Home / ରାଜନୀତି / ସତ୍ୟବାଦୀ ରେ ଓଡ଼ିଶାର ନୂଆ ମୂଖ୍ୟ ମନ୍ତ୍ରୀ

ସତ୍ୟବାଦୀ ରେ ଓଡ଼ିଶାର ନୂଆ ମୂଖ୍ୟ ମନ୍ତ୍ରୀ

majhi

ସତ୍ୟବାଦୀ : ତା ୧୩.୬.୨୪ (ଶାଶ୍ଵତ ଟିଭି ) – ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ପ୍ରଥମମେ ପୁରୀ ଗସ୍ତ କରି ନବ ନିର୍ବାଚିତ ସମସ୍ତ ବିଧାୟକ ଏବଂ ସାଂସଦ ଙ୍କ ସହିତ ଶ୍ରୀଜୀଉ ଙ୍କୁ ଦର୍ଶନ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ।
ଶ୍ରୀମନ୍ଦିରରେ ମଙ୍ଗଳ ଆଳତି ପରେ ଭକ୍ତଙ୍କ ପାଇଁ ଖୋଲାଯାଇଥିଲା ଚାରି ଦ୍ୱାର, ପରେ ପରେ ସମସ୍ତ ଭକ୍ତ, ସେବାୟତ, ନେତାଙ୍କ ସହିତ ମୁଖ୍ୟମନ୍ତ୍ରି ଶ୍ରୀମନ୍ଦିର ଚାରିପଟେ ପରିକ୍ରମା କରିଥିଲେ।

mantri
mantri

ଶ୍ରୀଜୀଉ ଙ୍କୁ ଦର୍ଶନ ପରେ ସତ୍ୟବାଦୀ ଗସ୍ତ କରିବା ସହିତ ସୁଆଣ୍ଡୋ ଯାଇ ଉତ୍କଳମଣିଙ୍କ ସଠି ଘର ଦର୍ଶନ କରି ଉତ୍କଳ ମଣିଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ଗାଁ ମଧ୍ୟରେ ବୁଲି ଗ୍ରାମବାସୀ ଙ୍କ ସହିତ ଆଲୋଚନା କରିଥଲେ ମୁଖ୍ୟମନ୍ତ୍ରୀ ପରେ ପରେ ଉତ୍କଳ ପାର୍କ ବୁଲି ମିଉଜିଅମ୍ ବୁଲି ଦେଖିଥିଲେ। ଏହି ଅବସରରେ ତାଙ୍କ ସହିତ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, କନକ ବର୍ଦ୍ଧନ ସିଂ ଦେଓ, ସାଂସଦ ଡ଼ ସମ୍ବିତ ପାତ୍ର, ଶ୍ରୀଯୁକ୍ତ ପ୍ରତାପ ଷଡ଼ଙ୍ଗୀ, ପିପିଲି ବିଧାୟକ ଆଶ୍ରିତ ପଟନାୟକ, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ଶ୍ରୀମନ୍ଦୀର ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀଙ୍କ ସମେତ ନେତା ଉପସ୍ଥିତ ଥିଲେ |

SPREAD YOUR LOVE WITH YOUR FRIENDS AND FAMILY

Leave a Reply