Home / ସାମାଜିକ / ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ଆସନ୍ତାକାଲି (୨୫ରେ) ଛାତ୍ର ଆନ୍ଦୋଳନ

ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ଆସନ୍ତାକାଲି (୨୫ରେ) ଛାତ୍ର ଆନ୍ଦୋଳନ

whatsapp image 2025 06 24 at 15.29.54 e410cc41

ନୟାଗଡ଼ : ତା-୨୪.୬ .୨୫ରିଖ , ଭାସ୍କର ଚନ୍ଦ୍ର ସ୍ବାଇଁ – ନୟାଗଡ଼ : ରାଜ୍ୟରେ ଛାତ୍ରୀଙ୍କୁ ଅସଦାଚରଣ, ଦୁଷ୍କର୍ମ, ହତ୍ୟା ଭଳି ଘଟଣା ଅହେତୁକ ବୃଦ୍ଧି ପାଇଥିବା ବେଳେ ରାଜ୍ୟ ବିଜେପି ସରକାର ନୀରବଦ୍ରଷ୍ଟା ସାଜିଛନ୍ତି । ଯାହାକୁ ନେଇ ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ତଥା ବିଧାୟକ ବ୍ୟୋମେକେଶ ରାୟ ଏବଂ ପୂର୍ବତନ ଛାତ୍ର ସଭାପତି ତଥା ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଆସନ୍ତାକାଲି ( ଜୁନ ୨୫ ) ତାରିଖ ସାରା ରାଜ୍ୟରେ ଛାତ୍ର ଆନ୍ଦୋଳନ ପାଇଁ ଡାକରା ଦେଇଛନ୍ତି । ଏହି ଅବସରରେ ନୟାଗଡ଼ ଜିଲ୍ଲା ବିଜେଡି ସଭାପତି ତଥା ବିଧାୟକ ରମେଶ ଚନ୍ଦ୍ର ବେହେରା, ନୟାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ପରାମର୍ଶ କ୍ରମେ ଆସନ୍ତାକାଲି ସକାଳ ୧୦ ଘଟିକା ସମୟରେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସାମ୍ନାରେ ରାସ୍ତାରୋକ ଓ ବିକ୍ଷୋଭ ଅନୁଷ୍ଠିତ ହେବ ବୋଲି ନୟାଗଡ଼ ଜିଲ୍ଲା ଯୁବ ବିଜେଡି ସଭାପତି ଦୁର୍ଯ୍ୟୋଧନ ବେହେରା, ଛାତ୍ର ବିଜେଡି ସଭାପତି ନୀଳମାଧବ ପଣ୍ଡା ସୂଚନା ଦେଇଛନ୍ତି ।

whatsapp image 2025 06 24 at 15.31.08 b3ae3fb4

ଏହି ଆନ୍ଦୋଳନ ଜିଲ୍ଲାର ୪ଟି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଥିବା ମହାବିଦ୍ୟାଳୟ ସାମ୍ନାରେ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି । ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରଠାରୁ ଆଇନ ଶୃଙ୍ଖଳା ଦିନକୁ ଦିନ ବିପର୍ଯ୍ୟସ୍ତ ହୋଇପଡୁଛି। ଯୁବତୀଙ୍କୁ ଅସଦାଚରଣ, ଦୁଷ୍କର୍ମ, ଅପହରଣ ଓ ହତ୍ୟା ଘଟଣା ପ୍ରତିଦିନ ଖବରକାଗଜରେ ଶିରୋନାମା ହେଉଛି। ଗୋପାଳପୁର ଭଳି ଏକ ପର୍ଯ୍ୟଟନସ୍ଥଳରେ ଜଣେ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କୁ ଗଛରେ ବାନ୍ଧି ଦେଇ ତାଙ୍କ ସାମ୍ନାରେ ଯୁବତୀ ଜଣଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା। ସେହିପରି ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା କେନ୍ଦୁଝରରେ ମଧ୍ୟ ଏକ ଦୁଖଃଦ ଘଟଣା ଘଟିଥିଲା। ରାଜ୍ୟରେ ପ୍ରତିଦିନ ପ୍ରାୟ ୧୫ ଜଣ ଯୁବତୀ ଦୁଷ୍କର୍ମର ଶିକାର ହେଉଛନ୍ତି। ରାଜ୍ୟରେ ଦିନକୁ ଦିନ ଏଭଳି ଘଟଣା ବୃଦ୍ଧି ପାଉଥିବାରୁ ଯୁବତୀମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ଦୁଃଖ ଓ ପରିତାପର ବିଷୟ ଏହିଭଳି ସମ୍ୱେଦନଶୀଳ ପ୍ରସଙ୍ଗରେ ରାଜ୍ୟ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି ଓ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ରାଜ୍ୟ ସରକାରଙ୍କୁ ଚେତାଇ ଦେବା ଉଦ୍ଦେଶ୍ୟରେ ଛାତ୍ର ଆନ୍ଦୋଳନ ଆୟୋଜିତ ହେବ। ଆନ୍ଦୋଳନ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରେଣୀ ବର୍ଜନ, କଳାବ୍ୟାଚ ପରିଧାନ, ପିକେଟିଂ, କୁଶ ପୁତ୍ତଳିକା ଦାହ ଇତ୍ୟାଦି କାର୍ଯକ୍ରମ କରାଯିବ। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଯୁବ ସମ୍ପାଦକ ଅନୱାର ଅଲ୍ଲୀ, ରବୀନ୍ଦ୍ର ଜେନା, ପ୍ରମୋଦ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।

SPREAD YOUR LOVE WITH YOUR FRIENDS AND FAMILY