି ବୈଦ୍ୟଭୂଷଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ନୟାଗଡ଼ ରକ୍ତ ଭଣ୍ଡାରରେ ଲାଗି ରହିଥିବା ରକ୍ତ ସମସ୍ୟାକୁ ସାମୟିକ ଦୂର କରିବା ଉଦ୍ଦେଶ୍ୟରେ ସାମ୍ବାଦିକଙ୍କ ପକ୍ଷରୁ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ନୟାଗଡ଼ ରୋଟାରୀ କ୍ଲବ ସହବନ୍ଧିତ ଭାବେ କାର୍ଯ୍ୟ କରିବ ।

whatsapp image 2025 06 20 at 20.12.03 6d1cb8a0

ନୟାଗଡ଼ ସହରର ସ୍ୱେଚ୍ଛାସେବୀ, ବିଭିନ୍ନ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ, ସରକାରୀ କର୍ମଚାରୀ ଓ ବୁଦ୍ଧିଜୀବୀ ଏହି ରକ୍ତଦାନ ଶିବିରରେ ସାମିଲ ହେବାକୁ ରୋଟାରୀ କ୍ଲବ ସଭାପତି ଶ୍ରୀକାନ୍ତ ଖଟେଇ ଆହ୍ୱାନ ଦେଇଛନ୍ତି । ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଶାନ୍ତ କୁମାର ଦାସ ଶିବିର ଆୟୋଜନରେ ସହଯୋଗ କରିବା ପାଇଁ ସମ୍ମତି ଜଣାଇଛନ୍ତି । କାର୍ଯ୍ୟକ୍ରମକୁ ସଫଳ କରିବାକୁ ସମସ୍ତ ସାମ୍ବାଦିକ ସହଯୋଗ କରିବା ସହ ଏ ଦିଗରେ କାର୍ଯ୍ୟ କରିବାକୁ ମତ ଦେଇଛନ୍ତି ।

SPREAD YOUR LOVE WITH YOUR FRIENDS AND FAMILY