Home / ସଂସ୍କୃତି ଓ ପରମ୍ପରା / ପୁରୀରେ ମାନସ ମନ୍ଦିରର ଭୂମି ପୂଜନ – ଶ୍ରୀକ୍ଷେତ୍ରରେ ମଦ, ମାଂସ, ଅଣ୍ଡା ଓ ମାଛ ବିକ୍ରୀ ବନ୍ଦ ହେଉ : ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ

ପୁରୀରେ ମାନସ ମନ୍ଦିରର ଭୂମି ପୂଜନ – ଶ୍ରୀକ୍ଷେତ୍ରରେ ମଦ, ମାଂସ, ଅଣ୍ଡା ଓ ମାଛ ବିକ୍ରୀ ବନ୍ଦ ହେଉ : ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ

whatsapp image 2025 07 05 at 09.53.39 d2952e73

ପୁରୀ(ତୃପ୍ତିମୟୀ ଜେନା ) : ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ (ଗୋବିନ୍ଦ ଗୋଧାମ ଗୋଶାଳା ), ଚିତ୍ରକୂଟର ଶ୍ରୀ ତୁଳସୀପୀଠ ସେବାନ୍ୟାସ, ଓଡିଶା ରାଘବ ପରିବାରର ମିଳିତ ଆନୁକୁଲ୍ୟରେ ପୁରୀ ସଦର ନିର୍ବାଚନ ମଣ୍ଡଳୀର ଶାସନ ଦାମୋଦରପୁର ପଞ୍ଚାୟତ ଅନ୍ତର୍ଗତ ତୋଟାପଡା ନରହରିପୁର ପାଟଣା ଗ୍ରାମଠାରେ ଓଡିଶାର ସର୍ବପ୍ରଥମ ମାନସ ମନ୍ଦିର ନିର୍ମାଣ ନିମନ୍ତେ ଭୂମିପୂଜନ ଅନୁଷ୍ଠିତ ହୋଇଅଛି । ରାଘବ ପରିବାର ତରଫରୁ 5 ଏକର ଜମି ଶ୍ରୀ ତୁଳସୀପୀଠ ସେବାନ୍ୟାସକୁ ଦାନ କରାଯାଇଥିବା ଭୂମିରେ ତୁଳସୀପୀଠାଧୀଶ୍ୱର ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପଦ୍ମବିଭୁଷଣ ରାମଭଦ୍ରାଚାର୍ଯ୍ୟ ଜୀଙ୍କ କରକମଳରେ ଭୂମିପୂଜନ ହୋଇଛି । ଏଥିରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମୁଖ୍ୟଅତିଥି ରୂପେ ଯୋଗଦେଇଥିଲେ ।

whatsapp image 2025 07 05 at 09.53.40 f3428a2d

ଜଗତଗୁରୁଜୀ ଆଶ୍ରୀ ବଚନରେ ମୁଖ୍ୟମନ୍ତ୍ରୀଙ୍କୁ ଗୁରୁଦକ୍ଷିଣା ରୂପେ ଜଗନ୍ନାଥ ଧାମ ଶ୍ରୀକ୍ଷେତ୍ର ପୁରୀରୁ ସଂପୂର୍ଣ୍ଣ ମଦ, ମାଂସ, ମାଛ ଓ ଅଣ୍ଡା ବିକ୍ରୀ ନିଷିଦ୍ଧ କରିବା ଦାନରେ ମାଗିଥିଲେ । ମୁଖ୍ୟମନ୍ତ୍ରୀ ନିଜ ଭାଷଣରେ କହିଲେ ଜଗତଗୁରୁଙ୍କ ନେତୃତ୍ୱରେ ଆମେ ସେବାକାରୀ ହୋଇ କାମ କରିବା, ତାହେଲେ ଉଦ୍ଦେଶ୍ୟ ସାଧିତ ହେବ । ମୋହନ ମାଝି କହିଲେ ପୁରୀ ଧାମ ବିଶ୍ୱ ଆକର୍ଷଣର କେନ୍ଦ୍ର ହେବ, ସେଥିପାଇଁ ଭଗବାନ ଜଗନ୍ନାଥ ଆଉ ଗୁରୁଜୀଙ୍କ ଆଶିର୍ବାଦ ଦରକାର । ଏହି ଉତ୍ସବରେ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ସତ୍ୟବାଦୀ ବିଧାୟକ ଓମପ୍ରକାଶ ମିଶ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ବଦ୍ରିନାଥର 1008ଶ୍ରୀ ବାଳକ ଯୋଗେଶ୍ୱର ଦାସଜୀ ମହାରାଜ, ନେବଳଦାସ ମଠର ମହନ୍ତ ଡ. ରାମ ଚରଣ ଦାସଜୀ ମହାରାଜ ତୁଳସୀ ପୀଠର ଉତ୍ତାରାଧୀକାରୀ ଶ୍ରୀ ରାମ ଚରଣ ଦାସଜୀ ମହାରାଜ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ ।

whatsapp image 2025 07 05 at 09.53.40 7fc5da3e

ଓଡିଶା ରାଘବ ପରିବାର ତରଫରୁ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡାଜୀ ମହାରାଜ ସ୍ୱାଗତ ଭାଷଣ ଦେଇଥିବାବେଳେ ବିଜୟ ଟିବରିୱାଲ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଡ. ସୁରଭି ଜୈନ ଏବଂ ବରିଷ୍ଠ ସାମ୍ବାଦିକ ବିଷ୍ଣୁଦତ୍ତ ଦାସ ପରିଚାଳନା କରିଥିବାବେଳେ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ ଜୀ ମହାରାଜ ମଞ୍ଚ ଉପରେ ଓଡିଶା ରାଘବ ପରିବାରର 11 ଜଣିଆ ସମର୍ପିତ ସଦସ୍ୟଙ୍କ ନାମ ଶ୍ରୀ ବିଷ୍ଣୁ ଚରଣ ପଣ୍ଡା, ଡ. ଅଶୋକ କୁମାର ଲାଖୋଟିଆ, ସୁରେନ୍ଦ୍ର ଡାଲମିଆ, ରବି ନାରାୟଣ ସାମନ୍ତରାୟ, ଦୀଲ୍ଲିପ କୁମାର ଖଣ୍ଡେଲୱାଲ, ପଶୁପତି ଶର୍ମା, ରାଜେଶ କେଜରିୱାଲ, ଅଞ୍ଜନା ଦାସ, ଭେଲୁରୀ ଶ୍ରୀନିବାସ, ରାଜେଶ କୁମାର ଅଗ୍ରୱାଲ ଓ ବିଜୟ କୁମାର ଟିବରିୱାଲ ଘୋଷଣା କରି କହିଥିଲେ 2026 ରଥଯାତ୍ରା ସମୟରେ ଏଠାରେ ମାନସ ମନ୍ଦିର ନିର୍ମାଣ ସରିବା ସହ ମୋର ମିତ୍ର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବେ ବୋଲି ଘୋଷଣା କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply