କଣାସ,ତା ୩/୭ -(ରଶ୍ମିରଞ୍ଜନ)- କଣାସ ବ୍ଲକ ଅନ୍ତର୍ଗତ ଗ୍ରାମେଶ୍ବର ନୋଡାଲ ଉଚ୍ଚ ବିଦ୍ୟାଳୟ ଆଞ୍ଚଳିକ ସାଧନ କେନ୍ଦ୍ରାଧୀନ ବାଲିପଡା ପ୍ରାଥମିକ ବିଦ୍ୟାଳୟର ଆର୍ଦଶ ଶିକ୍ଷକ ତାରକେଶ୍ବର ପାଣିଗ୍ରାହୀଙ୍କ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି। ଉକ୍ତ ଉତ୍ସବରେ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ପ୍ରତାପ କେଶରୀ ରାୟ ସଭାପତିତ୍ବ କରିଥିବା ବେଳେ ବିଇଓ ରାମଚନ୍ଦ୍ର ବେହେରା ମୁଖ୍ଯ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଇଓ ମୀନକେତନ ସାମନ୍ତରାୟ,ଶିକ୍ଷକ ନେତା ସୁଶାନ୍ତ କୁମାର ନରେନ୍ଦ୍ର,ପ୍ରତାପ କେଶରୀ ଛୋଟରାୟ,ସିଆରସିସି ତପନ କୁମାର ରାଉତରାୟ ଓ ମୁଖ୍ଯବକ୍ତା ଭାବେ ଶରତଚନ୍ଦ୍ର ବଳିଆରସିଂହ ଯୋଗ ଦେଇ ପୂଜ୍ୟପୂଜା ସଂର୍ପକରେ ଆଲୋଚନା କରିଥିଲେ।

ଏହି ଉତ୍ସବରେ ବିଇଓ ରାମଚନ୍ଦ୍ର ବେହେରା ଓ ସିଆରସିସି ତପନ କୁମାର ରାଉତରାୟଙ୍କୁ ଆଞ୍ଚଳିକ ସାଧନ କେନ୍ଦ୍ର ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା ବେଳେ ପୂର୍ବତନ ସିଆରସିସି ବନମାଳି ବେହେରାଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଥିଲା। ଅବସରପ୍ରାପ୍ତ ଶିକ୍ଷକ ଶରତଚନ୍ଦ୍ର ବଳିଆରସିଂହ ଓ ରାମଚନ୍ଦ୍ର ସାହୁଙ୍କୁ ଏହି ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇ ଥିଲା। ବିଦାୟୀ ଶିକ୍ଷକ ତାରକେଶ୍ବର ପାଣିଗ୍ରାହୀଙ୍କ ସଂର୍ପକରେ ଛାତ୍ରଛାତ୍ରୀ, ଅଭିଭାବକ, ଗ୍ରାମବାସୀ, ଶିକ୍ଷକଶିକ୍ଷୟିତ୍ରୀ ଓ ଶିକ୍ଷାବିତମାନେ ଆଲୋଚନା କରିଥିଲେ। ଶିକ୍ଷକ ପାଣିଗ୍ରାହୀଙ୍କ ଆର୍ଦଶରେ ଅନୁପ୍ରାଣିତ ହେବା ପାଇଁ ଆହ୍ବାନ ଦେଇଥିଲେ। ଏହି ଉତ୍ସବରେ ଭାଟପଡା,ସସାହ ପଡା,ଶିରିଆପଡା,ବନ୍ଧମୁଣ୍ଡା,ଓହ୍ଲାଣ ପ୍ରାଥମିକ ବିଦ୍ୟାଳୟ,କିଷାନ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ମୈତ୍ର ତ୍ରିଲୋଚନପୁର,ମହାବୀର କପିଳେଶ୍ୱର ଓ ବେଢା ତଣ୍ଡୁଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମେତ ସାହୁପଡା ଓ ଗ୍ରାମେଶ୍ବର ବିଶ୍ବନାଥ ନୋଡାଲ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ।ବିଦାୟୀ ଶିକ୍ଷକଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା।ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ପ୍ରତାପ କୁମାର ଦାଶ ଓ ପ୍ରଶାନ୍ତ କୁମାର ମଙ୍ଗରାଜ। ସଭା ଶେଷରେ ସୁକାନ୍ତ ମଙ୍ଗରାଜ ଧନ୍ଯବାଦ ଅର୍ପଣ କରିଥିଲେ।











